ETV Bharat / city

ବିଦେଶ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, 24 ଘଣ୍ଟା ମଧ୍ୟରେ ଜଣାଅ ସବିଶେଷ ତଥ୍ୟ - Covid-19 latest updates

କୋରୋନା ସତର୍କତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ସେମାନଙ୍କ ସବିଶେଷ ତଥ୍ୟ 24 ଘଣ୍ଟା ମଧ୍ୟରେ ସରକାରଙ୍କୁ ଜଣାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

coronavirus in odisha
ବିଦେଶ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, 24 ଘଣ୍ଟା ମଧ୍ୟରେ ଜଣାଅ ସବିଶେଷ ତଥ୍ୟ
author img

By

Published : Mar 18, 2020, 7:52 AM IST

ଭୁବନେଶ୍ବର: କୋରୋନାର ମୁକାବିଲା ପାଇଁ ବିଦେଶରୁ ଫେରିଥିବା ଯାତ୍ରୀଙ୍କୁ କିଛି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରି ସଚେତନତା ବାର୍ତ୍ତା ଦେଇଛନ୍ତି ।

ସୌଜନ୍ୟ: ଟ୍ବିଟର@Naveen_Odisha

ବିଦେଶରୁ ଫେରିଥିବା ଯାତ୍ରୀମାନେ ଟୋଲଫ୍ରି ନମ୍ବର-104 କିମ୍ବା ଅନଲାଇନ ପୋର୍ଟାଲ https://covid19.odisha.gov.in ରେ ନିଜର ଯାତ୍ରା ସମ୍ପର୍କିତ ସବିଶେଷ ତଥ୍ୟ 24 ଘଣ୍ଟା ମଧ୍ୟରେ ଯୋଗୋଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ବିଦେଶରୁ ଫେରିଥିବା ଯାତ୍ରୀଙ୍କ ପକ୍ଷରୁ ତାଙ୍କ ପରିବାର ଲୋକେ ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।

ସେହିପରି ବିଦେଶରୁ ଫେରି ନିଜ ଘରେ 14 ଦିନ ରୁହନ୍ତୁ । କାହା ସହ ମିଳାମିଶା କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ତେବେ ଏଥିଲାଗି ସରକାରଙ୍କ ପକ୍ଷରୁ 15 ହଜାର ଟଙ୍କାର ରାଶି ଓ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯାଉଛି ବୋଲି ମଧ୍ୟ ନବୀନ ଉଲ୍ଲେଖ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.