ETV Bharat / city

ବଜେଟ: ଅର୍ଥମନ୍ତ୍ରୀ ସାଜିଲେ କୁବେର, ଚାଷୀଙ୍କ ପାଇଁ ଖୋଲିଲେ ଭଣ୍ଡାର

ରାଜ୍ୟରେ କୃଷିର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ସରକାର "କାଳିଆ" (krush Assistance for Livelihood and Income Augmentation) ନାମକ ଏକ ଐତିହାସକ ଯୋଜନା ପ୍ରବର୍ତ୍ତନ କରିଛନ୍ତି । ସ୍ୱଭାବ କବି ଗଙ୍ଗାଧର ମେହେର କୃଷିର ପ୍ରଶଂସା କରି ଗାଇ ଉଠିଛନ୍ତି "କୃଷି କଲେ ଉନ୍ନତ ସକଳ ଉନ୍ନତି । କୃଷି ବିନା ନା କନ୍ଥା ନା ପନ୍ଥା କାହିଁ ବା ଅନ୍ୟ ଗତି ହେ ।"

author img

By

Published : Feb 7, 2019, 8:31 PM IST

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ଭୁବନେଶ୍ୱର: ଉପସ୍ଥାପିତ ହୋଇଯାଇଛି ବର୍ଷ 2019-20 ପାଇଁ ରାଜ୍ୟର ଅନ୍ତରୀଣ ବଜେଟ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଗତ କଲେ ବଜେଟ । ଶିକ୍ଷା, ସ୍ୱାସ୍ଥ୍ୟ, କ୍ରିଡା, ଶିଳ୍ପ, ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ନିରାପତ୍ତା, ସାମାଜିକ ନିରାପତ୍ତା, ମହିଳା ସଶକ୍ତିକରଣ, ଜନଜାତିର ବିକାଶ, ସହ କୃଷି ଓ ଚାଷୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ଏହି ବଜେଟରେ ।

ଅତିରିକ୍ତ 10 ଲକ୍ଷ ହେକ୍ଟର ଜମିରେ ଜଳସେଚନ...

  • କୃଷି ବଜେଟ ଉପସ୍ଥାପନା ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି, ସମଗ୍ର ଦେଶରେ ସବୁଠାରୁ ଦୃତ ଗତିରେ ଦାରିଦ୍ର୍ୟ ଦୂରୀକରଣ ଓଡିଶାରେ ସମ୍ଭବ ହୋଇଛି । ବିଗତ ଏକ ଦଶନ୍ଧିରୁ କମ୍‌ ସମୟ ମଧ୍ୟରେ 80 ଲକ୍ଷ ଲୋକ ଦାରିଦ୍ର୍ୟ ସାମାରେଖା ଉପରକୁ ଆସିପାରିଛନ୍ତି । ଜନସଂଖ୍ୟାର 50 ପ୍ରତିଶତ କୃଷି ଉପରେ ନିର୍ଭରଶୀଳ । ଭାରତରେ ସର୍ବାଧିକ 5ଟି କୃଷି କର୍ମଣ ପୁରସ୍କାର ପାଇବାରେ ସଫଳ ଆମ ରାଜ୍ୟ କୃଷକ ମାନଙ୍କ ଆୟ ଦ୍ୱିଗୁଣିତ ହୋଇଛି । 2014ରେ ଅତିରିକ୍ତ 10 ଲକ୍ଷ ହେକ୍ଟର ଜମିରେ ଜଳସେଚନ ନିମନ୍ତେ ସରକାର ପ୍ରତିଶୃତି ବଦ୍ଧ ହୋଇଥିଲେ ଓ ଆମେ ଆମର ଲକ୍ଷ୍ୟର ନିକଟବର୍ତ୍ତୀ । ଏହି ଲକ୍ଷ ଏପ୍ରିଲ 2019 ସୁଦ୍ଧା ହାସଲ କରାଯିବ ।

କୃଷିର ବିକାଶ ସଭିଙ୍କ ବିକାଶ, ସ୍ୱଭାବ କବି ପଡିଲେ ମନେ...

