ETV Bharat / city

ଓଡିଶା ବନ୍ଦ: ସରକାରୀ କର୍ମଚାରୀଙ୍କୁ 9.30 ସୁଦ୍ଧା ଅଫିସରେ ପହିଞ୍ଚିବାକୁ ଆଡଭାଇଜରୀ

ରାଜ୍ୟର ବିଭିନ୍ନ ସମସ୍ୟା ନେଇ ଆସନ୍ତା 15 ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏନେଇ 15 ତାରିଖ ସକାଳ 9 ଟା 30 ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଓଡିଶା ବନ୍ଦ: ସରକାରୀ କର୍ମଚାରୀଙ୍କୁ 9ଟା 30 ସୁଦ୍ଧା ଅଫିସର ପହିଞ୍ଚିବାକୁ ନିର୍ଦ୍ଦେଶ

author img

By

Published : Feb 12, 2021, 9:21 PM IST

ଭୁବନେଶ୍ବର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା 15 ତାରିଖରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ଡାକରା ଦିଆଯାଇଛି । ସକାଳ 7ଟାରୁ 1ଟା ପର୍ଯ୍ୟନ୍ତ 6 ଘଣ୍ଟିଆ ଏହି ବନ୍ଦ ଡାକରା ବଳବତ୍ତର ରହିବ । ଏହାକୁ ଦୃଷ୍ଟିରେ ରଖି 15 ତାରିଖ ସକାଳ 9 ଟା 30 ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ସମେତ ଭୁବନେଶ୍ବରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସରକାରୀ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ରହିଛି ।

ସରକାରଙ୍କ ସ୍ବତନ୍ତ୍ର ସଚିବ ସନ୍ତୋଷ ବାର୍ଲ୍ଲା ଏନେଇ ସମସ୍ତ ଅତିରିକ୍ତ ଶାସନ ସଚିବ, ପ୍ରମୁଖ ସଚିବ, କମିଶନର ତଥା ସ୍ବତନ୍ତ୍ର ସଚିବମାନଙ୍କୁ ଚିଠି ଲେଖିଛନ୍ତି । ବନ୍ଦ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ମାର୍କେଟ, କୋର୍ଟ, ପେଟ୍ରୋଲ ପମ୍ପ ଓ ବ୍ୟାଙ୍କକୁ ମଧ୍ୟ ବନ୍ଦ କରିପାରେ କଂଗ୍ରେସ । ଯାନବାହନ ତଥା ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ପ୍ରସ୍ତାବିତ ଓଡିଶା ବନ୍ଦ କାରଣରୁ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଲୋକ ସେବା ଭବନର ସମ୍ମୁଖ ଫାଟକ 10.15 ମିନିଟରେ ବନ୍ଦ କରାଯିବ । ମୁଖ୍ୟ ଗେଟ ନିକଟ ଗେଟ ଦେଇ କର୍ମଚାରୀ ଓ ପାସଧାରୀ ପ୍ରବେଶ କରିପାରିବେ । ସତର୍କତାମୂଳକ ପଦକ୍ଷେପ ସୂରୁପ କର୍ମଚାରୀଙ୍କର ପରିଚୟ ପତ୍ର ଏବଂ ପରିଦର୍ଶକଙ୍କ ପାସ୍ କଡାକଡି ଭାବେ ଯାଞ୍ଚ କରାଯିବ । ପରିଚୟ ପତ୍ର ଓ ଅନୁମତି ପତ୍ର ବିନା କାହାକୁ ପ୍ରବେଶ କରାଯିବ ନାହିଁ । ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଗୃହ ବିଭାଗ ଓ ସଚିବାଳୟ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.