ETV Bharat / city

ଆଜିଠୁ ରାଜ୍ୟ ବଜେଟ ଅଧିବେଶନ

author img

By

Published : Feb 18, 2021, 7:12 AM IST

ଆଜିଠୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ । 22ରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ...

ରାଜ୍ୟ ବଜେଟ ଅଧିବେଶନ
ରାଜ୍ୟ ବଜେଟ ଅଧିବେଶନ

ଭୁବନେଶ୍ବର: ଆଜିଠୁ ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ସକାଳ 11ଟାରୁ ଆରମ୍ଭ ହେବ । ଏଥର ଅଧିବେଶନରେ ପ୍ରଶ୍ନକାଳ ରହିବ । କୋରୋନା କଟକଣା ମଧ୍ୟରେ ଗୃହକାର୍ଯ୍ୟ ଚାଲିବ ।

ପ୍ରତ୍ୟେକ ଦିନ 5 ଘଣ୍ଟା ଗୃହ ଚାଲିବ । ସକାଳ ସାଢେ 10ରୁ ଅପରାହ୍ନ 1ଟା 30 ଓ ଅପରାହ୍ନ 4ଟାରୁ ସନ୍ଧ୍ୟା 6ଟା ଯାଏ ଗୃହ ଚାଲିବ । ତେବେ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା, ବ୍ୟୟମଞ୍ଜୁରୀ ବିଲ, ବଜେଟ ଉତ୍ତର, ଗୃହ ଓ ସାଧାରଣ ପ୍ରଶାସନ, ରାଜସ୍ବ ବିଭାଗର ଖର୍ଚ୍ଚ ଦାବି ଆଦି ଗୁରୁତ୍ବପୂର୍ଣ୍ଣ ଆଲୋଚନା ଦିନ ଗୃହକାର୍ଯ୍ୟ ସନ୍ଧ୍ୟା 7ଟା ଯାଏଁ ଚାଲିବ ପାରିବ ବୋଲି ସୂଚନା ମିଳିଛି ।

ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ 18, 19 ଓ 20ରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ । 22 ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ । ଦୁଇଟି ପର୍ଯ୍ୟାୟରେ ହେବ ବଜେଟ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ 18ରୁ 27 ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 12ରୁ ଅପ୍ରେଲ 9 ଯାଏଁ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.