ETV Bharat / city

Assembly Adjournment: ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା BJP

author img

By

Published : Dec 11, 2021, 7:43 PM IST

ବିଧାନସଭା ଶୀତକାଳୀନ ଅଧିବେଶନର ନିର୍ଦ୍ଧାରିତ ଦିବସ ପୂର୍ବରୁ ମୁଲତବୀ ହୋଇଛି । ଅଧିବେଶନରେ ଅଧଘଣ୍ଟା ପାଇଁ ମଧ୍ୟ ଚାଲିପାରିଲା ନାହିଁ ଗୃହ । ବିରୋଧୀଙ୍କ ଦାବି ସରକାରଙ୍କ ଜିଦ ଆଗରେ ପୁରା ଧୋଇଗଲା ଅଧିବେଶନ । ଫଳରେ ବିରୋଧୀ ବିଜେପି ବିଧାୟକ ମାନେ ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

Odisha BJP legislators meet Governor
Odisha BJP legislators meet Governor

ଭୁବନେଶ୍ବର: ଷୋଡଶ ବିଧାନସଭା ଅଷ୍ଟମ ଅଧିବେଶନର ଶୀତକାଳୀନ ଅଧିବେଶନର ନିର୍ଦ୍ଧାରିତ ଦିବସ ପୂର୍ବରୁ ମୁଲତବୀ କରିଦେଲେ ବାଚସ୍ପତି । ଅଧିବେଶନରେ ଅଧଘଣ୍ଟା ପାଇଁ ମଧ୍ୟ ଚାଲିପାରିଲା ନାହିଁ ଗୃହ । ବିରୋଧୀଙ୍କ ଦାବି ସରକାରଙ୍କ ଜିଦ ଆଗରେ ପୁରା ଧୋଇଗଲା ଅଧିବେଶନ । ଫଳରେ ବିରୋଧୀ ବିଜେପି ବିଧାୟକ ମାନେ ଆଜି (ଶନିବାର) ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏନେଇ ଆଜି ବିଜେପି ବିଧାୟକ ମାନେ ୪ ଦଫା ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ନିଜ ଅଭିଯୋଗରେ ବିଜେପି ଦର୍ଶାଇଛି ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦେଲେ ନାହିଁ ବାଚସ୍ପତି । ସ୍ଥିର ହୋଇଥିବା ଧାର୍ଯ୍ୟ ଦିବସ ପୂର୍ବରୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଦେଲେ । ୩ବର୍ଷ ହେଲା ଗୃହ ଠିକରେ ଚାଲୁନାହିଁ।

ଏହାସହ ଦୁଇ ବର୍ଷ ହେଲା ଗୃହର ନେତା ଗୃହକୁ ଆସୁନାହାନ୍ତି । ମୁଖ୍ୟମନ୍ତ୍ରୀ ସ୍ମାର୍ଟକାର୍ଡ (Smart Card) ବାଣ୍ଟିବା ପାଇଁ ଜିଲ୍ଲା ଗସ୍ତ କରୁଛନ୍ତି ହକି ମ୍ୟାଚକୁ ଅତିଥି ହୋଇଯାଉଛନ୍ତି । କିନ୍ତୁ ଗୃହକୁ ଆସୁନାହାନ୍ତି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.