ETV Bharat / city

ଆଜି ମହାବିଷୁବ ସଂକ୍ରାନ୍ତି; ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Apr 14, 2021, 9:14 AM IST

ଆଜି ଓଡିଆ ପାଳୁଛନ୍ତି ମହାବିଷୁବ ସଂକ୍ରାନ୍ତି ତଥା ନବବର୍ଷ । ଘରେ ଘରେ ସ୍ବତନ୍ତ ପୂଜାର୍ଚ୍ଚନା ସହ ବେଲପଣାର ଆସର । ସେପଟେ ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ
ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ

ହାଇଦ୍ରାବାଦ: ଆଜି ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି । ଆଜିଠୁ ଶୁଭାରମ୍ଭ ହୁଏ ଓଡିଆ ନବ ବର୍ଷ। ନୂଆ ବର୍ଷ ଉପଲକ୍ଷେ ରାଜ୍ୟରେ ପ୍ରଚଳନ ହେବ ନୂଆ ପଞ୍ଜିକା । ପ୍ରତି ବର୍ଷ ଏପ୍ରିଲ 14 ତାରିଖରେ ଏହି ଦିନ ପଡିଥାଏ । ପଣା ସଂକ୍ରାନ୍ତି ପର ଠାରୁ ବସନ୍ତ ଯାଇ ଗ୍ରୀଷ୍ମ ପ୍ରବେଶ କରେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ସମସ୍ତେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଓଡିଆ ପଞ୍ଜିକାର ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ । ଏହି ଦିନକୁ ଓଡିଆ ନବବର୍ଷ ପାଳନ କରାଯାଏ । ବର୍ଷା ଆରମ୍ଭ ହେଉଥିବାରୁ ଦେବାଦେବୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଘରେ ଘରେ ପଣା ପ୍ରସ୍ତୁତ ହୁଏ । ପଣା ଭିତରେ ବେଲ ପଣାର ଚାହିଦା ଅଧିକା ।

ଆଜି ଏକ ଛୋଟ ଘଡାରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ । ଏଥିରେ ଛୋଟ କଣା କରାଯାଇ ବୃନ୍ଦାବତୀଙ୍କୁ ପାଖରେ ପାଣି ଲଗାଯାଏ । ଏହାକୁ ବସୁନ୍ଧରା ଠେକି କୁହାଯାଏ । ଚଉରା ମୂଳେ ଛତୁଆ, ଦହି, ଗୁଡ , କଦଳୀ ଓ ନଡିଆ ଭୋଗ ଲାଗି କରାଯାଇଥାଏ । ସେପଟେ, ଆଜି ଠାରୁ ଝାମୁ ଯାତ୍ରା ପାଳନ ହୋଇଥାଏ । ଘଣ୍ଟ ପାଟୁଆମେନ ଘଣ୍ଟ ମୁଣ୍ଡେଇ, କାଠ ଗୋଡ ପିନ୍ଧି ଠାକୁରାଣୀ ମନ୍ଦିର ନିକଟରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ତେବେ ଆଜିଠୁ ଗ୍ରୀଷ୍ମ ମାସ ଆରମ୍ଭ ହେଉଥିବାରୁ ସବୁଠି ଜଳଛତ୍ର ଖୋଲାଯାଏ।

ଓଡିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ମହାମାରୀ କୋରୋନା କଠିନ ସମୟ ଶୀଘ୍ର ଅତିକ୍ରମ କରାଯାଉ ବୋଲି ପ୍ରାର୍ଥନା କରିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଲୋକଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ମହାବିଷୁବ ସଂକ୍ରାନ୍ତି ଓ ପଣା ସଂକ୍ରାନ୍ତି ଶୁଭେଚ୍ଛା ଜଣାଇ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି ।

ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ
ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ
ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ
ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ

ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡିଆରେ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତିର ଶୁଭକାମନା କରିଛନ୍ତି । ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରି ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଆ ନବ ବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଦେଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ଧର୍ମେନ୍ଦ୍ର ।

ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ
ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ
ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ
ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.