ହାଜତ ମୃତ୍ୟୁକୁ ନେଇ ତାତିଲା ଗୃହ । ଉଭୟ ବିଜେପି ଓ କଂଗ୍ରେସ ବିଧାୟକ କଲେ ହୋହଲ୍ଲା । ଫଳରେ ଅତିରିକ୍ତ ବିଲ ଆଗତ ପରେ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ଶୀତକାଳୀନ ଅଧିବେଶନ ; 11,200କୋଟିର ଅତିରିକ୍ତ ବଜେଟ୍ ଆଗତ, ଆସନ୍ତାକାଲି ଯାଏ ଗୃହ ମୁଲତବୀ - ବିଧାନସଭାର ଶୀତକାଳୀନ ଅଧିବେଶନ
17:48 November 20
ଗୃହ ଆସନ୍ତାକାଲି ଯାଏ ମୁଲତବୀ
17:46 November 20
ଗୃହରେ 5ଟି ବିଲ ଆଗତ
ହୋହଲ୍ଲା ମଧ୍ୟରେ ଆଜି ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ 5 ଟି ବିଲ ଆଗତ ହୋଇଛି । ତେବେ ସମସ୍ତ ବିଲ ଆଗତ ପରେ ଗୃହକୁ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କରାଯାଇଛି ।
17:06 November 20
ଅତିରିକ୍ତ ବଜେଟରେ ମହାମାରୀକୁ ଆଖି ଆଗରେ ଆବଣ୍ଟନର ପୁନଃ ପ୍ରାଥମିକତା ଉପରେ ଗୁରୁତ୍ବ ଦିଆଯାଇଛି । ମୋଟ 11,200 କୋଟି ଅତିରିକ୍ତ ବଜେଟ୍ରେ ପ୍ରଶାସନିକ ବ୍ୟୟବରାଦକୁ 2 ହଜାର 2 ଶହ 73 କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ 7 ହଜାର 4 ଶହ 38 କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ 1 ହଜାର 4 ଶହ 84 କୋଟି ଓ ରାଜ୍ୟ ବଜେଟରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ବାବଦକୁ 5 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
16:50 November 20
11,200କୋଟିର ଅତିରିକ୍ତ ବଜେଟ୍ ଆଗତ
ବିଧାନସଭାର ଶୀତକାଳିନ ଅଧିବେଶନରେ 2020-21ର ଅତିରିକ୍ତ ବଜେଟ୍ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଆଗତ କରିଛନ୍ତି । ସମୁଦାୟ 11,200କୋଟିର ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଯେଉଁଥିରେ ଉଚ୍ଚଶିକ୍ଷା ବିଭାଗକୁ 193.46 କୋଟି, ଦକ୍ଷତା ବିକାଶକୁ 10.35କୋଟି, ଏମଏସଏମଇ ପାଇଁ 54.82 କୋଟି ଓ ବିପର୍ଯ୍ୟୟ ପରିଚାଳନା ପାଇଁ 1484.22 ରହିଛି ।
16:35 November 20
ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପିତ, ଆସନ୍ତାକାଲି ଯାଏ ଗୃହ ମୁଲତବୀ
ଗୃହରେ ଆଗତ ହେଲା ଅତିରିକ୍ତ ବଜେଟ । 2020-21ରେ ଅତିରିକ୍ତ ବ୍ୟୟ ତାଲିକା ଆଗତ । ଆଗତ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବ୍ୟୟ ତାଲିକା ଆଗତ ପରେ ଆସନ୍ତାକାଲି ଯାଏ ଗୃହ ମୁଲତବୀ । ସେହିପରି ହୋହଲ୍ଲା ମଧ୍ୟରେ 5ଟି ବିଲ୍ ମଧ୍ୟ ଆଗତ । ହାଜତ ମୃତ୍ୟୁକୁ ନେଇ ଗୃହରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ କରୁଥିଲେ ନାରାବାଜି ।
15:41 November 20
ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ହାଜତ ମୃତ୍ୟୁକୁ ନେଇ ଗୃହରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ନାରାବାଜି । ଗୃହ ବାରମ୍ବାର ମୁଲତବୀ । ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।
