ETV Bharat / city

ବଜେଟ ସମୟରେ ମୁଖ୍ୟମନ୍ତ୍ରୀ ବିଦେଶ ଯିବା ଦୁର୍ଭାଗ୍ୟଜନକ: ମୋହନ ମାଝୀ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଟ୍ଵିଟ ଉପରେ ଅମର ପଟ୍ଟନାୟକ ପ୍ରତିକ୍ରିୟାକୁ ନେଇ କଡା ଜବାବ ଦେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଧିକ ପଢନ୍ତୁ

author img

By

Published : Jun 13, 2022, 7:51 AM IST

ବଜେଟ ସମୟରେ ମୁଖ୍ୟମନ୍ତ୍ରୀ ବିଦେଶ ଯିବା ଦୁର୍ଭାଗ୍ୟଜନକ: ମୋହନ ମାଝୀ
ବଜେଟ ସମୟରେ ମୁଖ୍ୟମନ୍ତ୍ରୀ ବିଦେଶ ଯିବା ଦୁର୍ଭାଗ୍ୟଜନକ: ମୋହନ ମାଝୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଟ୍ଵିଟ ଉପରେ ଅମର ପଟ୍ଟନାୟକ ପ୍ରତିକ୍ରିୟାକୁ ନେଇ କଡା ଜବାବ ଦେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି ଯେ, ‘‘ବିଧାନସଭା ଅଧିବେଶନ ସମୟରେ ଓଡ଼ିଶାର ସାଢ଼େ ଚାରିକୋଟି ଓଡ଼ିଆ ବିଧାୟକଙ୍କ ମାଧ୍ୟମରେ ସେମାନଙ୍କ ପ୍ରଶ୍ନ ପଚାରିଥାନ୍ତି ଏବଂ ସରକାର ତାହାର ଉତ୍ତର ଦେଇଥାନ୍ତି । ଏହି ପରିପ୍ରେକ୍ଷୀରେ ସମସ୍ତ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥାନ୍ତି । ଠିକ ଏହି ସମୟରେ ମୁଖ୍ୟମନ୍ତ୍ରୀ ବିଦେଶ ଯିବା ଦୁର୍ଭାଗ୍ୟଜନକ ।’’

ସେ ଆହୁରି କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ବଜେଟ୍‌ ଅଧିବେଶନ ପୂର୍ବରୁ କିମ୍ବା ପରେ ଯାଇପାରିଥାନ୍ତେ । ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡ଼ିଶାକୁ ଶିଳ୍ପ ଆଣିବା ନାଁରେ ଅନେକଥର ବିଦେଶ ଯାଇଛନ୍ତି କିନ୍ତୁ, ତା’ର ଫଳ ଆପଣଙ୍କ ସାମ୍ନାରେ ।’’ ଏହାସହ ମୁଖ୍ୟମନ୍ତ୍ରୀ ରୋମରୁ ଥାଇ ବଜେଟ୍ ଅଧିବେଶନରେ ଯୋଗ ଦେବେ ନା ବଜେଟ ଅଧିବେଶନରୁ ଦୂରେଇ ରହିବେ ସେ ବିଷୟରେ ବିଜୁ ଜନତା ଦଳଠାରୁ ସ୍ପଷ୍ଟ ମତ ମାଗିଲେ ମୋହନ ମାଝୀ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.