ETV Bharat / city

କଂଗ୍ରେସର ବନ୍ଦ ଡାକରା ଦୁର୍ଭାଗ୍ୟଜନକ: ବିଜେଡି ବିଧାୟକ

author img

By

Published : Nov 11, 2021, 7:57 PM IST

ଶିକ୍ଷୟତ୍ରୀ ମମିତା ମେହେର ପ୍ରସଙ୍ଗରେ ଶୁକ୍ରବାର ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ବନ୍ଦ ଡାକରା ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବଡଚଣା ବିଧାୟକ ଅମର ଶତପଥୀ । ଅଧିକ ପଢନ୍ତୁ...

ବିଜେଡି ବିଧାୟକ
ବିଜେଡି ବିଧାୟକ

ଭୁବନେଶ୍ବର: ଶିକ୍ଷୟତ୍ରୀ ମମିତା ମେହେର ପ୍ରସଙ୍ଗରେ ଆସନ୍ତାକାଲି (ଶୁକ୍ରବାର) ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ବନ୍ଦ ଡାକରା ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବଡଚଣା ବିଧାୟକ ଅମର ଶତପଥୀ । କଂଗ୍ରେସର ବନ୍ଦ ଡାକରା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅମର କହିଛନ୍ତି ।

କଂଗ୍ରେସର ବନ୍ଦ ଡାକରା ଦୁର୍ଭାଗ୍ୟ ଜନକ: ବିଜେଡି ବିଧାୟକ

ଅମର କହିଛନ୍ତି ଯେ, ବିଭିନ୍ନ ସମୟରେ ବିରୋଧୀ ଦଳ କାର୍ଯ୍ୟକ୍ରମ କରନ୍ତି । ଲୋକଙ୍କ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାନ୍ତି । ବନ୍ଦ ଡାକରା ଦିଅନ୍ତି । କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଯାହା ତଦନ୍ତ ପରିସର ଭୁକ୍ତ ହୋଇସାରିଛି । ଯେଉଁ ସମ୍ପର୍କରେ ଦୋଷୀ ଯିଏ ଦଣ୍ଡ ପାଇବ ସେ କାର୍ଯ୍ୟକ୍ରମ ଚାଲୁ ରହିଛି । ଅପରାଧୀଙ୍କୁ ଧରିବା ଓ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି । ଏହା ପରେ ଯଦି ଓଡିଶା ବନ୍ଦ ହେବ ଦୁର୍ଭାଗ୍ୟଜନକ ।

ବନ୍ଦ ଡାକରା ଲୋକଙ୍କ ଦ୍ବାରା ଗ୍ରହଣୀୟ ହେବ ନାହିଁ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିବାଦ କରିବାର ସମସ୍ତଙ୍କର ଅଧିକାର ରହିଛି । ମାତ୍ର ପ୍ରତିବାଦର ଗୋଟିଏ ଲକ୍ଷ୍ମଣରେଖା ରହିଛି । ପ୍ରତି ସମୟରେ ଛୋଟ ଛୋଟ ପ୍ରସଙ୍ଗରେ ବନ୍ଦ କଲେ ସାଧାରଣ ଲୋକେ କ୍ଷତିଗ୍ରସ୍ତ ହେବେ ବୋଲି ଅମର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.