ETV Bharat / city

'ସଂରକ୍ଷଣ ସୀମା ୫୦%ରୁ ଅଧିକ ବୃଦ୍ଧି ପାଇଁ କେନ୍ଦ୍ରରେ ଚାପ ପକାଉ ଓଡ଼ିଶା ବିଜେପି' - ବିଜେପିକୁ ବିଜେଡିର ଟାର୍ଗେଟ୍

ଓବିସି ସଂରକ୍ଷଣ ନେଇ ବିଜେପି ମୁଖପାତ୍ର ସୋନାଲି ସାହୁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ କାଉଣ୍ଟର କରିଛି ବିଜେଡି । ବିଜେଡି ପକ୍ଷରୁ ବିଜେପି ଓ ସୋନାଲିଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ଅଧିକ ପଢ଼ନ୍ତୁ...

'ସଂରକ୍ଷଣ ସୀମା ୫୦%ରୁ ଅଧିକ କରିବା ପାଇଁ କେନ୍ଦ୍ରରେ ଚାପ ପକାଉ ଓଡ଼ିଶା ବିଜେପି'

author img

By

Published : Aug 12, 2021, 10:18 PM IST

ଭୁବନେଶ୍ବର: ଓବିସି ସଂରକ୍ଷଣ ନେଇ ବିଜେପି ମୁଖପାତ୍ର ସୋନାଲି ସାହୁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ କାଉଣ୍ଟର କରିଛି ବିଜେଡି । ବିଜେଡି ପକ୍ଷରୁ ବିଜେପି ଓ ସୋନାଲିଙ୍କୁ ଟାର୍ଗେଟ କରିଛନ୍ତି ଦଳୀୟ ପ୍ରବକ୍ତା ଇପ୍ସିତା ସାହୁ । ଇପ୍ସିତା କହିଛନ୍ତି ଯେ, "ସୋନାଲି ବୋଧହୁଏ ଜାଣିନାହାନ୍ତି ଯେ ଗତକାଲି (ବୁଧବାର) ବିଜେଡି ସାଂସଦମାନେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଛନ୍ତି । ଏକ କେନ୍ଦ୍ରୀୟ ଆଇନ୍‍ ଦାବି କରିଛନ୍ତି । ଯେଉଁଥିରେ ସଂରକ୍ଷଣ ସୀମାକୁ ୫୦%ରୁ ଊର୍ଦ୍ଧ୍ୱ କରାବାକୁ ଦାବି କରିଛନ୍ତି ।"

ଏପରି ହେଲେ ଓଡ଼ିଶା ସରକାର ଓବିସି ବର୍ଗଙ୍କ ପାଇଁ ଅଧିକ ସଂରକ୍ଷଣ କରିପାରିବେ । ସୁପ୍ରିମ୍‍କୋର୍ଟ ତାଙ୍କ ରାୟରେ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସୀମିତ ରଖିଥିବା କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ମିଥ୍ୟା ଓ ବିଭ୍ରାନ୍ତିକର ବିବୃତ୍ତି ଦେଉଛି ବିଜେପି । ଏହା କରିବା ପରିବର୍ତ୍ତେ ଓଡିଶା ବିଜେପି, କେନ୍ଦ୍ର ସରକାରଙ୍କୁ ତୁରନ୍ତ ଏକ କେନ୍ଦ୍ରୀୟ ଆଇନ୍‍ ଆଣିବାକୁ ଅନୁରୋଧ କରିବା ଉଚିତ୍‍ । ଯେଉଁଥିରେ ସଂରକ୍ଷଣ ସୀମା ୫୦%ରୁ ଅଧିକ ରହିବ । ଓଡିଶା ସରକାର ଓବିସିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସଂରକ୍ଷଣ ସୁବିଧା ଦେଇପାରିବେ । ଏହି କେନ୍ଦ୍ରୀୟ ଆଇନ୍‍ ଆଣିବାରେ ବିଳମ୍ବ ହେତୁ ଯଦିଓ ଓଡିଶା ସରକାର ଚାହୁଁଛନ୍ତି, କିନ୍ତୁ ଓବିସି ସଂରକ୍ଷଣ କାର୍ଯ୍ୟକାରୀ କରିବାରେ ସମର୍ଥ ହୋଇପାରୁ ନାହାନ୍ତି ବିଜେପି ମୁଖପାତ୍ରଙ୍କୁ ଜବାବ ଦେଇ ଏହା କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

'ସଂରକ୍ଷଣ ସୀମା ୫୦%ରୁ ଅଧିକ କରିବା ପାଇଁ କେନ୍ଦ୍ରରେ ଚାପ ପକାଉ ଓଡ଼ିଶା ବିଜେପି'
'ସଂରକ୍ଷଣ ସୀମା ୫୦%ରୁ ଅଧିକ କରିବା ପାଇଁ କେନ୍ଦ୍ରରେ ଚାପ ପକାଉ ଓଡ଼ିଶା ବିଜେପି'
ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‍ଇବିସି/ଓବିସି ମାନଙ୍କର ଜାତି ଭିତ୍ତିକ ଜନଗଣନା ପାଇଁ ଦାବିକରି ଆସୁଛନ୍ତି । ଯାହା ଦ୍ୱାରା ସେମାନଙ୍କୁ ସଂରକ୍ଷଣ ସୁବିଧା ଯୋଗାଇ ଦିଆଯାଇ ପାରିବ । ହେଲେ କେନ୍ଦ୍ରରେ ବିଜେପି ପରିଚାଳିତ ସରକାର ଏହି ଦାବିକୁ ଗ୍ରହଣ କରିନାହାନ୍ତି । ରାଜ୍ୟର ଓବିସି ଲୋକଙ୍କ ଭାବନାକୁ ନେଇ ଶସ୍ତା ରାଜନୀତି ବନ୍ଦ କରନ୍ତୁ ବୋଲି ଓଡିଶା ବିଜେପିକୁ କହିଛି ବିଜେଡି ।

ନିଜ ଦଳ ପରିଚାଳିତ କେନ୍ଦ୍ର ସରକାରଙ୍କୁ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ବୃଦ୍ଧି କରିବା ଏବଂ ଓବିସିଙ୍କ ପାଇଁ ଜାତି ଭିତ୍ତିକ ଗଣନା ଆରମ୍ଭ କରୁ । ଯଦି ସଂରକ୍ଷଣ ସୀମା ୫୦%ରୁ ଅଧିକ ପାଇଁ କେନ୍ଦ୍ରୀୟ ଆଇନ୍‍ ଆସିବ ନାହିଁ । ଓବିସିଙ୍କ ପାଇଁ ଜାତିଭିତ୍ତିକ ଜନଗଣନା ହେବ ନାହିଁ । ତେବେ ଓବିସି ସମ୍ପ୍ରଦାୟ ଓଡ଼ିଶା ବିଜେପିକୁ କେବେ ହେଲେ କ୍ଷମା କରିବେ ନାହିଁ ବୋଲି ଇପ୍ସିତା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.