ETV Bharat / city

Odisha Budget 2022-23: କୃଷିକୁ ମିଳିଥିବା ୨୧,୧୬୬ କୋଟିରୁ କାଳିଆ ଯୋଜନାକୁ ସର୍ବାଧିକ ୧,୮୭୪ କୋଟି - ପୂର୍ଣ୍ଣାଙ୍ଗ ବଜେଟ ଆଣିଲେ ଓଡିଶା ଅର୍ଥମନ୍ତ୍ରୀ

ଷୋଡଶ ବିଧାନସଭାର ମୌସୁମୀ ଅଧିବେଶନରେ ୨୦୨୨-୨୩ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ । ଏଥର କୃଷିକୁ ମିଳିଥିବା ୨୧ ହଜାର ୧୬୬ କୋଟି ମଧ୍ୟରୁ କେବଳ କାଳିଆ ଯୋଜନା ପାଇଁ ୧ ହଜାର ୮୭୪ କୋଟି ବରାଦ । ଅଧିକ ପଢନ୍ତୁ

Odisha Budget 2022-23: କୃଷିକୁ ମିଳିଥିବା ୨୧,୧୬୬ କୋଟିରୁ କାଳିଆ ଯୋଜନାକୁ ସର୍ବାଧିକ ୧,୮୭୪ କୋଟି

author img

By

Published : Jul 2, 2022, 6:53 PM IST

ଭୁବନେଶ୍ବର: ରାଜ୍ୟ ଷୋଡଶ ବିଧାନସଭାର ଆଜି(ଶନିବାର) ଠାରୁ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ ଦିନର ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି । ଚଳିତ ବର୍ଷରେ କୃଷି ପାଇଁ ୨୧ ହଜାର ୧୬୬ କୋଟି ବ୍ୟୟବରାଦ କରିଛନ୍ତି ।

ଚାଷୀଙ୍କ ସାମଗ୍ରିକ ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ପ୍ରଣୟନ କରିଥିବା କାଳିଆ ଯୋଜନା ପାଇଁ ଏକ ହଜାର ୮୭୪ କୋଟି ବରାଦ ହୋଇଛି । ସେହିପରି ସାର ଓ ବିହନ ପାଇଁ ସୁଧମୁକ୍ତ ଋଣ ବାବଦକୁ ୨୦୦ କୋଟି ବରାଦ ହୋଇ ଥିବାବେଳେ ଶସ୍ୟ ଉତ୍ପାଦନ ପରିଚାଳନା ବାବଦକୁ ୬୮୮, ଉଦ୍ୟାନ କୃଷି ବିକାଶ ଯୋଜନା ଅଧିନରେ ୩୧୨ କୋଟି, ଓଡିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟକୁ ଗବେଷଣା ଓ ଶିକ୍ଷା ପାଇଂ ୧୬୧ କୋଟି ବ୍ୟୟବରାଦ ହୋଇଛି ।

ଏଥିସହ ପଶୁସମ୍ପଦର ସ୍ବାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଂ ୨୪୧ କୋଟି, ସଘନ ଓ ଆଭ୍ୟନ୍ତରୀଣ ମସ୍ୟଚାଷର ବିକାଶ ପାଇଂ ୧୮୨ କୋଟି, କୁକୁଡା ଚାଷ ପାଇଂ ୧୦୨ କୋଟି, କୃଷକମାନଙ୍କୁ ସୁଧ ରିହାତି ବାବଦକୁ ୮୯୩ କୋଟି, ପ୍ରଧାନମନ୍ତ୍ରୀ ଫସନ ବୀମା ଯୋଜନା ଅଧିନରେ ପ୍ରିମିୟମ ସବସିଡି ବାବଦକୁ ୬୦୦ କୋଟି, ସମବାୟ ଅନୁଷ୍ଠାନଗୁଡିକୁ ଆର୍ଥିକ ସହାୟତା ଦିଗରେ ୩୭ କୋଟି ଏବଂ ସମବାୟ ବ୍ୟାଙ୍କଗୁଡିକୁ ଅଂଶଧନ ସହାୟତା ପାଇଁ ୧୫୦ କୋଟି ବ୍ୟୟବରାଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.