ଭୁବନେଶ୍ବର: ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ । ଗୃହମନ୍ତ୍ରୀଙ୍କ ଗୃହକୁ ନ ପୁରାଇଦେବା ଦାବିରେ ବିରୋଧୀ ଅଡି ରହିଛନ୍ତି । ଆଜି ଅପରାହ୍ନରେ ଗୃହ ଆରମ୍ଭ ହେବା ମାତ୍ରେ ଉଭୟ କଂଗ୍ରେସ ଓ ବିଜେପି ମମିତା ମେହେର ହତ୍ୟାକାଣ୍ଡକୁ ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଛନ୍ତି । ସୂଚନାଥାଉକି ଶୀତକାଳିନ ଅଧିବେଶନରେ ପ୍ରଥମ ଦିନରେ ଗୃହକାର୍ଯ୍ୟ ଚାଲିପାରିନଥିଲା । ଅପରାହ୍ନ ୫ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି।
Odisha Assembly Winter Session:ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ - ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି
17:28 December 01
ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ
14:49 December 01
ଶୀତଅଧିବେସନ ଆରମ୍ଭରୁ ହଙ୍ଗାମା, ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ବର: ଆରମ୍ଭରୁ ହଙ୍ଗାମା। ବିଧାନସଭା ଆରମ୍ଭ ରୁ ହଙ୍ଗମା। ଦିନ 11 ଟା ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ଙ୍କ ପ୍ରବେଶ ପଥରେ ଦେଲା ଧାରଣା। ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଧାରଣାରେ ବସିଲେ କଂଗ୍ରେସ ବିଧାୟକ।
ଗୋଟିଏ ପଟେ କଂଗ୍ରେସର ତିନି ବିଧାୟକ ଓ ଆଉ ଗୋଟିଏ ପଟେ କଂଗ୍ରେସର ଚାରି ଜଣ ବିଧାୟକ ଧାରଣା ରେ ବସିଥିଲେ। ଦାବି ଥିଲା ପବିତ୍ର ଗୃହକୁ ଅପବିତ୍ର ମନ୍ତ୍ରୀଙ୍କୁ ପୁରେଇ ଦିଆ ନ ଯାଉ। ମନ୍ତ୍ରୀଙ୍କୁ ବହିସ୍କାର ଓ ଗିରଫ କରାଯାଉ। ଅନ୍ୟପଟେ ଆଉ ଏକ ପ୍ରବେଶ ପଥରେ କଂଗ୍ରେସ ତାଲା ପକାଇଥିଲା ଯାହାକୁ କର୍ମଚାରୀ ମାନେ ପଛରେ ଭାଙ୍ଗିଥିଲେ। ଏମିତିକି ଦୁଇଟି ପ୍ରବେଶ ପଥରେ ତାଲା ପଡ଼ିଥିବାରୁ କିଛି ମନ୍ତ୍ରୀ ବିଧାୟକ ଅନ୍ୟ ବାଟେ ଯାଇଥିଲେ। ସେପଟେ ବିଜେପି ସଦସ୍ୟ ମାନେ ଗୃହ ମନ୍ତ୍ରୀଙ୍କ ନାଁ ରେ ଅଭିଯୋଗ ଥିବାରୁ ତାଙ୍କୁ ବିଧାନସଭାକୁ ବାରଣ କରିବାକୁ ଦାବି କରିଥିଲେ।
ସେପଟେ ବିଜେଡି ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବିଧାନସଭା ରୁ ରାଜଭବନ ଅଭିମୁଖେ ରାଲି କରିଥିଲେ। କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇ ଓ ହାତରେ ପ୍ଲାକାର୍ଡ ଧରି ରାଜଭବନ ଅଭିମୁଖେ ଯାଇଥିଲେ।
ଭୁବନେଶ୍ବରରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
12:23 December 01
BJD-Congress On strike: ଗୃହ ଚଳାଇବାକୁ ବାଚସ୍ପତିଙ୍କ ସହ BJP ର ଆଲୋଚନା
ଭୁବନେଶ୍ବର: ଗୃହ ଚଳାଇବାକୁ ବାଚସ୍ପତିଙ୍କ ସହ ଆଲୋଚନା କରୁଛି ବିଜେପି । କଂଗ୍ରେସ ଓ ବିଜେଡି ବିଧାୟକମାନେ ଧାରଣାରତ ଥିବାବେଳେ ଗୃହ ଚଳାଇବାକୁ ଯୋଜନା କରୁଛି ବିଜେପି । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସ ବିଧାୟକମାନେ ବିଧାନସଭାର ୨ଟି ମୁଖ୍ୟ ଦ୍ବାରରେ ଧାରଣା ଦେଇ ଥିବାବେଳେ କେନ୍ଦ୍ର ଅବହେଳା ଦର୍ଶାଇ ବିଜେଡି ଗୃହକୁ ଆସୁନାହିଁ । ବିଜେଡିର ବିଧାୟକମାନେ ରାଜଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

11:50 December 01
Odisha Assembly Winter Session: କଂଗ୍ରେସ-ବିଜେଡି ବିଧାୟକଙ୍କ ଧାରଣା
ଭୁବନେଶ୍ବର: ଆରମ୍ଭ ହେଲା ଷୋଡଶ ବିଧାନସଭାର ଅଷ୍ଟମ ଅଧିବେଶନ(Odisha Assembly Winter Session) । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାସଭବନରୁ ଯୋଡିହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା । ଅନ୍ୟପଟେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଧାନସଭାର ୨ ଟି ମୁଖ୍ୟ ଦ୍ବାରରେ କଂଗ୍ରେସର ଧାରଣା । ମନ୍ତ୍ରୀଙ୍କୁ ଗୃହକୁ ପ୍ରବେଶ କରାଇ ଦେବୁନି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେପଟେ ରାଜଭବନ ସମ୍ମୁଖରେ ବିଜେଡି ବିଧାୟକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ଅବହେଳା ଦର୍ଶାଇ ବିକ୍ଷୋଭ ପ୍ରଦର୍ଶନ ।