15:13 November 20
ଆରମ୍ଭରୁ ହଟ୍ଟଗୋଳ, 15 ମିନିଟ୍ ଯାଏ ଗୃହ ମୁଲତବୀ
ହାଜତ ମୃତ୍ୟୁକୁ ନେଇ ଗୃହରେ ହୋହଲ୍ଲା । ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ହାଜତ ମୃତ୍ୟୁ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରତିବାଦ । ଗୃହ ମଧ୍ୟକୁ ଆସି ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନଙ୍କ ନାରାବାଜି । ଗୃହ 15 ମିନିଟ୍ ଯାଏ ମୁଲତବୀ ।
15:04 November 20
ମୁଲତବୀ ପରେ ଗୃହ ଆରମ୍ଭ
ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ମୁଲତବୀ ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ଅପରାହ୍ନ 3ଟାରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଛି । ପୂର୍ବାହ୍ନରେ ଦିବଙ୍ଗତା ନେତା ପୂର୍ବତନ ବାଚସ୍ପଚି ଶରତ କର, କାର୍ତ୍ତିକେଶ୍ବର ପାତ୍ର, ପୂର୍ବତନ ସଦସ୍ୟ, ଗୁରୁପଦ ନନ୍ଦଙ୍କ ସହ କୋରୋନା ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆସିବା ପରେ ଗୃହକାର୍ଯ୍ୟ 3ଟା ଯାଏ ମୁଲତବୀ ଥିଲା ।
11:29 November 20
ଶୀତକାଳୀନ ଅଧିବେଶନ ଆରମ୍ଭ, ଶୋକ ପ୍ରସ୍ତାବ ପରେ 3ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ବର: ଗୃହକାର୍ଯ୍ୟ ଆରମ୍ଭରୁ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତା ନେତା ତଥା ପୂର୍ବତନ ବାଚସ୍ପଚି ଶରତ କର, କାର୍ତ୍ତିକେଶ୍ବର ପାତ୍ର, ପୂର୍ବତନ ସଦସ୍ୟ, ଗୁରୁପଦ ନନ୍ଦଙ୍କ ସହ କୋରୋନା ଯୋଦ୍ଧାଙ୍କ ପାଇଁ କରାଗଲା ଶୋକ ପ୍ରାର୍ଥନା । ଏହା ପରେ ଅପରାହ୍ନ 3 ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି ।
11:18 November 20
ବିଧାନସଭାର ଶୀତ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଯାଇଛି । ଗୃହ କାର୍ଯ୍ୟ ଆରମ୍ଭରୁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ବର: କୋରୋନା କଟକଣାରେ ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ପୂର୍ବାହ୍ନ 10.30 ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଡିସେମ୍ବର 31 ପର୍ଯ୍ୟନ୍ତ ଚାଲିବ । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ କରିଛନ୍ତି । ଦିବଙ୍ଗତା ନେତା ତଥା ପୂର୍ବତନ ବାଚସ୍ପଚି ଶରତ କର, କାର୍ତ୍ତିକେଶ୍ବର ପାତ୍ର, ପୂର୍ବତନ ସଦସ୍ୟ, ଗୁରୁପଦ ନନ୍ଦଙ୍କ ସହ କୋରୋନା ଯୋଦ୍ଧାଙ୍କ ଶୋକ ଆଗତ କରାଯାଇଛି । ଏହା ପରେ ଅପରାହ୍ନ 3 ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯିବ । ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ ଆଗତ କରିବେ । ମନ୍ତ୍ରୀ ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ପ୍ରଫୁଲ୍ଲ ସାମଲ ଓ ସାବିତ୍ରୀ ଅଗ୍ରୱାଲ ଲୋକସେବା କନଫରେନ୍ସ ହଲରେ ଉପସ୍ଥିତ ରହିଛନ୍ତି ।