ଭୁବନେଶ୍ବର: ଓଡିଶାରେ ଅଧିକ ରହିଛନ୍ତି ଛତିଶଗଡ କ୍ୟାଡର ମାଓବାଦୀ । ତାଠୁ କମ ଅଛନ୍ତି ଆନ୍ଧ୍ର ଓ ତେଲେଙ୍ଗାନା କ୍ୟାଡର ମାଓବାଦୀ । ତେବେ ପଡୋଶୀ ରାଜ୍ୟର ମାଓବାଦୀଙ୍କ ବ୍ୟତୀତ ରାଜ୍ୟରେ ମାତ୍ର 20 ମଧ୍ୟରେ ସୀମିତ ଅଛି ଓଡିଶା କ୍ୟାଡର ମାଓବାଦୀଙ୍କ ସଂଖ୍ୟା, ଯାହାକି ପୂର୍ବ ଅପେକ୍ଷା ଖୁବ କମ ବୋଲି ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ମାଲକାନଗିରି ଓ କୋରାପୁଟ ଗସ୍ତ ସାରି ଫେରିବାବେଳେ ପୋଲିସ ଡିଜି ଅଭୟ ଭୁବନେଶ୍ବର ବିମାନବନ୍ଦରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ଉଭୟ ଜିଲ୍ଲାରେ ମାଓ ଅପରେସନର ସମୀକ୍ଷା ଓ ମାଓ ପ୍ରବଣ ମାଲକାନଗିରିର ଜୋଡାମ୍ବ ଥାନା ଉଦଘାଟନ ପାଇଁ ଯାଇଥିଲେ ଡିଜିପି । ଡିଜିପିଙ୍କ ସହ ଆଇଜି ଅପରେସନ ଓ ଡାଇରେକ୍ଟର ଇଣ୍ଟେଲିଜେନ୍ସି ମଧ୍ୟ ଏହି ଗସ୍ତରେ ସାମିଲ ହୋଇଥିଲେ। ତେବେ ଥାନାର ଉଦଘାଟନ ସମୟରେ ଆନ୍ଧ୍ରର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ମାଓ ଗତିବିଧି ଓ ଅପରେସନ ନେଇ ସ୍ବତନ୍ତ୍ର ଆଲୋଚନା ହୋଇଛି । ତେବେ ଗୁମା ଏରିଆର ACM ପାହ୍ୟାର ଦୁଇ ମହିଳା ମାଓବାଦୀ ଦେବେ ପୋଡିଆମି ଓ AOB ମିଲିଟାରିର ଗୀତା ପୋଦିଆମି ମଧ୍ୟ ଆତ୍ମ ସମର୍ପଣ କରିଥିବା ସୂଚନା ରହିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