ETV Bharat / city

ଡିଜିଟାଲ ହେବ ବିଧାନସଭା; ଗୋଟିଏ କ୍ଲିକରେ ମିଳିବ ସବୁ ତଥ୍ୟ - ମନ୍ତ୍ରୀ ବିଧାୟକ

ରାଜ୍ୟ ବିଧାନସଭା ହେବ ଡିଜିଟାଲ । ଆରମ୍ଭ ହେଲା ଯୋଜନା । ଖୁବଶିଘ୍ର ମିଳିବ ଗୋଟିଏ କ୍ଲିକରେ ସବୁ ତଥ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 22, 2019, 9:36 PM IST

ଭୁବନେଶ୍ବର: ରାଜ୍ୟ ବିଧାନସଭା ହେବ ଡିଜିଟାଲ । କମିବ କାଗଜ ପତ୍ରର ବ୍ୟବହାର । ମନ୍ତ୍ରୀ ବିଧାୟକ ଏଣିକି ବିଧାନସଭାରେ ଫାଇଲ ନୁହେଁ କମ୍ପ୍ୟୁଟରରେ କରିବେ କାମ । ଗୋଟିଏ କ୍ଲିକରେ ମିଳିବ ବିଧାନସଭାର ସବୁ ଟିକନିକ ତଥ୍ୟ । ମନ୍ତ୍ରୀଙ୍କ ଠାରୁ ବିଧାୟକ, ଅଫିସରଙ୍କ ଠାରୁ ଗଣମାଧ୍ୟମ ସମସ୍ତଙ୍କୁ ଏଣିକି ଇ-ବିଧାନ ସହ ଯୋଡାଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ବିଧାନସଭା ବାଚସ୍ପତିଙ୍କ ନେତୃତ୍ବରେ ଏକ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଇ-ବିଧାନ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରିବା ପାଇଁ ହିମାଚଳ ପ୍ରଦେଶ ଗସ୍ତ କରିଛନ୍ତି । ଆଜି ଶିମଲାରେ ହିମାଚଳ ବିଧାନସଭାର ବାଚସ୍ପତିଙ୍କୁ ସାକ୍ଷାତ କରି ଇ-ବିଧାନ କାର୍ଯ୍ୟାନ୍ବୟ ସମ୍ବନ୍ଧରେ ଆଲୋଚନା କରିବା ସହ ସମସ୍ତ ବ୍ୟବସ୍ଥାକୁ ଟିକିନିଖି ପରଖିଛନ୍ତି ।

କେନ୍ଦ୍ର ସରକାର ଆରମ୍ଭ କରିଥିବା ଡିଜିଟାଲ ଇଣ୍ଡିଆ ଯୋଜନାର ଏକ ଅଂଶ ହେଉଛି ଇ-ବିଧାନ ସେବା। ଓଡିଶା ବିଧାନସଭା ସଚିବାଳୟ ଏଥିଲାଗି ୧୯ କୋଟି ୩୯ ଲକ୍ଷ ଟଙ୍କାର ଡିପିଆର ପ୍ରସ୍ତୁତ କରିବେ ଏବଂ ଏହି ଆଧାରରେ କେନ୍ଦ୍ର ସରକାର ୧୨ କୋଟି ଟଙ୍କା ସହାୟତା ଯୋଗାଇ ଦେବେ । ଏହି ପ୍ରତିନିଧି ମଣ୍ଡଳୀରେ ବାଚସ୍ପତି, ସଂସଦ ବ୍ୟାପାର ମନ୍ତ୍ରୀ, ବିରୋଧୀ ଦଳ ନେତା, ଶାସକ ଦଳର ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକଓ ବିଧାନସଭା ସଚିବ ଦାଶରଥି ଶତପଥୀ ।

