ETV Bharat / city

ଗରିବୀ ରାଜନୀତି: ନବୀନଙ୍କ ଭାଷଣ ନେଇ ବିରୋଧୀଙ୍କ ତାଚ୍ଛଲ୍ୟ - ଓଡିଶାର ଦାରିଦ୍ର୍ୟତା ଖବର

କେନ୍ଦ୍ର ସରକାରଙ୍କ ନଜରରେ ଓଡିଶା ଗରିବ ରାଜ୍ୟ ବୋଲି ବହୁ ଆଗରୁ ବିବେଚନା ହେବା ସହ ରାଜ୍ୟ ସରକାରଙ୍କ ମଧ୍ୟ ଗରିବୀକୁ ଦେଖାଇ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ଆସୁଛନ୍ତି । ତେବେ ଆଗାମୀ 5 ବର୍ଷ ମଧ୍ୟରେ 10 ପ୍ରତିଶତ ଗରିବୀ କମାଇବା ଲକ୍ଷ୍ୟରେ ବିଜେଡି ସରକାର ବୋଲି ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅଧିକ ପଢନ୍ତୁ

odisha poor on naveen patnaik rule says opposition
ନବୀନଙ୍କ ଭାଷଣକୁ ବିରୋଧୀଙ୍କ ତାଚ୍ଛଲ୍ୟ
author img

By

Published : Dec 27, 2021, 10:49 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଗରିବୀ କମେଇବା ବିବୃତି ଉପରେ ବିରୋଧୀଙ୍କ ଆଟାକ । ଓଡିଶା ଗରିବ ରାଜ୍ୟ ,ଏ ବାର୍ତ୍ତା ସାରା ଭାରତରେ ଚିତ୍ରିତ ହୋଇ ଆସୁଛି। କେନ୍ଦ୍ର ସରକାରଙ୍କ ନଜରରେ ଓଡିଶା ଗରିବ ରାଜ୍ୟ ବୋଲି ବହୁ ଆଗରୁ ବିବେଚନା ହେବା ସହ ରାଜ୍ୟ ସରକାରଙ୍କ ମଧ୍ୟ ଗରିବୀକୁ ଦେଖାଇ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ଆସୁଛନ୍ତି । ହେଲେ ହଠାତ 21 ବର୍ଷ ଶାସନ ପରେ ମୁଖ୍ୟମନ୍ତ୍ରୀ ବୟାନ ରଖିଛନ୍ତି ରାଜ୍ୟରୁ ଗରିବୀ କମିଛି।

ନବୀନଙ୍କ ଭାଷଣକୁ ବିରୋଧୀଙ୍କ ତାଚ୍ଛଲ୍ୟ

ବିଜେଡି ଶାସନ କାଳରେ ରାଜ୍ୟର ଗରିବୀ 63 ପ୍ରତିଶତରୁ 29 ପ୍ରତିଶତକୁ ହ୍ରାସ ପାଇଛି। ଆଗାମୀ 5 ବର୍ଷ ମଧ୍ୟରେ 10 ପ୍ରତିଶତ ଗରିବୀ କମାଇବା ଲକ୍ଷ୍ୟରେ ବିଜେଡି ସରକାର ବୋଲି ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଓଡିଶାରୁ ଗରିବୀ କମିଛି ନା ବଢିଛି ନା ସମାନ ସ୍ଥିତିରେ ରହିଛି ? ଗରିବୀର ପ୍ରକୃତ ମାପକାଠି କଣ ? ମାଗଣାରେ ରାସନ ନେଉଥିବା ଲୋକ ଗରିବ ସୀମାରେଖା ତଳେ ନା ଉପରେ ? ଓଡିଶା ଯଦି ଗରିବ ରାଜ୍ୟ ନୁହେଁ ରାଜ୍ୟ ସରକାରଙ୍କ ସ୍ପେଶାଲ ଫୋକସ ରାଜ୍ୟ ଦାବି କଣ ପାଇଁ ? 2000 ମସିହା ପୂର୍ବରୁ ଓଡିଶାର ରଗିବୀ ପ୍ରତିଶତ 47.02 ପ୍ରତିଶତ ଥିଲା ନା 63 ପ୍ରତିଶତ ଥିଲା ? ଓଡିଶାର ଗରିବୀ ନେଇ ନୀତି ଆୟୋଗଙ୍କ ରିପୋର୍ଟ ଭୁଲ କି ?

