ETV Bharat / city

ଆଜି କାର୍ତ୍ତିକ ପୂର୍ଣ୍ଣିମା: ଡଙ୍ଗା ଭସାଇବାକୁ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ

ଆଜି ଧର୍ମ ମାସ କାର୍ତ୍ତିକ ମାସର ଶେଷ ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ଉତ୍ସବ । ଡଙ୍ଗା ଭସାଇ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଉଛି ସାରା ରାଜ୍ୟ ।

ଡିଜାଇନ ଫଟୋ
author img

By

Published : Nov 12, 2019, 5:51 AM IST

ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବଢି ଭୋରରୁ ବିଭିନ୍ନ ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛି ସମଗ୍ର ରାଜ୍ୟ ।

ଓଡିଆ ସଂସ୍କୃତି ଓ ପରମ୍ପରାର ଏହି ମହାନ ପର୍ବକୁ ନେଇ ପୂରା ରାଜ୍ୟ ଉତ୍ସବ ମୁଖର ହୋଇଛି । ବୁଡ ପକାଇବା ପରେ କଦଳୀ ପାଟୁକା ଓ ସୋଲରେ ତିଆରି ଡଙ୍ଗାରେ ପାନଗୁଆ ରଖି ଦୀପ ଜାଳି ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପ୍ରମୁଖ ଜଳାଶୟ ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏପଟେ କାର୍ତ୍ତିକ ମାସର ଏହା ଶେଷ ଦିନ ହୋଇଥିବାରୁ ବିଭିନ୍ନ ଦେବାଦେବୀଙ୍କ ପୀଠରେ ମଧ୍ୟ ଭିଡ ଜମିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.