ETV Bharat / city

ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା କ୍ୟାରିୟର୍‌ ପୋର୍ଟାଲ୍‌ର ଶୁଭାରମ୍ଭ

author img

By

Published : Dec 24, 2020, 8:34 PM IST

କୋରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାରେ ଅଧିକ ସୁବିଧା ଯୋଗାଇ ଦେବା ପାଇଁ ଓଡ଼ିଶା କ୍ୟାରିୟର୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

Odisha Career portal launched for students on Thursday
ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ର ଶୁଭାରମ୍ଭ

ଭୁବନେଶ୍ବର: ଗୁରୁବାର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା କ୍ୟାରିୟର୍‌ ପୋର୍ଟାଲ୍‌ର ଶୁଭାରମ୍ଭ ହୋଇଛି । ଏହି ନୂତନ ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍କୁ ଏକ ଅଦ୍ୱିତୀୟ ଏବଂ ସମୟପଯୋଗୀ ପୋର୍ଟାଲ କହିବା ସହିତ ଛାତ୍ରଛାତ୍ରୀଙ୍କ ପାଠ ପଢିବାରେ ଏହା ସହାୟକ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

କୋରୋନା ମହାମାରୀ ଯୋଗୁଁ ପୂର୍ବରେ ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଛି । ଏଭଳି ସମୟରେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଏହି ପୋର୍ଟାଲ ଏକ ଜରୁରୀକାଳୀନ ସହାୟତା ଯୋଗାଇବ । ଏହି କ୍ୟାରିଅର ପୋର୍ଟାଲର ଏକ ସ୍ବତନ୍ତ୍ରତା ରହିଛି । ଏହାର ସମସ୍ତ ପାଠ୍ୟ ବିଷୟଗୁଡ଼ିକରେ ଆଞ୍ଚଳିକ ଭାବ ପ୍ରବଣତା ସହିତ ସାମ୍ପ୍ରତିକତା ବଜାୟ ରହିବ । ଶିକ୍ଷାର୍ଥୀମାନେ ଏହାର ଡ୍ୟାସ୍‌ବୋର୍ଡକୁ ଖୁବ୍‌ ସହଜରେ ନିଜର ଆଇଡି ଦ୍ୱାରା ଲଗ୍‌ଇନ୍‌ କରି ଏହାକୁ ଖୋଲିପାରିବେ ଏବଂ ଆବଶ୍ୟକୀୟ ସୂଚନା ପାଇବା ସହିତ ସଠିକ୍‌ ଭାବେ ସେଥିରେ ଶିକ୍ଷାପ୍ରାପ୍ତି ପାଇଁ ଆବେଦନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ୟୁନିସେଫ୍‌ ସହଯୋଗରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ର ଶୁଭାରମ୍ଭ ହୋଇଛି । ଏହି ପୋର୍ଟାଲ ମାଧ୍ୟମରେ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ନିଜର ଭବିଷ୍ୟତ ବୃତ୍ତି ଓ ଶିକ୍ଷାନୁଷ୍ଠାନଗୁଡ଼ିକ ସମ୍ବନ୍ଧରେ ମଧ୍ୟ ଜାଣିପାରିବେ । ଏହି ପୋର୍ଟାଲ୍‌କୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ମୋବାଇଲ୍‌ ଉପଯୋଗୀ ଆପ୍‌କୁ ପ୍ରୟୋଗ କରି ପ୍ରାୟ ୧୭ ଲକ୍ଷ ଶିକ୍ଷାର୍ଥୀ ଏଥିରୁ ଉପକୃତ ହୋଇପାରିବେ ।

ଏହି ଓଡ଼ିଶା କ୍ୟାରିଅର୍‌ ଗାଇଡାନ୍ସ ପୋର୍ଟାଲ୍‌ଟି ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇଛି । ଏହି ପୋର୍ଟାଲ୍‌ଟି ବିଭିନ୍ନ ବୃତ୍ତି ଓ ସେଗୁଡ଼ିକ ସହ ଜଡ଼ିତ ଥିବା ମହାବିଦ୍ୟାଳୟ, ଧନ୍ଦାମୂଳକ ଅନୁଷ୍ଠାନ ଏବଂ ସେଥିପାଇଁ ରହିଥିବା ପ୍ରବେଶିକା ପରୀକ୍ଷା ତଥା ବୃତ୍ତିଗୁଡ଼ିକ ସମ୍ବନ୍ଧରେ ସଂପୂର୍ଣ୍ଣ ଭାବେ ସୂଚନା ପ୍ରଦାନ କରିଥାଏ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.