ଭୁବନେଶ୍ବର: ଆରମ୍ଭ ହେଉ ହେଉ ଗୃହ ମୁଲତବୀ(House Adjourned) । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ କରାଯାଇଛି ।
ଆଜି ବିଧାନସଭା ଶୀତ ଅଧିବେଶର ୨ୟ ଦିନ (Odisha Assembly Winter Session 2nd Day) । ପ୍ରଥମ ଦିନରେ ମଧ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗୃହକୁ ପଶାଇନଦେବା ଦାବିରେ କଂଗ୍ରେସ ବିଧାନସଭାର ୨ଟି ମୁଖ୍ୟ ଫାଟକରେ ଧାରଣାରେ ବସିଥିଲା । ସେପଟେ ବିଜେଡି ମଧ୍ୟ ରାଜଭବନ ନିକଟରେ କେନ୍ଦ୍ରର ଅବହେଳା ଦର୍ଶାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଆଜି ମଧ୍ୟ ବିଜେଡି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