  • ରାଜ୍ୟରେ କୃଷିର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ସରକାର "କାଳିଆ" (krush Assistance for Livelihood and Income Augmentation) ନାମକ ଏକ ଐତିହାସକ ଯୋଜନା ପ୍ରବର୍ତ୍ତନ କରିଛନ୍ତି । ସ୍ୱଭାବ କବି ଗଙ୍ଗାଧର ମେହେର କୃଷିର ପ୍ରଶଂସା କରି ଗାଇ ଉଠିଛନ୍ତି "କୃଷି କଲେ ଉନ୍ନତ ସକଳ ଉନ୍ନତି । କୃଷି ବିନା ନା କନ୍ଥା ନା ପନ୍ଥା କାହିଁ ବା ଅନ୍ୟ ଗତି ହେ ।
undefined

ଅକ୍ଷୟ ତୃତୀୟା ଓ ନୂଆଖାଇରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 25 ହଜାର ଟଙ୍କାର ଅନୁଦାନ...

  • କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 5ଟି କୃଷି ଋତୁରେ ପରିବାର ପିଛା ସର୍ବମୋଟ 25 ହଜାର ଟଙ୍କାର ଅନୁଦାନ ଏହି ଯୋଜନାର ପ୍ରଥମ ଉପାଦାନ ଏବଂ ଏହା କାର୍ଯ୍ୟକାରୀ ହୋଇସାରିଛି । ଏହି ସହାୟତାକୁ ବର୍ଷର ଦୁଇଟି କୃଷି ଋତୁ ଯଥା ଖରିଫ ଓ ରବି ନିମନ୍ତେ ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ଓ ନୂଆଖାଇ ଦିନ ଯୋଗାଇ ଦିଆଯିବ ।

କୃଷି ଅର୍ଥନୀତିରେ 10 ହଜାର କୋଟିରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ...

  • ରାଜ୍ୟ ସରକାର ଏହି ଯୋଜନାରେ 50 ଲକ୍ଷ କୃଷକ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ବଦ୍ଧ । ଭାଗଚଷୀ ଏବଂ ଭୂମିହୀନ କୃଷି ଶ୍ରମିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ କୃଷି ଉପରେ ନିର୍ଭରଶୀଳ 92 ପ୍ରତିଶତ ପରିବାରଙ୍କୁ ଯୋଜନାର ପରିସରଭୁକ୍ତ କରାଯାଇ ପାରିଛି । କୃଷି ଅର୍ଥନୀତିରେ 10 ହଜାର କୋଟିରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ ଗ୍ରାମାଞ୍ଚଳ ସମୃଦ୍ଧିରେ ମାର୍ଗଦର୍ଶକ ହେବ ।

ପିଲାମାନଙ୍କୁ ଭଲ ପାଠ ପଢାନ୍ତୁ । ସେମାନଙ୍କ ଉଚିତ ଶିକ୍ଷାର ଦାୟିତ୍ୱ ରାଜ୍ୟ ସରକାରଙ୍କର...

  • ପୁନଶ୍ଚ "କାଳିଆ" ଉପଭୋକ୍ତା ମାନଙ୍କର ପିଲାମାନଙ୍କୁ ସରକାରୀ ମହାବିଦ୍ୟାଳୟ ଗୁଡିକରେ ପେଶାଗତ ଶିକ୍ଷା ଯଥା ଡାକ୍ତରୀ, ଇଞ୍ଜିନିୟରିଙ୍ଗ, କୃଷି ବିଜ୍ଞାନ, ନର୍ସିଂ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷା ନିମନ୍ତେ ସହାୟତା ପ୍ରଦାନ ପାଇଁ କାଳିଆ ବୃତ୍ତି ଘୋଷଣା କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭାଷାରେ "ଆପଣମାନଙ୍କ ପିଲାମାନଙ୍କୁ ଭଲ ପାଠ ପଢାନ୍ତୁ । ସେମାନଙ୍କ ଉଚିତ ଶିକ୍ଷାର ଦାୟିତ୍ୱ ରାଜ୍ୟ ସରକାରଙ୍କର"
undefined