ଭୁବନେଶ୍ବରରୁ, ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସଂସଦ ଭଳି ଓଡ଼ିଶା ବିଧାନସଭାକୁ କେନ୍ଦ୍ର ସରକାରଙ୍କ ଇ-ବିଧାନ କାର୍ଯ୍ୟକ୍ରମରେ ଖୁବଶୀଘ୍ର ସାମିଲ କରାଯିବ । ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ବିଧାନସଭାର କାର୍ଯ୍ୟକ୍ରମ ସବୁକୁ ଡିଜିଟାଇଜଡ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି ।

ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ କମ୍ପ୍ୟୁଟରୀକରଣ ସମ୍ପର୍କିତ ଗୃହ କମିଟି ଅଧ୍ୟୟନ ଗସ୍ତରେ ମଙ୍ଗଳବାର ହିମାଚଳ ପ୍ରଦେଶ ଯାତ୍ରା କରିଛନ୍ତି। ଆଜି ଶିମ୍‌ଲାଠାରେ ହିମାଚଳପ୍ରଦେଶ ବିଧାନସଭାର ବାଚସ୍ପତିଙ୍କୁ ସାକ୍ଷାତ୍‌ କରିବା ସହ ବିଧାନସଭାର ପଦାଧିକାରୀଙ୍କ ସହିତ ଇ- ବିଧାନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ସମ୍ପର୍କରେ ଏହି କମିଟି ଆଲୋଚନା କରିଛି । ଏହା ଛଡ଼ା କମିଟି ହିମାଚଳ ପ୍ରଦେଶ ବିଧାନସଭା ଅଧିବେଶନର ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିବ ଓ ବିଧାନସଭାର ବିଭିନ୍ନ ଶାଖା ପରିଦର୍ଶନ କରିଛି ।
ଏହି କମିଟିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ତାରାପ୍ରସାଦ ବାହିନୀପତି, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିଧାନସଭା ସଚିବ ଦାଶରଥି ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳାଇ, ଉପବିଭାଗ ଅଧିକାରୀ ଆଶିଷ ରଞ୍ଜନ ଖୁଣ୍ଟିଆ ଓ ରିପୋର୍ଟର ଦିଲୀପ କୁମାର ମହାନ୍ତି ମଧ୍ୟ ବାଚସ୍ପତି ଡ. ପାତ୍ରଙ୍କ ସହ ଅଧ୍ୟୟନ ଗସ୍ତରେ ଯାଇଛନ୍ତି ।
Body:ଇ-ବିଧାନ ଯୋଜନା ଫଳବତୀ ହେଲେ ଓଡ଼ିଶା ବିଧାନସଭାର କାର୍ଯ୍ୟକ୍ରମ ପାଇଁ ବ୍ୟବହୃତ ହେଉଥିବା ବ୍ୟାପକ କାଗଜର ପରିମାଣ ହ୍ରାସ ପାଇବ । କେବଳ କମ୍ପ୍ୟୁଟର ମାଉସ କ୍ଲିକରେ ମନ୍ତ୍ରୀ, ବିଧାୟକ, ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ଅଫିସର ଓ ଅନୁସନ୍ଧିତ୍ସୁ ବ୍ୟକ୍ତିମାନେ ବିଧାନସଭାର କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସହଜରେ ଜାଣିପାରିବେ । କେନ୍ଦ୍ର ସରକାର ଆରମ୍ଭ କରିଥିବା ଡିଜିଟାଲ ଇଣ୍ଡିଆ ଯୋଜନାର ଏକ ଅଂଶ ହେଉଛି ଇ-ବିଧାନ । ଓଡ଼ିଶା ବିଧାନସଭା ସଚିବାଳୟ ଏଥିଲାଗି ୧୯ କୋଟି ୩୯ ଲକ୍ଷ ଟଙ୍କାର ଡିପିଆର ପ୍ରସ୍ତୁତ କରିବେ ଏବଂ ଏହି ଆଧାରରେ କେନ୍ଦ୍ର ସରକାର ୧୨ କୋଟି ଟଙ୍କା ଯୋଗାଇ ଦେବେ । Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.