ETV Bharat / city

Odisha Cabinet Reshuffle: ଆସିଲା ନୂଆ ମନ୍ତ୍ରୀଙ୍କ ଲିଷ୍ଟ, ମହିଳାଙ୍କୁ ପ୍ରାଧାନ୍ୟ, ଆରୁଖ ବାଚସ୍ପତି ! - take a look at new ministers probably name widely discussed in the political circles

ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀଙ୍କ ତାଲିକା । ତାଲିକାରେ ବଲାଙ୍ଗୀର ଜିଲ୍ଲାରୁ ଟୁକୁନି ସାହୁ ସ୍ଥାନ ବଜାୟ ରଖିଥିବା ବେଳେ, ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପୁଣିଥରେ ମନ୍ତ୍ରୀ ମଣ୍ଡଳକୁ ଫେରାଇ ଆଣିଛନ୍ତି ନବୀନ । ଅଧିକ ପଢନ୍ତୁ

ଆସିଲା ନୂଆ ମନ୍ତ୍ରୀଙ୍କ ତାଳିକା
ଆସିଲା ନୂଆ ମନ୍ତ୍ରୀଙ୍କ ତାଳିକା
author img

By

Published : Jun 4, 2022, 8:13 PM IST

Updated : Jun 4, 2022, 10:46 PM IST

ଭୁବନେଶ୍ବର: ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ନୂଆ ମନ୍ତ୍ରୀଙ୍କ ତାଳିକା । ତାଳିକାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବିଧାଯକ ଟୁକୁନି ସାହୁ ସ୍ଥାନ ବଜାୟ ରଖିଥିବା ବେଳେ, ବରିଷ୍ଠ ନେତ୍ରୀ ବିଞ୍ଝାପୁର ବିଧାୟକ ପ୍ରମିଳା ମନ୍ତ୍ରୀଙ୍କୁ ପୁଣି ଥରେ ମନ୍ତ୍ରୀ ମଣ୍ଡଳକୁ ଫେରାଇ ଆଣିଛନ୍ତି ନବୀନ ।

ସେହିପରି ନବୀନଙ୍କ ଟିମରେ ଆଳି ବିଧାୟକ ପ୍ରତାପ ଦେବ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ପୁରୀ ନିମାପଡା ବିଧାୟକ ସମୀର ଦାସ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବିଜେପୁର ବିଧାୟକ ରୀତା ସାହୁ, ସମ୍ବଲପୁର ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବାଲେଶ୍ବର ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର ମଧ୍ୟ ରହିଛନ୍ତି । ଏହାବାଦ ସୁନ୍ଦରଗଡ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ, ଝାରସୁଗୁଡା ବିଧାୟକ ନବ ଦାସ, କାମାକ୍ଷା ନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଚିକିଟି ବିଧାୟକ ଉଷାଦେବୀ, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ ଓ ଜଗନ୍ନାଥ ସାରକା ପ୍ରମୁଖ ନବୀନଙ୍କ ନୂଆ ଟିମରେ ସ୍ଥାନ ପାଇଛନ୍ତି ।

ସେହିଭଳି ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି, ଜଗତସିଂପୁର ବିଧାୟକ ପ୍ରଶାନ୍ତ ମୁଦୁଲୀଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ, ବଲାଙ୍ଗୀର ପାଟ୍ଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଉପମୁଖ୍ୟ ସଚେତକ ହୋଇପାରନ୍ତି ।

ଆସନ୍ତାକାଲି ପୂର୍ବାହ୍ନ 11.45 ରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ସମସ୍ତ ମନ୍ତ୍ରୀ ମାନେ ଶପଥ ଗ୍ରହଣ କରିବେ ।

Last Updated : Jun 4, 2022, 10:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.