ETV Bharat / city

ଆବାସ ଯୋଜନା ଚିଠି ଲେଖା ପ୍ରସଙ୍ଗ: ରାଜ୍ୟ ବିଜେପିର ପ୍ରତିକ୍ରିୟା

author img

By

Published : Jan 31, 2022, 4:54 PM IST

ମନ୍ତ୍ରୀ ପ୍ରତାପ ଜେନା ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଆବାସ ଯୋଜନା ପାଇଁ ଚିଠି ଲେଖିଛନ୍ତି। ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି କହିଛି ଚୋର ମୁହଁ ଟାଣ । ବାରମ୍ବାର ଆବାସ ପ୍ଲସ ପୋର୍ଟାଲ ଖୋଲା ଯାଇଥିଲେ ବି ତଥ୍ୟ ଏମାନେ ଭରିଲେ ନାହିଁ । ଅଧିକ ପଢନ୍ତୁ

golak mohapatra counter to minister pratap jena
ଆବାସ ଯୋଜନା ଚିଠି ଲେଖା ପ୍ରସଙ୍ଗ: ରାଜ୍ୟ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ବର: ମନ୍ତ୍ରୀ ପ୍ରତାପ ଜେନା ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଆବାସ ଯୋଜନା ପାଇଁ ଚିଠି ଲେଖିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି କହିଛି ଚୋର ମୁହଁ ଟାଣ। ବାରମ୍ବାର ଆବାସ ପ୍ଲସ ପୋର୍ଟାଲ ଖୋଲା ଯାଇଥିଲେ ବି ତଥ୍ୟ ଏମାନେ ଭରିଲେ ନାହିଁ ।

ବିଜେଡିର ନେତାଙ୍କୁ ଏବେ ନିର୍ବାଚନ ପାଇଁ ଗାଁକୁ ଗଲାବେଳେ ଲୋକେ ପଚାରୁଛନ୍ତି । ଏଥିରୁ ବର୍ତ୍ତିବା ଲାଗି ଚିଠି ଲେଖାର ନାଟକ କରୁଛନ୍ତି ବାବୁ ପ୍ରତାପ ଜେନା । ଲୋକେ ବିଜେଡିର ନାଟକ ବୁଝି ଗଲେଣି ଏହାର ଜବାବ ନିଶ୍ଚିତ ଦେବେ ।

ପ୍ରଧାନମନ୍ତ୍ରୀ ଓଡିଶାକୁ 17 ଲକ୍ଷ ଘର ଦେଲେ ଏବଂ ଏହାପରେ 7ଥର ଆବାସ ପ୍ଲସ ପୋର୍ଟାଲ ଖୋଲା ରଖିଲେ । ତେବେ ବିଜେଡି ସରକାର ତଥ୍ୟ ଦେଲେ ନାହିଁ । ଏପଟେ ବାବୁ ମାନେ କାହିଁକି ତଥ୍ୟ ଭରିଲେ ନାହିଁ ଏହାର ଉତ୍ତର ଦିଅନ୍ତୁ ।

ନିଜର ଦୋଷ ସହ ହଜାରେ କୋଟିର ଦୁର୍ନୀତିକୁ ଘୋଡାଇବାକୁ ଓ ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାର ଦୁର୍ନୀତିକୁ ଲୁଚାଇବାକୁ ଚିଠି ଲେଖିଛନ୍ତି । ସେହିପରି ମାହାଙ୍ଗା ଡବଲ ମର୍ଡରକୁ ଘୋଡାଇବା ପାଇଁ ଏହି ପ୍ରସଙ୍ଗ ଉଠାଇଛନ୍ତି ।

ତେବେ ଯେଉଁ ସବୁ ଗାଁକୁ ବିଜେଡିର ନେତା ଯାଉଛନ୍ତି ସାଧାରଣ ଲୋକେ ପଚାରୁଛନ୍ତି ଆମ ଘର କୁଆଡେ ଗଲା । ଏଣୁ ଏଥିପାଇଁ ଚିଠି ଲେଖି ବାହାନା କରୁଛି ବିଜେଡି । ଅପରପକ୍ଷେ ନିଜର ଧନୀ ନେତା ଓ ମନ୍ତ୍ରୀଙ୍କ ନାଁରେ 4ରୁ 5ଟି ଲେଖାଏଁ ଘର ରହିଛି । କେନ୍ଦ୍ର ସରକାରଙ୍କ ଟିମ ଆସିଲା ପରେ ଏମାନଙ୍କୁ ରିପୋର୍ଟ ମାଗିଲେ ଏହାର ଉତ୍ତର କାହିଁକି ଦେଲେ ନାହିଁ ରାଜ୍ୟ ସରକାର ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.