ଭୁବନେଶ୍ୱରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

ବଜେଟ 2019: ଅର୍ଥମନ୍ତ୍ରୀ ସାଜିଲେ କୁବେର, ଚାଷୀଙ୍କ ପାଇଁ ଖୋଲିଲେ ଯୋଜନା ଭଣ୍ଡାର

ଭୁବନେଶ୍ୱର: ଉପସ୍ଥାପିତ ହୋଇଛି ବର୍ଷ 2019-20 ପାଇଁ ରାଜ୍ୟର ଅନ୍ତରୀଣ ବଜେଟ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଗତ କଲେ ବଜେଟ । ଶିକ୍ଷା, ସ୍ୱାସ୍ଥ୍ୟ, କ୍ରିଡା, ଶିଳ୍ପ, ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ନିରାପତ୍ତା, ସାମାଜିକ ନିରାପତ୍ତା, ମହିଳା ସଶକ୍ତିକରଣ, ଜନଜାତିର ବିକାଶ, ସହ କୃଷି ଓ ଚାଷୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ଏହି ବଜେଟରେ ।

ଅତିରିକ୍ତ 10 ଲକ୍ଷ ହେକ୍ଟର ଜମିରେ ଜଳସେଚନ...

କୃଷି ବଜେଟ ଉପସ୍ଥାପନା ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି,  ସମଗ୍ର ଦେଶରେ ସବୁଠାରୁ ଦୃତ ଗତିରେ ଦାରିଦ୍ର୍ୟ ଦୂରୀକରଣ ଓଡିଶାରେ ସମ୍ଭବ ହୋଇଛି । ବିଗତ ଏକ ଦଶନ୍ଧିରୁ କମ୍‌ ସମୟ ମଧ୍ୟରେ 80 ଲକ୍ଷ ଲୋକ ଦାରିଦ୍ର୍ୟ ସାମାରେଖା ଉପରକୁ ଆସିପାରିଛନ୍ତି । ଜନସଂଖ୍ୟାର 50 ପ୍ରତିଶତ କୃଷି ଉପରେ ନିର୍ଭରଶୀଳ । ଭାରତରେ ସର୍ବାଧିକ 5ଟି କୃଷି କର୍ମଣ ପୁରସ୍କାର ପାଇବାରେ ସଫଳ ଆମ ରାଜ୍ୟ କୃଷକ ମାନଙ୍କ ଆୟ ଦ୍ୱିଗୁଣିତ ହୋଇଛି । 2014ରେ ଅତିରିକ୍ତ 10 ଲକ୍ଷ ହେକ୍ଟର ଜମିରେ ଜଳସେଚନ ନିମନ୍ତେ ସରକାର ପ୍ରତିଶୃତି ବଦ୍ଧ ହୋଇଥିଲେ ଓ ଆମେ ଆମର ଲକ୍ଷ୍ୟର ନିକଟବର୍ତ୍ତୀ । ଏହି ଲକ୍ଷ ଏପ୍ରିଲ 2019 ସୁଦ୍ଧା  ହାସଲ କରାଯିବ । 

କୃଷିର ବିକାଶ ସଭିଙ୍କ ବିକାଶ, ସ୍ୱଭାବ କବି ପଡିଲେ ମନେ...