ବିରୋଧୀଙ୍କ ମୁହଁରେ ଏବେ ଏଭଳି ଅସମାହିତ ପ୍ରଶ୍ନ ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଗରିବୀ କମ ହୋଇଥିବା ନେଇ ଯେଉଁ ବାର୍ତ୍ତା ଦେଲେ ତାହାକୁ ନେଇ ଏବେ ଆରମ୍ଭ ହୋଇ ଯାଇଛି ତର୍କବିତର୍କ । ରାଜ୍ୟର ଗରିବୀ 63 ପ୍ରତିଶତରୁ 29 ପ୍ରତିଶତକୁ ବିଜେଡି ସରକାର କମେଇ ଆଣିଛି । ଆଗାମୀ 5 ବର୍ଷରେ 10 ପ୍ରତିଶତ ଗରିବୀ କମାଇବା ଲକ୍ଷ୍ୟ ରଖିଛି ବିଜେଡି । ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଭାଷଣକୁ ନେଇ ବିରୋଧୀ ତାତ୍ସଲ୍ୟ କରିଛନ୍ତି । କଂଗ୍ରେସର ଅଭିଯୋଗ ୨୫ ବର୍ଷରୁ ଅଧିକ ହେଲା ଶାସନ ବ୍ୟବସ୍ଥା। 1971 ମସିହା ଜନଗଣନା କୁ ହିସାବ କୁ ନେଲେ ୭୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲା ସେଇ ପରିମାଣ ଯେତେବେଳେ ୩୦ ପ୍ରତିଶତ କୁ ଆସିଛି ।

କିନ୍ତୁ ଜନଗଣନା ଅନୁଯାୟୀ ୪୭ ଲକ୍ଷ ଲୋକଙ୍କ ଦାରିଦ୍ର୍ୟ ବଢିଛି। ଏହା ହେଉଛି ସରକାରୀ ହିସାବ। ୨୫ ବର୍ଷ ଶାସନ ରେ ୪୭ ଲକ୍ଷ ଦ୍ରାରିଦ୍ର ବଢିଛି ବିପିଏଲ ତାଲିକା। ବିପିଏଲ ଯଦି ୨୯ ପ୍ରତିଶତ କମିଛି ତେବେ ୮୪ ପ୍ରତିଶତ ଲୋକଙ୍କୁ କେମିତି ଚାଉଳ ଦିଆଯାଉଛି। ଯେଉଁ ଦିନ ଟଙ୍କିକିଆ ଚାଉଳ ପ୍ରତ୍ୟାହାର ହୋଇଯିବ ଧରାପଡିଯିବ କେତେ ପ୍ରକୃତ ଗରିବ। ଓଡ଼ିଶାରେ ୫୪ ପ୍ରତିଶତ ରୁ କମ ନାହାନ୍ତି ଗରୀବ। ଗୋଟିଏ ଲୋକର ଆୟର କେତେ ପ୍ରତିଶତ ଖାଇବା ବାଟରେ ଖର୍ଚ୍ଚ ହେଉଛି। ଯାହାର ଆୟ ୧୦୦ ଟଙ୍କା ସେ ଖାଇବା ରେ ୧୦୦ଖର୍ଚ୍ଚ କଲେ ସେ ଭିକାରୀ, ସେ ୯୦ ଟଙ୍କା ଖର୍ଚ୍ଚ କଲେ ଅତି ଗରିବ ଶ୍ରେଣୀ, ୮୦ ଟଙ୍କା ଖର୍ଚ୍ଚ କଲେ ଗରିବ ଶ୍ରେଣୀ । ଅତି ଗରିବଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ସାଢେ ୧୨ ପ୍ରତିଶତ।

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ବାସ୍ତବ, ବିଜେଡିର କହିବା ଅନୁସାରେ ରାଜ୍ୟର ଲୋକଙ୍କ ପାଇଁ ବିଜେଡି ସରକାର ଅହରହ ପ୍ରୟାସ କରିବା ସହ ଗରିବୀ କମାଇବାରେ ସକ୍ଷମ ହୋଇଛି । ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ମିଶନରେ ବହୁ ଲୋକଙ୍କୁ ସାମିଲ କରିବା ସହ ରାଜ୍ୟରୁ ସଂପୂର୍ଣ୍ଣ ଗରିବୀ ହଟାଇବା ପ୍ରୟାସରେ ରହିଛନ୍ତି ସରକାର । ଟଙ୍କିକିଆ ଚାଉଳ ସହ ରାଜ୍ୟର ଦାରିଦ୍ର୍ୟତା ସହ କୌଣସି ସାମଞ୍ଜସ୍ୟ ନାହିଁ । ଟଙ୍କିକିଆ ଚାଉଳ ହେଉଛି ସାମାଜିକ ସୁରକ୍ଷା । ରାଜ୍ୟ ସରକାରଙ୍କ ଦାୟିତ୍ବ ହେଉଛି ରାଜ୍ୟର ସମସ୍ତ ଲୋକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.