ETV Bharat / city

ସରକାରଙ୍କୁ କ୍ଷମା ଦେବନି ବିଧାନସଭା କହିଲେ ବିରୋଧୀ, ଜବାବ ରଖିଲା BJD - ଓଡିଶା ବିଧାନସଭା ଖବର

20 ଦିନ ପୂର୍ବରୁ ବିଧାନସଭା ବନ୍ଦ ନେଇ ପ୍ରତିକ୍ରିୟା ରଖିଲେ ବିରୋଧୀ ବିଜେପି ଏବଂ କଂଗ୍ରେସ । କହିଲେ ସରକାର ପଳାୟନ ପନ୍ଥୀ ସାଜିଲେ । ବିଜେଡି କହିଲା ବହୁତ ଦିନ ଦିଆଗଲା ବିରୋଧୀ ଚାହିଁଲେନି ବିଧାନସଭା ଚାଲୁ । ଅଧିକ ପଢନ୍ତୁ

OdishaAssembly
OdishaAssembly
author img

By

Published : Dec 10, 2021, 8:07 PM IST

ଭୁବନେଶ୍ବର: ଷୋଡଶ ବିଧାନସଭା ଅଷ୍ଟମ ଅଧିବେଶନର ଆଜି ଥିଲା ନବମ ଦିନ । ଅଧିବେଶନରେ ଗୋଟିଏ ବି ଦିନ ହୋଇପାରିଲା ନାହିଁ ସ୍ବାଭାବିକ । ଫଳରେ ୧୭ ଟି କାର୍ଯ୍ୟ ଦିବସ ବାକି ଥାଇ ଅଧିବେଶନର ନିର୍ଦ୍ଧାରିତ ୨୦ ଦିନ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ(Odisha Assembly adjourned sine die) ପର୍ଯ୍ୟନ୍ତ ବିଧାନସଭାକୁ ମୁତଲବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ସରକାରକୁ ବିଧାନସଭା କ୍ଷମା ଦେବ ନାହିଁ: ବିରୋଧୀ, ଜବାବ ରଖିଲା ଶାସକ ଦଳ

ଏହାକୁ ନେଇ ଶାସକ ଦଳକୁ କଡା ପ୍ରହାର କରିଛନ୍ତି ବିରୋଧୀ । ଏହାସହ ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ଗୃହ ବାହାରେ ଧାରଣ ଦେଇ କହିଛନ୍ତି ସରକାର ପଳାୟନ ପନ୍ଥୀ ସାଜିଲେ । ମମିତା ମେହେର ହତ୍ୟାକାଣ୍ଡ(Mamita Meher Murder case) ପ୍ରସଙ୍ଗରେ ଉପରେ ଚାପ ପଡ଼ୁଥିବାରୁ ବିଧାନସଭା କୁ 20 ଦିନ ପୂର୍ବରୁ ବନ୍ଦ କରିଦେଲେ ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ କଡା ସମାଲୋଚନା କରି କହିଛନ୍ତି ସରକାର ଅହଙ୍କାରରେ ବୁଡି ରହିଛି । ଏହି ସରକାରକୁ ବିଧାନସଭା କେବେ କ୍ଷମା ଦେବା ନାହିଁ ।

ସେପଟେ ଶାସକ ଦଳର ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଖୁବ ସମୟ ଦିଆଯାଇଥିଲା ବିରୋଧୀ ନିଜ ଜିଦରେ ଅଟଳ ରହିଲେ । ଫଳରେ ବିଭିନ୍ନ ଆଲୋଚନା ହୋଇ ପାରିଲା ନାହିଁ। ବିଧାନସଭାରେ ଆଲୋଚନା ହୋଇନପାରିବା ବିରଳ ଘଟଣା ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.