ETV Bharat / city

Leader of Opposition: ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

author img

By

Published : Jul 30, 2022, 3:56 PM IST

Updated : Jul 30, 2022, 7:10 PM IST

ବିରୋଧୀ ଦଳ ନେତା ହେଲେ ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ଏନେଇ ଆଜି ରାଜ୍ୟ ଦଳୀୟ ମୁଖ୍ୟାଳୟରେ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର
ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ବର: ବିରୋଧୀ ଦଳ ନେତା ହେଲେ ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ଏନେଇ ଆଜି ରାଜ୍ୟ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ପ୍ରେସମିଟରେ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଘୋଷଣା କରିଛନ୍ତି ।

ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ନିଜ ରାଜନୈତିକ ଜୀବନରେ ଜୟ ନାରାୟଣ ମିଶ୍ର ପ୍ରଥମ ଥର ପାଇଁ ଦ୍ବାଦଶ ବିଧାନସଭାକୁ 2000 ମସିହାରେ ପଶ୍ଚିମ ଓଡିଶାର ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ସମ୍ବଲପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ଦ୍ବିତୀୟ ଥର ପାଇଁ ତ୍ରୟୋଦଶ ବିଧାନସଭାକୁ 2004 ରେ ସମାନ ଆସନରୁ ନିର୍ବାଚିତ ହୋଇଥିଲେ । ପରେ ତୃତୀୟ ଥର ପାଇଁ 2009 ରେ ନିର୍ବାଚିତ ହୋଇଥିବା ବେଳେ, 2014 ନିର୍ବାଚନରେ ବିଜେଡି ପ୍ରାର୍ଥୀନି ଡାକ୍ତର ରାଶେଶ୍ବରୀ ପାଣିଗ୍ରାହୀଙ୍କ ଠାରୁ ପରାଜିତ ହୋଇଥିଲେ ଜୟ ନାରାୟଣ ।

ପୁଣି ଥରେ 2019 ମସିହା ନିର୍ବାଚନରେ ରାଶେଶ୍ବରୀଙ୍କୁ ପରାସ୍ତ କରି ନିଜର ସାଂଗଠନିକ ଦକ୍ଷତା ଦେଖାଇଥିଲେ । ପଶ୍ଚିମ ଓଡିଶାର ଜଣେ ଲୋକପ୍ରିୟ ଚର୍ଚ୍ଚିତ ରାଜନେତା ହେଉଛନ୍ତି ଜୟ ନାରାୟଣ ମିଶ୍ର । ବିଜେଡି ବିଜେପି ମେଣ୍ଟ ସରକାର ସମୟରେ ପରିବହନ, ବାଣିଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇଥିଲେ । ଏହାସହ ମେଣ୍ଟ ଭାଙ୍ଗିବା ପରେ ଉପମୁଖ୍ୟ ସଚେତକ ଭାବେ ଦାୟିତ୍ବ ସଫଳତାର ସହ ତୁଳାଇଛନ୍ତି ଜୟ ନାରାୟଣ ମିଶ୍ର ।

ବର୍ତ୍ତମାନର ବିରୋଧୀ ଦଳ ନେତା ଥିବା ଭବାଣିପାଟ୍ଟଣା ବିଧାୟକ ପ୍ରଦୀପ୍ତ ନାୟକ ଅସୁସ୍ଥ ଅଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥତା ରହିବା ସହ ରାଜ୍ୟ ବାହାରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ । ଫଳରେ ଗତ କିଛି ଦିନ ତଳେ ବିରୋଧୀ ଦଳ ନେତା ପରିବର୍ତ୍ତନ ପାଇଁ ବିଜେପି ବିଧାୟକ ମାନେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ସାକ୍ଷାତ କରିଥିଲେ । ପରେ ବିଧାୟକ ମାନଙ୍କ ପକ୍ଷରୁ କେବଳ ଜୟ ନାରାୟଣ ମିଶ୍ରଙ୍କ ନାଁ ପ୍ରସ୍ତାବ ଦିଆଯାଇଥିଲା । ଯାହାର ମୋହର ମାରିଛି କେନ୍ଦ୍ରୀୟ ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 30, 2022, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.