ETV Bharat / city

ଏଣିକି କୋଭିଡ ନିୟମ ଭାଙ୍ଗିଲେ 2 ବର୍ଷ ଜେଲ ଓ 1 ଲକ୍ଷ ଜୋରିମାନା - କୋଭିଡ ନିୟମ ଭାଙ୍ଗିଲେ 2 ବର୍ଷ ଜେଲ

ପାରିତ ହେଲା ସଂକ୍ରାମକ ରୋଗ ସଂଶୋଧନ ବିଲ 2020 । ବିରୋଧୀଙ୍କ ବିରୋଧ ସତ୍ତ୍ୱେ ବିଧାନସଭାରେ ପାରିତ ହୋଇଛି ଏହି ବିଲ । ଅଧିକ ପଢନ୍ତୁ...

ଏଣିକି କୋଭିଡ ନିୟମ ଭାଙ୍ଗିଲେ 2 ବର୍ଷ ଜେଲ ଓ 1 ଲକ୍ଷ ଜରିମାନା

author img

By

Published : Sep 30, 2020, 6:21 PM IST

ଭୁବନେଶ୍ବର: ବିଧାନସଭାରେ ସଂକ୍ରାମକ ରୋଗ ସଂଶୋଧନ ବିଲ 2020 ବିଧାନସଭାରେ ପାରିତ ହୋଇଛି। ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ବିଧାନସଭାରେ ବିଲ ପାରିତ ହୋଇଛି । ଓଡିଶା ସଂକ୍ରାମକ ରୋଗ ସଂଶୋଧନ ବିଲକୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି । କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ କଲେ ବିଲରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ରହିଛି ।

ବିଧାନସଭାର ଅପରାହ୍ନ ଅଧିବେଶନରେ ସଂକ୍ରାମକ ରୋଗ ଓଡ଼ିଶା ସଂଶୋଧନ ବିଲ 2020 ଉପରେ ଆଲୋଚନା ହୋଇଥିଲା, ଯେଉଁପରି ଲୋକ ଆଇନ ମାନୁ ନାହାଁନ୍ତି, ଏହାକୁ କଡ଼ାକଡ଼ି କରିବାକୁ ଆଇନରେ ପରିବର୍ତ୍ତନ ଆଣିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମତ ରଖିଥିଲେ । କାରଣ ଅନେକ ଲୋକେ ମାସ୍କ ପିନ୍ଧୁ ନାହାନ୍ତି କି କୋଭିଡ଼ ନିୟମ ମାନୁ ନାହାନ୍ତି ।

ତେଣୁ ଏଥିପାଇଁ ଗୋଷ୍ଠୀ ସଂକ୍ରମଣ କରିପାରେ । ନିୟମ କଡ଼ାକଡ଼ି କରି 2 ବର୍ଷ ଜେଲ ଓ 1 ଲକ୍ଷ ପର୍ଯ୍ୟନ୍ତ ଜରିମାନା ଧାର୍ଯ୍ୟ କରିବା ଆଇନ ଆଣିବାକୁ ମତ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ବିଲକୁ ସମର୍ଥନ କରିଛନ୍ତି ଭୁପିନ୍ଦର ସିଂ ଓ ଅଶ୍ୱିନୀ ପାତ୍ର ।

ତେବେ ବିଧାନସଭାର ପ୍ରଥମ ଦିନରେ ସ୍ବାସ୍ଥ୍ୟମନ୍ତ୍ରୀ ଏହି ବିଲ ଆଗତ କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.