ETV Bharat / city

Odisha Assembly Session: VC ଯୋଗେ ଯୋଡି ହୋଇପାରିବେ ବିଧାୟକ, କୋଭିଡ କଟକଣାରେ ଚାଲିବ ଗୃହ - ଓଡିଶା ବିଧାନସଭା ବାଚସ୍ପତି

କୋଭିଡ କଟକଣା ମଧ୍ୟରେ ବସିବ ବିଧାନସଭା ଅଧିବେଶନ(Assembly Session) । VC ଯୋଗେ ଯୋଡି ହୋଇପାରିବେ ବିଧାୟକ । ଅଧିକ ପଢନ୍ତୁ

Odisha Assembly Session: VC ଯୋଗେ ଯୋଡି ହୋଇପାରିବେ ବିଧାୟକ

author img

By

Published : Nov 25, 2021, 12:24 PM IST

Updated : Nov 25, 2021, 1:06 PM IST

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ବସିବ ବିଧାନସଭା ଅଧିବେଶନ(Odisha Assembly Session) । ୨୮, ୨୯, ୩୦ ରେ ସମସ୍ତ ବିଧାୟକ ଓ କର୍ମଚାରୀଙ୍କ ଟେଷ୍ଟ କରାଯିବ । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ ବୋଲି ବିଧାନସଭା ବାଚସ୍ପତି(Assembly Speaker) ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଏଥିସହ ବିଧାନସଭା ସଦସ୍ୟମାନେ ଗୃହରେ ବସିବା ସହ ବାଚସ୍ପତି ଗ୍ୟାଲେରୀ, ପବ୍ଲିକ ଗ୍ୟାଲେରୀ, ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇପାରିବେ ।

Odisha Assembly Session: VC ଯୋଗେ ଯୋଡି ହୋଇପାରିବେ ବିଧାୟକ

ସମସ୍ତ ବିଧାୟକ ବିଧାୟିକା, କର୍ମଚାରୀ, ପିଏସଓ ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ । ୨୮, ୨୯, ୩୦ରେ ସମସ୍ତଙ୍କ ଟେଷ୍ଟ କରାଯିବ । ଆଣ୍ଟିବାଡି ଓ କୋଭିଡ ଟେଷ୍ଟ କରାଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ସଚିବ, ଅଧିକାରୀ ଓ ବିଏମସି ଅଧିକାରୀଙ୍କ ସହ ଆଲୋଚନା ସରିଥିବା ବାଚସ୍ପତି କହିଛନ୍ତି । ସବୁଦିନ ବିଶୋଧନ କରାଯିବ । ତେବେ ବିଧାନସଭା କେତେ ସମୟ ଚାଲିବ ସେନେଇ ୨୯ ରେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବ ବାଚସ୍ପତି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 25, 2021, 1:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.