ଭୁବନେଶ୍ବର: ଏଜି ଛକ ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ଓଡ଼ିଶା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ନିରବ ପ୍ରତିବାଦ । ଜାନୁଆରୀ 5ରେ ପଞ୍ଜାବ ଫିରୋଜପୁର ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ପାଇଁ କଂଗ୍ରେସ ଦଳକୁ ଦାୟୀ କରି ପ୍ରତିବାଦ ସ୍ବରୂପ ମୁହଁରେ କଳା ମାସ୍କ ପିନ୍ଧି ବିକ୍ଷୋଭ କରୁଛନ୍ତି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଦସ୍ୟ ।
ଏହାସହ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ପଞ୍ଜାବରେ କଂଗ୍ରେସର ଏହା ଏକ ପ୍ରାୟୋଜିତ ଘଟଣା ବୋଲି ଅଭିଯୋଗ କରି ନିନ୍ଦା କରିଛି । ଏହାସହ ଏଭଳି ଘଟଣା ପାଇଁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦେଶବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