ରାଜ୍ୟରେ କୃଷିର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ସରକାର "କାଳିଆ" (krush Assistance for Livelihood and Income Augmentation)  ନାମକ ଏକ ଐତିହାସକ ଯୋଜନା ପ୍ରବର୍ତ୍ତନ କରିଛନ୍ତି । ସ୍ୱଭାବ କବି ଗଙ୍ଗାଧର ମେହେର କୃଷିର ପ୍ରଶଂସା କରି ଗାଇ ଉଠିଛନ୍ତି "କୃଷି କଲେ ଉନ୍ନତ ସକଳ ଉନ୍ନତି । କୃଷି ବିନା ନା କନ୍ଥା ନା ପନ୍ଥା କାହିଁ ବା ଅନ୍ୟ ଗତି ହେ ।"

ଅକ୍ଷୟ ତୃତୀୟା ଓ ନୂଆଖାଇରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 25 ହଜାର ଟଙ୍କାର ଅନୁଦାନ...

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 5ଟି କୃଷି ଋତୁରେ ପରିବାର ପିଛା ସର୍ବମୋଟ 25 ହଜାର ଟଙ୍କାର ଅନୁଦାନ ଏହି ଯୋଜନାର ପ୍ରଥମ ଉପାଦାନ ଏବଂ ଏହା କାର୍ଯ୍ୟକାରୀ ହୋଇସାରିଛି । ଏହି ସହାୟତାକୁ ବର୍ଷର ଦୁଇଟି କୃଷି ଋତୁ ଯଥା ଖରିଫ ଓ ରବି ନିମନ୍ତେ ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ଓ ନୂଆଖାଇ ଦିନ ଯୋଗାଇ ଦିଆଯିବ । 

କୃଷି ଅର୍ଥନୀତିରେ 10 ହଜାର କୋଟିରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ...

ରାଜ୍ୟ ସରକାର ଏହି ଯୋଜନାରେ 50 ଲକ୍ଷ କୃଷକ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ବଦ୍ଧ । ଭାଗଚଷୀ ଏବଂ ଭୂମିହୀନ କୃଷି ଶ୍ରମିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ କୃଷି ଉପରେ ନିର୍ଭରଶୀଳ 92 ପ୍ରତିଶତ ପରିବାରଙ୍କୁ ଯୋଜନାର ପରିସରଭୁକ୍ତ କରାଯାଇ ପାରିଛି । କୃଷି ଅର୍ଥନୀତିରେ 10 ହଜାର କୋଟିରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ ଗ୍ରାମାଞ୍ଚଳ ସମୃଦ୍ଧିରେ ମାର୍ଗଦର୍ଶକ ହେବ । 

ପିଲାମାନଙ୍କୁ ଭଲ ପାଠ ପଢାନ୍ତୁ । ସେମାନଙ୍କ ଉଚିତ ଶିକ୍ଷାର ଦାୟିତ୍ୱ ରାଜ୍ୟ ସରକାରଙ୍କର...

ପୁନଶ୍ଚ "କାଳିଆ" ଉପଭୋକ୍ତା ମାନଙ୍କର ପିଲାମାନଙ୍କୁ ସରକାରୀ ମହାବିଦ୍ୟାଳୟ ଗୁଡିକରେ ପେଶାଗତ ଶିକ୍ଷା ଯଥା ଡାକ୍ତରୀ, ଇଞ୍ଜିନିୟରିଙ୍ଗ, କୃଷି ବିଜ୍ଞାନ, ନର୍ସିଂ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷା ନିମନ୍ତେ ସହାୟତା ପ୍ରଦାନ ପାଇଁ କାଳିଆ ବୃତ୍ତି ଘୋଷଣା କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭାଷାରେ "ଆପଣମାନଙ୍କ ପିଲାମାନଙ୍କୁ ଭଲ ପାଠ ପଢାନ୍ତୁ । ସେମାନଙ୍କ ଉଚିତ ଶିକ୍ଷାର ଦାୟିତ୍ୱ ରାଜ୍ୟ ସରକାରଙ୍କର" 

ଭୁବନେଳଶ୍ୱରରୁ ଅଜିତ ଦାଶ, ଇଟିଭି ନ୍ୟୁଜ୍‌

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.