ETV Bharat / city

Odisha Assembly Winter Session: ତୃତୀୟ ଦିନରେ ବି ଗୃହ ଅଚଳ

ବିଧାନସଭା ଶୀତ ଅଧିବେଶର ତୃତୀୟ ଦିନ (Odisha Assembly Winter Session) ରେ ବି ଗୃହ ଅଚଳ । ଅପରାହ୍ନ 4ଟା ଯାଏଁ ମୁଲତବୀ ଘୋଷଣା । ଅଧିକ ପଢନ୍ତୁ

author img

By

Published : Dec 3, 2021, 10:56 AM IST

Updated : Dec 3, 2021, 12:15 PM IST

Odisha Assembly Winter Session: ତୃତୀୟ ଦିନରେ ବି ଗୃହ ଅଚଳ
Odisha Assembly Winter Session: ତୃତୀୟ ଦିନରେ ବି ଗୃହ ଅଚଳ

ଭୁବନେଶ୍ବର: ଆଜି ବି ଆରମ୍ଭ ହେଉ ହେଉ ମୁଲତବୀ ହେଲା ଗୃହ(House Adjourned) । 11. 30ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର(Odisha Assembly Speaker) । ଏହା ପରେ ପୁଣି 11.30 ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଆଜି ବିଧାନସଭା ଶୀତ ଅଧିବେଶର ତୃତୀୟ ଦିନ (Odisha Assembly Winter Session 3rd Day) ଥିଲା । କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଗୃହ ଆରମ୍ଭରୁ ପ୍ରବଳ ହୋ ହଲ୍ଲା କରିଥିଲେ ବିରୋଧୀ । ଏପରିକି ବାଚସ୍ପତିଙ୍କ ପୋଡିଅମ ଆଗକୁ ଆସି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଫଳରେ ଆରମ୍ଭ ହେଉ ହେଉ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାର ଘଣ୍ଟାଏ ପରେ ଗୃହ ଆରମ୍ଭ ହୋଇଥିଲେ ମଧ୍ୟ ପୁଣି ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଏହା ମଧ୍ୟ ପଢନ୍ତୁ:-Odisha Assembly Winter Session 2nd day: ଅପରାହ୍ନ ୪ ଯାଏଁ ଗୃହ ମୁଲତବୀ

ସୂଚନା ଅନୁଯାୟୀ ବିଧାନସଭା ଆରମ୍ଭର ପ୍ରଥମ ଦିନରୁ ଚାଲି ପାରୁନି ଗୃହ । ଏଥିପାଇଁ ଶାସକ-ବିରୋଧୀ କେବଳ ଦୋଷ ଲଦାଲଦି ହୋଇ ରହିଯାଉଛନ୍ତି । ଗୃହ ଅଚଳ ପାଇଁ ଆଗତ ହେବାକୁ ଥିବା ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ କାର୍ଯ୍ୟକାରୀ ହୋଇପାରୁନାହିଁ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 3, 2021, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.