ETV Bharat / city

Assembly Winter Session; ମମିତା ପ୍ରସଙ୍ଗରେ ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ

author img

By

Published : Dec 1, 2021, 4:35 PM IST

Updated : Dec 1, 2021, 5:04 PM IST

ବିଧାନସଭାର ଶୀତକାଳୀନ ଅଧିବେଶନ ଗୃହ ଆରମ୍ଭରୁ ମମିତା ମେହେର ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଆଟାକ କରିଛନ୍ତି ବରୋଧୀ । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କୁ ପବିତ୍ର ଗୃହକୁ ନ ପୁରାଇ ଦେବା ନେଇ ଧାରଣାରେ ବସିଛି କଂଗ୍ରେସ । ସେପଟେ ବିଜେପି ମଧ୍ୟ ମନ୍ତ୍ରୀଙ୍କୁ ଗୃହକୁ ନ ପୁରାଇଦେବା ପାଇଁ ଦାବି କରିଛି। ଅଧିକ ପଢନ୍ତୁ

Assembly Winter session
Assembly Winter session ; ମମିତା ପ୍ରସଙ୍ଗରେ ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ବର: ବୁଧବାର ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ ( Odisha Assembly Winter session) । ଗୃହ ଆରମ୍ଭରୁ ମମିତା ମେହେର ପ୍ରସଙ୍ଗକୁ (Mamita Meher murder case) ନେଇ ଶାସକ ଦଳକୁ ଆଟାକ କରିଛନ୍ତି ବରୋଧୀ । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କୁ ପବିତ୍ର ଗୃହକୁ ନ ପୁରାଇ ଦେବା ନେଇ ଧାରଣାରେ ବସିଛି କଂଗ୍ରେସ । ସେପଟେ ବିଜେପି ମଧ୍ୟ ମନ୍ତ୍ରୀଙ୍କୁ ବିଧାନସଭାରେ ନ ପୁରାଇଦେବା ପାଇଁ ଦାବି କରିଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।

ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟାରେ କିହଛନ୍ତି ଯେ ବାଚସ୍ପତିଙ୍କ ପକ୍ଷରୁ ଆଦେଶ ନାମା ଜାରି ହେବା ଦରକାର । ମନ୍ତ୍ରୀ ଯେ ପର୍ଯ୍ୟନ୍ତ ଦୋଷୀ ବୋଲି ମୁକ୍ତ ହୋଇ ନାହାଁନ୍ତି ସେ ପର୍ଯ୍ୟନ୍ତ ବିଧାନସଭା ପ୍ରବେଶ ପାଇଁ ଅନୁମତି ଦିଆନଯାଉ । ଆଇନରେ କଣ ଅଛି ସେ ନେଇ ଦେଖିକି ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ସମୀର ଦେ ମନ୍ତ୍ରୀ ଥିବା ସମୟରେ ଅଭିଯୋଗ ଆସିବାରୁ ତାଙ୍କୁ ବିଧାନସଭା ଅନୁମତି ଦିଆଯାଇନଥିଲା । ଯଦି ବାଚସ୍ପତି କୌଣସି ନିଷ୍ପତ୍ତି ନ ନିଅନ୍ତି ଆଇନକୁ ଆଖି ଆଗରେ ରଖି ଗୃହରେ ପ୍ରତିବାଦ ଜାରି ରଖିବୁ।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ବାସ ରଖି ଲୋକେ ନିର୍ବାଚିତ କରୁଛନ୍ତି କିନ୍ତୁ ଏତେ ବଡ଼ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଚୁପ। ଘଟଣାକୁ ଘଣ୍ଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ବି କିଛି ପ୍ରମାଣ ଥିଲା ନଷ୍ଟ କରାଯାଇଛି। ଦୋଷୀକୁ ଖସେଇବାକୁ ଉଦ୍ୟମ କରାଯାଇଛି। ବିଧାନସଭାରେ ମନ୍ତ୍ରୀଙ୍କୁ ପ୍ରବେଶ କରାଇ ନଦେବାକୁ ଉଦ୍ୟମ ହୋଇଥିଲା। ସେ କଳେବଳେ ପ୍ରବେଶ କରିଛନ୍ତି। ଗୃହରେ ବି ବିରୋଧ କରାଯାଇଛି। ହାଇକୋର୍ଟ ମନିଟର ଏସଆଇଟି କରାଯାଉ । ବାଚସ୍ପତି ଅନ୍ୟ କାର୍ଯ୍ୟକ୍ରମ ନ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମୋସନ ଉପରେ ଆଲୋଚନା କରାଯାଉ ।

ଭୁବନେଶ୍ବରରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 1, 2021, 5:04 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.