ETV Bharat / city

Odisha Assembly Winter Session: ଗଙ୍ଗାଜଳ ଛିଞ୍ଚିଲେ ତାରା, ଘଣ୍ଟ ବାଡେଇଲେ ବିରୋଧୀ - Opposition ruckus in Odisha assembly

ଆଜି ବି ଆରମ୍ଭ ହେଉହେଉ ମୁଲତବୀ ହେଲା ଗୃହ(House Adjourned) । ହୋହାଲ୍ଲା ମଧ୍ୟରେ ଅପରାହ୍ନ ୪ଟା ଯାଏଁ ବିଧାନସଭା(Odisha Assembly Winter Session) ମୁଲତବୀ ଘୋଷଣା । ଅଧିକ ପଢନ୍ତୁ

Odisha Assembly Winter Session: ଅଧିବେଶନର ଚତୁର୍ଥ ଦିନରେ ବି ମୁଲତବୀ

author img

By

Published : Dec 4, 2021, 11:04 AM IST

Updated : Dec 4, 2021, 11:31 AM IST

ଭୁବନେଶ୍ବର: ଆଜିବି ଆରମ୍ଭ ହେଉହେଉ ମୁଲତବୀ ହେଲା ଗୃହ(House Adjourned) । ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର(Odisha Assembly Speaker) । କଂଗ୍ରେସ ବିଧାୟକ ତାରା ବାହିନିପତିଙ୍କ ସମେତ ଅନ୍ୟ ବିରୋଧୀ ଘଣ୍ଟ ବାଡେଇ, ଗଙ୍ଗା ଜଳ ଛିଞ୍ଚି ହୋହାଲ୍ଲା କରିବାରୁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।

Odisha Assembly Winter Session: ଗଙ୍ଗାଜଳ ଛିଞ୍ଚିଲେ ତାରା, ଘଣ୍ଟ ବାଡେଇଲେ ବିରୋଧୀ

ଆଜି ବିଧାନସଭା ଶୀତ ଅଧିବେଶର ଚତୁର୍ଥ ଦିନ (Odisha Assembly Winter Session 4th Day) ଥିଲା । କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଗୃହ ଆରମ୍ଭରୁ ପ୍ରବଳ ହୋ ହଲ୍ଲା କରିଥିଲେ ବିରୋଧୀ । ଏପରିକି ଗୃହରେ ମଧ୍ୟ ଘଣ୍ଟ ବାଡେଇ ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିଅମ ଆଗକୁ ଆସି ବ୍ରାହ୍ମଣ ବେଶରେ ଗଙ୍ଗା ଜଳ ସିଞ୍ଚନ କରିଥିଲେ । ଏହି ସମୟରେ ତାଙ୍କ ପଛେ ପଛେ ଅନ୍ୟ ବିଧାୟକମାନେ ମଧ୍ୟ ଘଣ୍ଟ ବାଡେଇଥିଲେ । ଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Odisha Assembly Winter Session: ତୃତୀୟ ଦିନରେ ବି ଗୃହ ଅଚଳ

ସୂଚନା ଥାଉ ଯେ, ଡିସେମ୍ବର ୧ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଛି । ମାତ୍ର ୪ ଦିନ ମଧ୍ୟରେ ଆରମ୍ଭରୁ ଅଚଳ ହୋଇଯାଉଛି ଗୃହ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ଗୃହରେ ଏବଂ ବିଧାନସଭା ଫାଟକରେ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 4, 2021, 11:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.