ETV Bharat / city

କ୍ୟାବିନେଟର 10 ବଡ ନିଷ୍ପତ୍ତି, ଟିକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର

author img

By

Published : May 10, 2021, 7:05 PM IST

Updated : May 10, 2021, 8:23 PM IST

କ୍ୟାବିନେଟର  10 ବଡ ନିଷ୍ପତ୍ତି
କ୍ୟାବିନେଟର 10 ବଡ ନିଷ୍ପତ୍ତି

19:02 May 10

କ୍ୟାବିନେଟର 10 ନିଷ୍ପତ୍ତି, ବିଦେଶରୁ ଟିକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର

କ୍ୟାବିନେଟର 10 ବଡ ନିଷ୍ପତ୍ତି

ଭୁବନେଶ୍ବର: ବିଦେଶୀ କଂପାନୀଠୁ ଓଡ଼ିଶା ଟିକା କିଣିବ । ଏଥିପାଇଁ ଗ୍ଲୋବାଲ ଟେଣ୍ଡର କରାଯିବ । ରାଜ୍ୟ କ୍ୟାବିନେଟରେ ନିଆଗଲା ନିଷ୍ପତ୍ତି । ବିଶ୍ବର ବିଭିନ୍ନ କମ୍ପାନୀରୁ ଟିକା ସଂଗ୍ରହ ପାଇଁ ନିଆଯିବ ପଦକ୍ଷେପ  । ସମସ୍ତ ଟିକାରୁ ଟିକସ ଉଠାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି । ଗ୍ଲୋବାଲ ଟେଣ୍ଡର ପାଇଁ ହେବ ବୈଷୟିକ କମିଟି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । 

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ସୋମବାର ଅପରାହ୍ନରେ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବସିଥିଲା ବୈଠକ । ରାଜ୍ୟ କ୍ୟାବିନେଟ ଆଜି (ସୋମବାର) 10ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।  

କୋଭିଡ ପରିଚାଳନା ତଥା ରାଜ୍ୟରେ ମହାମାରୀର ପ୍ରସାର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କ୍ୟାବିନେଟ । ଏହା ବ୍ୟତୀତ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଏବଂ ପରିବହନ, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ଏବଂ ଗୃହ ବିଭାଗ ସହ ଜଡିତ ଅନ୍ୟ ଦଶଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି ।  

କୋଭିଡ଼ ମହାମାରୀ ବିରୁଦ୍ଧ ଲଢ଼େଇରେ କୋଭିଡ଼ ଯୋଦ୍ଧାମାନେ ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି । କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ରାଜ୍ୟ କ୍ୟାବିନେଟ ପ୍ରଶଂସା କରିଛି ।  

କୋଭିଡ଼ ସହ ଲଢ଼େଇରେ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ରାଜ୍ୟବାସୀ ସହଯୋଗ କରୁଥିବାରୁ କ୍ୟାବିନେଟ ପ୍ରଶଂସା କରିଛି । ଟେଷ୍ଟିଂ, ଟ୍ରାକିଂ, ଟିକାକରଣରେ ରାଜ୍ୟବାସୀ ଯେଭଳି ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

ଭବିଷ୍ୟତ କୋଭିଡ଼ ସକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରକ୍ଷା କରିବା ନିମନ୍ତେ ଟୀକାକରଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଇସ୍ରାଏଲ ପରି ଦେଶ ଯେଉଁମାନେ କି ତାଙ୍କ ଜନସଂଖ୍ୟାର ବୃହତର ଭାଗର ଟୀକାକରଣ କରିସାରିଛନ୍ତି ।

ସେମାନେ ଏବେ ସ୍ବାଭାବିକତା ଆଡ଼କୁ ଫେରୁଛନ୍ତି । ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରଷା ଦିଗରେ ଟୀକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡିଛି । ଟିକା ନେଇଥିବା ବ୍ୟକ୍ତି ମାନଙ୍କର ସକ୍ରମଣ ହେଲେ ବି ତାହା ବହୁତ କମ୍ ଲକ୍ଷଣଯୁକ୍ତ ହେଉଥିବା ଦେଖାଯାଉଛି ।  

ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ପାଇଁ ଟୀକା ସଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟୀକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ।

ଓଡ଼ିଶା ବାସୀ ଯେପରି ସୁବିଧାରେ ଟିକା ପାଇପାରିବେ ।  ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରମୁଖ ଟିକା କମ୍ପାନୀରୁ ଟିକା ସଂଗ୍ରହ ନିମନ୍ତେ ପଦକ୍ଷେପ ନିଆଯିବ । ଏଥିପାଇଁ ଏକ ଗ୍ଲୋବାଲ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କରିଛନ୍ତି ।

ଆମର ବିପଦସଂକୁଳ ଜନସାଧାରଣଙ୍କର ଶୀଘ୍ର ଟୀକାକରଣ ଏବଂ ମୂଲ୍ୟବାନ ଜୀବନର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକାର ପୁନଃସ୍ଥାପନରେ ଏହା ସହାୟକ ହେବ । ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ । ଏବଂ ଏହା ବିଷଦ ବ୍ୟବସ୍ଥା ଉପରେ ଧ୍ୟାନ ଦେବ ।

ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ । ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ।

କୋଭିଡ଼ ବିରୁଦ୍ଧରେ ଚାଲିଥିବା ଏ ଲଢ଼େଇ ଏକ ବହୁତ ଲମ୍ବା ଲଢ଼େଇ । ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଯ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟମାନଙ୍କ ମଧ୍ୟରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇରେ ରାଜ୍ୟ ମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ ।

ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ଼ ବିରୁଦ୍ଧରେ ଲଢ଼େଇକୁ ଜୋରଦାର କରିବ । କୋଭିଡ଼ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ କ୍ୟାବିନେଟ ଦୃଢ଼ ସକଳ୍ପର ପୁନଃଘୋଷଣା କରିଛି ।

ଏହି ଅବସରରେ ରାଜ୍ୟ କ୍ୟାବିନେଟ କୋଭିଡ଼ ନିୟମାବଳୀ ଯଥା ଠିକ୍ ଭାବେ ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ଭଲ ଭାବେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ଘରେ ରହିବା ଏବଂ ଆବଶ୍ୟକତା ନ ଥିଲେ ବାହାରକୁ ନ ଯିବା ଆଦିକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ବିନମ୍ର ଅନୁରୋଧ କରିଛି କ୍ୟାବିନେଟ ।

କ୍ୟାବିନେଟରେ ପାରିତ ଅନ୍ୟ 9ଟି ପ୍ରସ୍ତାବ ହେଲା- 

-ଓଡ଼ିଶା ନର୍ସିଂ କଲେଜ ଶିକ୍ଷା ସେବାରେ ନିଯୁକ୍ତ ବ୍ୟକ୍ତିଙ୍କ ନିଯୁକ୍ତି ପଦ୍ଧତି ଏବଂ ସେବା ଅବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ନିୟମ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।

-ଜଳସେଚିତ ନିର୍ଦ୍ଦେଶଗୁଡ଼ିକରେ କ୍ଷେତ୍ର ବିକାଶ ଏବଂ ଜଳ ପରିଚାଳନା କାର୍ଯ୍ୟକଳାପକୁ କ୍ୟାବିନେଟର ମଞ୍ଜୁରୀ ।

-ବିଜୁ କୃଷକ ବିକାଶ ଯୋଜନାରେ ଗଭୀର ନଳକୂପ ଯୋଜନା ଅନ୍ତର୍ଗତ ରାଜ୍ୟର ଦୁର୍ଗମ ଅଞ୍ଚଳରେ ସୌର ଶକ୍ତିର ବିନିଯୋଗ କରି ଭୂତଳ ଜଳ ସମ୍ବଳର ଉପଯୋଗ ପ୍ରସ୍ତାବ ମଞ୍ଜୁର ।

-କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ଭିତ୍ତିଭୂମି ବିକାଶ ସହ ହକି ବିଶ୍ବକପ ପାଇଁ ରାଉରକେଲାରେ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ଟେଣ୍ଡର ଅନୁମୋଦନ ହୋଇଛି ।

-ଅମ୍ଳଜାନ, ସିଲିଣ୍ଡର, ରିଫିଲ୍ ପ୍ରସ୍ତୁତ କରିବା ଲାଗି ତାଲିକାର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।

-ଓଡିଶା ପରିବହନ- ଟ୍ରାଫିକ୍ ଏବଂ କାର୍ଯ୍ୟକାରୀ ନିୟମ, 2013ରେ ପରିବର୍ତ୍ତନ ଲାଗି ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି ।

-ଜଙ୍ଗଲ ଏବଂ ପରିବେଶ ବିଭାଗ ନାମ ପରିବର୍ତ୍ତନ ହୋଇଛି । ଏଣିକି ଏହା ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ହେଲା । ନାଁ ପରିବର୍ତ୍ତନ ନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି ।

-ଓଡିଶାର ପୂର୍ବତନ ସେବା ଅଧିକାରୀ (ରାଜ୍ୟ ନାଗରିକ ସେବା ଏବଂ ପଦବୀରେ ନିଯୁକ୍ତି) ନିୟମର ସଂଶୋଧନକୁ କ୍ୟାବିନେଟ ମୋହର ମାରିଛି ।2017-18 ବର୍ଷ ପାଇଁ ଓଡିଶା ଜନସେବା ଆୟୋଗର କାର୍ଯ୍ୟକଳାପ ଉପରେ ବାର୍ଷିକ ରିପୋର୍ଟ ଅନୁମୋଦନ ହୋଇଛି ।

-ରାଜ୍ୟ ବାହାରେ ଗୃହ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ଭବନରେ ରହିବା ଏବଂ ଅନ୍ୟାନ୍ୟ ସେବା ପାଇଁ ନିୟମର ବ୍ୟବସ୍ଥା କରିବା ଲାଗି ଥିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ 

Last Updated : May 10, 2021, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.