ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନରେ ୨୦୨୨-୨୩ ବର୍ଷ ପୂର୍ଣ୍ଣାଙ୍ଗ ବଜେଟରେ କ୍ରୀଡା କ୍ଷେତ୍ର ପାଇଁ ମୋଟ ୯୧୧ କୋଟି ବ୍ୟୟ ଅଟକଳ । ଆଜି (ଶନିବାର) ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କ୍ରୀଡା କ୍ଷେତ୍ର ପାଇଁ ୯୧୧ କୋଟି ବ୍ୟୟ ଅଟକଳ କରିଛନ୍ତି ।
ଏଥିସହ ଅନ୍ୟ କ୍ରୀଡା ଭିତ୍ତିଭୂମିର ବିକାଶ ଏବଂ ପରିଚାଳନା ପାଇଂ ୭୧୯ କୋଟି ବରାଦ କରିଛନ୍ତି । ସେହିପରି କ୍ରୀଡା ଶିକ୍ଷାର ଉନ୍ନତି ଓ ପ୍ରୋତ୍ସାହନ ପାଇଂ ୧୧୫ କୋଟି ବରାଦ କରିବା ସହ ଖେଲୋ ଇଣ୍ଡଆକୁ ରାଜ୍ୟର ସମର୍ଥନ ବାବଦକୁ ୧୧ କୋଟି ପ୍ରଦାନ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର