ETV Bharat / city

ଜେଟଲୀଙ୍କ ବିୟୋଗରେ ରାଜ୍ୟ ବିଜେପିର କର୍ମଶାଳା ସ୍ଥଗିତ

author img

By

Published : Aug 24, 2019, 8:45 PM IST

ନିର୍ବିବାଦୀୟ ନେତା, ବିରୋଧିଙ୍କ ପ୍ରଶଂସାର ପାତ୍ର ଥିବା ପୂର୍ବ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ବିୟୋଗ ଘଟିଛି । ଏପଟେ ରାଜ୍ୟ ବିଜେପି ଅଗଷ୍ଟ 25ରେ ଆୟୋଜନ କରିବାକୁ ଥିବା ଦଳୀୟ କର୍ମଶାଳାକୁ ସ୍ଥଗିତ ରଖିଛି ।

ଫାଇଲ ଫଟୋ

ଭୁବନେଶ୍ବର: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗ କାରଣରୁ ଅଗଷ୍ଟ 25 ତାରିଖରେ ହେବାକୁ ଥିବା ରାଜ୍ୟ ବିଜେପିର କର୍ମଶାଳାକୁ ସ୍ଥଗିତ ରଖାଯାଇଛି । ଦଳୀୟ କାର୍ଯ୍ୟାଳୟରେ ସାଙ୍ଗଠନିକ ନିର୍ବାଚନ ପାଇଁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କର୍ମଶାଳାକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ସ୍ଥଗିତ ରଖାଯାଇଛି ।

aruna jetly
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅରୁଣ ଜେଟଲୀ ବାଜପେୟୀ ଏବଂ ମୋଦିଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଅର୍ଥ, ପ୍ରତିରକ୍ଷା, ଆଇନ ପରି ସର୍ବୋଚ୍ଚ ବିଭାଗର ଦାୟିତ୍ବରେ ଥିଲେ ଅରୁଣ । ବିଜେପିର ଏହି ବରିଷ୍ଠ ନେତାଙ୍କ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି । ତେଣୁ ରବିବାର ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ବିଜେପିର କର୍ମଶାଳାକୁ ସ୍ଥଗିତ ରଖାଯାଇଛି ।

କାର୍ଯ୍ୟକ୍ରମ କେଉଁ ତାରିଖରେ ହେବ ତାହା ଧାର୍ଯ୍ୟ ହୋଇନଥିବା ବେଳେ ଆଗାମୀ ସମୟରେ ଜଣାଇ ଦିଆଯିବ ବୋଲି ରାଜ୍ୟ ବିଜେପି ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ବିୟୋଗ କାରଣରୁ ଆସନ୍ତା କାଲି ୨୫ ତାରିଖ (ରବିବାର) ଦିନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କର୍ମଶାଳା ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ସ୍ଥଗିତ ରଖାଯାଇଛି । ଏହି କର୍ମଶାଳାର ଧାର୍ଯ୍ୟ ତାରିଖ ପରବର୍ତୀ ସମୟରେ ଜଣାଇ ଦିଆଯିବ ବୋଲି ରାଜ୍ୟ ବିଜେପି ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି ।Body:HhConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.