ETV Bharat / city

71ତମ ସାଧାରଣତନ୍ତ୍ର ଦିବସ ପାଳିତ, ଝଲସିଲା ଓଡିଶାର କଳା ସଂସ୍କୃତି - odisha-celebrates-71st-republic day

ବେଶ ଧୂମଧାମରେ ପାଳିତ ହୋଇଯାଇଛି 71 ତମ ସାଧାରଣତନ୍ତ୍ର ଦିବସ। ଏହି ଦିବସ ପାଳନ କରିବାକୁ ଦିଲ୍ଲୀରୁ ପଲ୍ଲୀ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ଏହି ଉତ୍ସବରେ ଓଡିଶା କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଅଧିକ ଖବର ପଢନ୍ତୁ...

OD_REPULIC DAY
OD_REPULIC DAY
author img

By

Published : Jan 26, 2020, 6:33 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ ଧୁମଧାମରେ ପାଳିତ ହୋଇଛି 71 ତମ ସାଧାରଣତନ୍ତ୍ର ଦିବସ। ଏହି ଦିବସ ପାଳନ କରିବାକୁ ଦିଲ୍ଲୀରୁ ପଲ୍ଲୀ ଚଳଚଞ୍ଚଳ ହୋଇଉଠିଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି। ଏହି ଦିବସରରେ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ବିଜେଡି ମୁଖ୍ୟାଳୟ ଓ ବିଜେପି କାର୍ଯ୍ୟାଳୟରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି।

ଅନ୍ୟପଟେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ 71 ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି ଇଷ୍ଟକୋଷ୍ଟ ରେଳବାଇ। ଇଷ୍ଟକୋଷ୍ଟ ରେଳବାଇର ଜିଏମ ବିଦ୍ୟାଭୂଷଣ ପତାକା ଉତ୍ତୋଳନ କରିବା ଅଭିଭାଷଣ ଦେଇଛନ୍ତି।

କଟକରେ ମଧ୍ୟ ସାଧାରଣତନ୍ତ୍ର ଦିବସକୁ ବେଶ ଉତ୍ସାହର ସହ ପାଳନ କରାଯାଇଛି। ପତାକା ଉତ୍ତୋଳନ ସହ ପରେଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ବ୍ରହ୍ମପୁର ସହରର ଖଲ୍ଲିକୋଟ କଲେଜ ଷ୍ଟାଡିୟମ ପରିସରରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି।
ଏଥିରେ ଆୟୋଜିତ ପ୍ୟାରେଡରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି.ଆଓ ଯୋଗ ଦେଇ ଅଭିବାଦନ ଗ୍ରହଣ କରି ଉଦବୋଧନ ଦେଇଥିଲେ ।

ସେହିପରି ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ଖୁବ ଧୁମଧାମରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜ୍ଞାନ କାରିଗରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଯୋଗ ଦେଇଥିଲେ। ଚଳିତ ବର୍ଷ ପରେଡରେ 43 ଦଳ ଯୋଗ ଦେଇଥିଲେ। ପ୍ରଜ୍ଞାପନ ମେଢ ସହ ସାଂସ୍କୃତିର କାର୍ଯ୍ୟକ୍ରମ ପରିବେଶଷ କରାଯାଇଥିଲା।

ଏପଟେ କେନ୍ଦୁଝର ଜିଲ୍ଲାରେ ଆୟୋଜିତ ସାଧାରଣନ୍ତ୍ର ଦିବସରେ ଓଡିଶାର ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଶ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମ୍ମିଳିତ ପ୍ୟାରେଡରେ ୪୩ଟି ଦଳ ସହ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ଼ ଅଂଶଗ୍ରହଣ କରିବା ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବଲପୁର ଜିଲ୍ଲାରେ 71ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ବୀର ପୁତ୍ରଙ୍କ ସ୍ମୃତିଚାରଣ କରିଛନ୍ତି।

ସେହିପରି କଳାହାଣ୍ଡି ଜିଲ୍ଲାର ପାଳିତ ସାଧାରଣତନ୍ତ୍ର ଦିବସରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ମନ୍ତ୍ରୀ ଜିଲ୍ଲାର କୀର୍ତ୍ତି ରାଜି କଳା ସଂସ୍କୃତି ଓ ସହିଦ ରେଣ୍ଡୋ ମାଝୀଙ୍କ ବୀରତ୍ବରର ଗାଥାକୁ ଅଭିଭାଷଣରେ କହିଥିଲେ।

ନବରଙ୍ଗପୁର ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ଭୂମିକା ସମ୍ବନ୍ଧରେ ବଖାଣିଥିଲେ।

ସ୍ବାଧୀନତା ପରେ ଭାରତବର୍ଷରେ ପ୍ରସ୍ତୁତ ହେଉଥିବା କୌଣସି ସରକାରୀ ଯୋଜନା ବିଫଳ ନୁହେଁ। ସାଧାରଣ ଜନତାଙ୍କ ସହଭାଗିତା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସାଧାରଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କରି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମତବ୍ୟକ୍ତ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ଓଡିଶାର ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ଜିଲ୍ଲାସ୍ତରୀୟ ଆୟୋଜିତ ପରେଡରେ ୪୨ଟି ଦଳ ଭାଗ ନେଇଥିଲେ।

ଭଦ୍ରକ ନେହେରୁ ଷ୍ଟାଡିୟମ ଠାରେ ଆୟୋଜିତ 71 ତମ ସାଧାରଣତନ୍ତ୍ର ଦିବସରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି।

ସେହିପରି କେନ୍ଦ୍ରାପଡାର ସ୍ବୟଂଶାସିତ ମହାବିଦ୍ୟାଳୟ ପଡିଆରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଉତ୍ତୋଳନ କରିବା ସହିତ ଆରକ୍ଷୀ,ଏନସିସି,ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି।

71ତମ ସାଧାରଣତନ୍ତ୍ର ଦିବସ ପାଳିତ, ଝଲସିଲା ଓଡିଶାର କଳା ସଂସ୍କୃତି

ବାଲେଶ୍ଵର ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସମେତ ପୋଲିସ ବିଭାଗ ପକ୍ଷରୁ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା।

ସେହିପରି ଅନୁଗୋଳରେ ଆୟୋଜିତ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇଥିଲେ। ଚଳିତ ଥର 45ଟି ପରେଡ ଦଳ ସହ ପୋଲିସ ସିଆଇଏସଏଫ ଭାଗ ନେଇଥିଲେ। ହି ଜାତୀୟ ଉତ୍ସବରେ ସରକାରୀ ବିଭଗ ଓ ଶିଳ୍ପ ସଂସ୍ଥାର ପ୍ରଜ୍ଞାପନ ମେଡ ଭାଗ ନେଇଥିଲେ।

ଏପଟେ ନକ୍ସଲ ପ୍ରବଣ ଅଞ୍ଚଳ କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ହେଲେ ଏହି ସମସ୍ତ ସ୍ଥାନରେ ପତାକା ଉତ୍ତୋଳନ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଯାଇଥିଲା। ମାଲକାନଗିରିରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.