ETV Bharat / city

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

author img

By

Published : Jun 29, 2022, 12:36 PM IST

ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେବ ୩ଆ ମାସିଆ ଖସଡ଼ା । ଅଧିକ ପଢନ୍ତୁ

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ
ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ଭୁବନେଶ୍ବର: ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଅଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆହୁତ ରାଜ୍ୟପଦାଧିକାରୀ ବୈଠକରେ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିଲା । ଆଜି ସେ ସମସ୍ତ ପ୍ରସ୍ତାବ ଉପରେ ମୋହର ବାଜିବ । ଆଜିର ବୈଠକରେ ୨୦୨୪ ପାଇଁ ଦଳ ଖସଡ଼ା ପ୍ରସ୍ତୁତ କରିବ।

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ଆଗତ ହେବାକୁ ଥିବା ରାଜନୈତିକ ଚିଠା ପ୍ରସ୍ତାବ ଗୁଡିକ ହେଲା...

1. ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ପ୍ରସ୍ତାବ, ଅଗ୍ନିବୀର ଓ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ମଧ୍ୟ ଧନ୍ୟବାଦ ପ୍ରସ୍ତାବ ।
2. ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହେବ।

ରାଜ୍ୟରେ ଅହେତୁକ ବିଜୁଳି ଦର ବୃଦ୍ଧି, ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ବ୍ୟାପକ ଲୁଟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ସେବା ନ ମିଳିବା ବିନା ଟେଂଡରରେ ଠିକା କାମ, ସେଥିରେ ଜିଲାପାଳ, ଜୁନିଅର ଇଞ୍ଜିନିଅର ଏବଂ ବିଜେଡି କର୍ମୀଙ୍କ ମଧୁ ଚନ୍ଦ୍ରିକା ,ମହାନଦୀ ଶୁଖିଲା ପଡ଼ିବା ପ୍ରସଙ୍ଗ ,କେନ୍ଦ୍ରୀୟ ଯୋଜନାର ହରିଲୁଟ ଓ ବେକାରୀ ସମସ୍ୟା ପ୍ରସଙ୍ଗରେ ଲଢେଇ କରିବ ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.