ETV Bharat / city

ବିଜୁଳି ଦର ବୃଦ୍ଧି ନେଇ ବିରୋଧୀଙ୍କ ମୁଲତବୀ ନୋଟିସ, ଉତ୍ତର ରଖିବେ ଶକ୍ତି ମନ୍ତ୍ରୀ - ବିଧାନସଭା ତୃତୀୟ ଅଧିବେଶନ

ଆରମ୍ଭ ହୋଇଛି ବିଧାନସଭାର ତୃତୀୟ ଅଧିବେଶନ। ସମସ୍ତ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ପ୍ରସଙ୍ଗ ଉଠାଇବେ। ଅଧିକ ପଢନ୍ତୁ...

ବିଜୁଳି ଦର ବୃଦ୍ଧି ନେଇ ବିରୋଧୀଙ୍କ ମୁଲତବୀ ନୋଟିସ, ଉତ୍ତର ରଖିବେ ଶକ୍ତି ମନ୍ତ୍ରୀ

author img

By

Published : Oct 1, 2020, 10:46 AM IST

ଭୁବନେଶ୍ବର: ଆଜି (ଗୁରୁବାର) ବିଧାନସଭା ଅଧିବେଶନର ତୃତୀୟ ଦିନ। କୋରୋନା ମହାମାରୀ ସମୟରେ ବିଜୁଳି ଦର ବୃଦ୍ଧିକୁ ନେଇ ବିରୋଧୀଙ୍କ ମୁଲତବୀ ନୋଟିସ। ଏହି ମୁଲତବୀ ନୋଟିସକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗ୍ରହଣ କରିଛନ୍ତି। ଏନେଇ ଗୃହରେ ଉତ୍ତର ରଖିବେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର।

ଏହାସହ ଗୃହରେ 3ଟି ବିଲ ନେଇ ଆଲୋଚନା ହୋଇପାରେ। ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ ଉପରେ ଆଲୋଚନା ହୋଇପାରେ। ଏହାସହ ନ୍ୟାୟାଳୟ ଫିସ ସଂଶୋଧନ ବିଲ ମଧ୍ୟ ରହିଛି।

ଆଜିର ଅଧିବେଶନ ଆରମ୍ଭ ହୋଇ ସାରିଥିବାବେଳେ, ଓଡିଶା ଅଧିଭକ୍ତା କଲ୍ୟାଣ ପାଣ୍ଠି ବିଲ ନେଇ ଆଲୋଚନା ହେବ। ସମସ୍ତ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ପ୍ରସଙ୍ଗ ଉଠାଇବେ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.