ETV Bharat / city

କୋରୋନା ମୁକ୍ତ ଲାଗି ନିର୍ଭୟରେ ନିଅନ୍ତୁ ଟିକା

author img

By

Published : Mar 1, 2021, 10:34 PM IST

ଓଡିଶା ବାସୀଙ୍କୁ ରାଜ୍ୟ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ବାନ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ମାନି ନିର୍ଭୟରେ ସମସ୍ତେ ନିଅନ୍ତୁ କୋଭିଡ ଟିକା । ଅଧିକ ପଢନ୍ତୁ...

Odisha BJP State President Samir Mohanty  encourage people to take vaccine

ଭୁବନେଶ୍ବର: ଦେଶକୁ କୋରୋନା ମୁକ୍ତ କରିବା ଲାଗି ଉଦ୍ୟମ କରୁଛନ୍ତି ସରକାର । ଦେଶର ସମସ୍ତ ଜନତା କୋଭିଡ ଟିକା ନେବେ, ସେ ନେଇ ଭାରତ ସରକାର ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀ ସୋମବାର ସ୍ୱଦେଶୀ କୋଭିଡ ଟିକା ନେଇ ଡାକ୍ତର, ନର୍ସ, ବୈଜ୍ଞାନିକଙ୍କ ସମେତ ଦେଶବାସୀଙ୍କୁ ଉତ୍ସାହିତ କରିଛନ୍ତି ।

ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଆତ୍ମନିର୍ଭର ଭାରତ ଗଠନ ଦିଗରେ ଅନୁପ୍ରାଣିତ ହୋଇ ଭାରତୀୟ ବୈଜ୍ଞାନିକମାନେ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ କୋଭାକ୍ସିନ କୋରୋନା ଟୀକାର ବିକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଗ ଧାଡିର କୋରୋନା ଯୋଦ୍ଧାମାନଙ୍କୁ ଟୀକାକରଣ କରାଯାଇଥିଲା । କୋରୋନା ଯୋଦ୍ଧାଙ୍କୁ ଟୀକାକରଣ ପରେ ଆଜିଠୁ ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡିତ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ କରାଯାଇଛି ।

ଆଗାମୀ ଦିନରେ ଭାରତକୁ କୋରୋନା ମୁକ୍ତ କରିବା ଲାଗି ରାଜ୍ୟର ସମସ୍ତ ଜନତା ନିର୍ଭୟରେ ଟିକା ନେବାକୁ ସମୀର ଅନୁରୋଧ କରିଛନ୍ତି । କୋରୋନା ମହାମାରୀ ବିରୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ଓ ସମୟୋପଯୋଗୀ ପଦକ୍ଷେପକୁ ଜାତିସଂଘ ସମେତ ବିଭିନ୍ନ ଦେଶ ପ୍ରଶଂସା କରିଛନ୍ତି । କୋରୋନା ସମୟରେ ଯେପରି ଆମେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ମାନି ବିଭିନ୍ନ ନିୟମକୁ ପାଳନ କରିଥିଲେ ଠିକ୍ ସେହିପରି ଆମେ ଟୀକାକରଣକୁ ନେଇ ମନରେ କୌଣସି ଆଶଙ୍କା ନ ରଖି ଟୀକା ନେବା ପାଇଁ ସମୀର ରାଜ୍ୟବାସୀଙ୍କୁ ଆହ୍ଵାନ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.