ETV Bharat / city

କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲା BJP କୃଷକ ମୋର୍ଚ୍ଚା

author img

By

Published : Dec 21, 2021, 8:06 AM IST

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ନିକଟରେ ଫେରାଦ ହେଲା ବିଜେପି କୃଷକ ମୋର୍ଚ୍ଚା(Odisha BJP Kisan Morcha Meet Union Agriculture Minister) । ଅଧିକ ପଢନ୍ତୁ

କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲା BJP କୃଷକ ମୋର୍ଚ୍ଚା
କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲା BJP କୃଷକ ମୋର୍ଚ୍ଚା

ଭୁବନେଶ୍ବର: କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର(Union Agriculture Minister)ଙ୍କ ନିକଟରେ ଫେରାଦ ହେଲା ବିଜେପି କୃଷକ ମୋର୍ଚ୍ଚା(Odisha BJP Kisan Morcha Meet Union Agriculture Minister) । ବରଗଡ ପଦ୍ମପୁର ସବଡିଭିଜନରେ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ୫ ହଜାର ୬ ଶହ ଚାଷୀଙ୍କ ବୀମା ପଞ୍ଜିକରଣ କରିଥିବା ଏକ ଘରୋଇ କମ୍ପାନୀ ବେଆଇନ ଭାବେ ବାତିଲ କରିଦେଇଥିବା ପ୍ରସଙ୍ଗରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଫେରାଦ ହୋଇଛି ବିଜେପି କୃଷକ ମୋର୍ଚ୍ଚା ।

ସୂଚନା ଅନୁଯାୟୀ, ଗତକାଲି(ସୋମବାର) ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କଳାହାଣ୍ଡିର ଲୋକସଭା ସଦସ୍ୟ ବସନ୍ତ ପଣ୍ଡା ନୂଆଦିଲ୍ଲୀସ୍ଥିତ କୃଷି ଭବନ ଠାରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ ଉକ୍ତ ଘରୋଇ ବୀମା କମ୍ପାନୀ ବେଆଇନ ଭାବେ ପ୍ରିମିୟମ ଜମା କରିଥିବା ଚାଷୀଙ୍କ ବୀମା ପଲିସିକୁ କିଭଳି ବାତିଲ କଲା ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ଏଠାରେ ପ୍ରକାଶଯୋଗ୍ୟ ଯେ, ଚଳିତ ଖରିଫ ଋତୁ ପାଇଁ ସମସ୍ତ ପ୍ରକାର ଜମିର ପଟ୍ଟା ସହ ନିର୍ଦ୍ଧାରିତ ସମୟ ସୀମା ଜୁଲାଇ ୩୧ତାରିଖ ଭିତରେ ଚାଷୀମାନେ ନିଜ ଜମିର ବୀମା ପଞ୍ଜିକରଣ କରିଥିଲେ । ଯଦି କାଗଜ ପତ୍ରରେ ଚାଷୀ ଭୁଲ ତଥ୍ୟ ଦେଇଥିବ, ତାହେଲେ ଗୋଟିଏ ମାସ ମଧ୍ୟରେ କମ୍ପାନୀ ଚାଷୀଙ୍କ ବୀମା ପଞ୍ଜିକରଣ ବାତିଲ କରିବାର ନିୟମ ଥିବାବେଳେ ବେଆଇନ ଭାବେ କମ୍ପାନୀ ଗତ ନଭେମ୍ବର ୧୫ ତାରିଖ ପରେ ଚାଷୀଙ୍କ ବୀମା ପଲିସି ବାତିଲ କରିଥିବାର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ତୋମାର ତୁରନ୍ତ ବୀମା କମ୍ପାନୀ ଠାରୁ ଏହାର ତଥ୍ୟ ମାଗିବା ପାଇଁ ନିର୍ଦ୍ଦେଶ ଦେବା ସହ ଓଡ଼ିଶା ସରକାରଙ୍କଠାରୁ ମଧ୍ୟ ମତାମତ ଲୋଡିଛନ୍ତି ବୋଲି ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.