ETV Bharat / city

ବିଧାନସଭା ଶୀତ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ - ଶୀତ ଅଧିବେଶନ

ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଆଜି ବସିବ ସର୍ବଦଳୀୟ ବୈଠକ । ଅଧିକ ପଢନ୍ତୁ...

ବିଧାନସଭା ଶୀତ ଅଧିବେଶନ
ବିଧାନସଭା ଶୀତ ଅଧିବେଶନ
author img

By

Published : Nov 18, 2020, 8:38 AM IST

ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଯାହାକୁ ଦୃଷ୍ଟିରେ ରଖି ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗୃହ ପରିଚାଳନା କିପରି ହେବ ସେନେଇ ବୈଠକରେ ଆଲୋଚନା ହେବ ।

ସକାଳ 11ଟାରେ ଏହି ବୈଠକ ବସିବ । ଏହାସହ ଆଜି ହିଁ ତିର୍ତ୍ତୋଲ ଓ ବାଲେଶ୍ବର ସଦର ବିଧାନସଭା ଆସନରୁ ଉପନିର୍ବାଚନରେ ଜିତିଥିବା ଦୁଇ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ବରୂପ ଦାସ ଶପଥ ଗ୍ରହଣ କରିବେ । ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଶୀତ ଅଧିବେଶନ ଡିସେମ୍ବର 31 ତାରିଖ ଯାଏ ଚାଲିବ ବୋଲି କୁହାଯାଉଛି । ତେବେ ଏହି ସମୟ ମଧ୍ୟରେ ଗୃହରେ ସପ୍ଲିମେଣ୍ଟାରୀ ବଜେଟ ଆଗତ ହେବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହାସହ ନଭେମ୍ବର 26, 27 ଓ 28 ତାରିଖରେ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଏହସହ ନଭେମ୍ବର 29ତାରିଖରେ ଆସିବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ।

ବିଧାନସଭା ଅଧିବେଶନରେ ମୋଟ 40ଟି କାର୍ଯ୍ୟ ଦିବସ ରହିଛି । ଶନିବାର ଓ ରବିବାର ମଧ୍ୟ ଗୃହ କାର୍ଯ୍ୟ ଚାଲିବ । ତେବେ ନଭେମ୍ବର 30ରେ କାର୍ତ୍ତିକପୂର୍ଣ୍ଣିମା ଓ ଡିସେମ୍ବର 25ରେ ଏକ୍ସମାସ ଡେ ପାଇଁ 2 ଦିନ ଗୃହକାର୍ଯ୍ୟ ବନ୍ଦ ରହିବ । ଅଧିବେଶନ ପ୍ରଥମ ଦିନରେ ଶୋକ ପ୍ରସ୍ତାବ ଆଗତ ହେବା ସହ ରାଜ୍ୟପାଳ ଅଭିବାଦନ ପ୍ରଦାନ କରିବେ ।

କୋରୋନା କଟକଣା ଗାଇଡଲାଇନ୍ ପାଳନ କରି ଶୀତ ଅଧିବେଶନକୁ ସମ୍ପୂର୍ଣ୍ଣ ପେପରମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ମୋଟ 40ଦିନ ଅଧିବେଶନ ବସିବାକୁ ଥିବାବେଳେ ଏଥିରେ 5 ଦିନ ବେସରକାରୀ ଦିବସ ରହିଛି ।

ସୂଚନାଥାଉକି, ଶୀତ ଅଧିବେଶନ ପାଇଁ ଗତକାଲି(ମଙ୍ଗଳବାର)ଠାରୁ ବିଧାୟକ ଓ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଛି । ଯେଉଁମାନଙ୍କର ନେଗେଟିଭ୍‌ ଆସିବ ସେମାନଙ୍କୁ ହିଁ ଗୃହ ଭିତରକୁ ଛଡାଯିବାକୁ ନିର୍ଦ୍ଦେଶ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.