ଭୁବନେଶ୍ବର: ଓଡିଶାରେ କୋଭିଡ୍-19 ହସ୍ପିଟାଲ୍ ସଂଖ୍ୟା ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରାୟ 6 ହଜାର ବେଡ୍ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା 7ଟି ହସ୍ପିଟାଲରେ 1597ଟି ବେଡ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।
ସେହିପରି ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋରୋନା ହସ୍ପିଟାଲ ଅଧିକ ରହିଛି । ମାସକ ପାଇଁ ରାଜ୍ୟ ପାଖରେ ପିପିଇ ଅଛି । ଏହାସହ ଭାରତ ଓ ଭାରତ ବାହାରୁ ପିପିଇ ଆଣିବାକୁ ଚେଷ୍ଟା କରାଯାଉଛି। ଓଡିଶାରେ ଟେଷ୍ଟିଂ କିଟ୍ ଉପଯୁକ୍ତ ପରିମାଣରେ ଗଚ୍ଛିତ ହୋଇ ରହିଛି ବୋଲି ସେ କହିଛନ୍ତି ।
ସେହିପରି ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମାସ୍କ ନପିନ୍ଧିଲେ ଜୋରିମାନା ଆଦାୟ କରାଯିବ। ପ୍ରଥମ ତିନି ଥର ଆଇନ ଉଲ୍ଲଂଘନ କଲେ 200ଟଙ୍କା ଲେଖାଏଁ ଜୋରିମାନା ଓ 3 ଥର ପରେ ମାସ୍କ ନପିନ୍ଧିଲେ ଜୋରିମାନା ପରିମାଣ 500କୁ ବଢିବ ବୋଲି ସେ ଦର୍ଶାଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