ETV Bharat / city

ବିଧାନସଭା ଶୀତ ଅଧିବେଶନ ଶେଷ, 11700 କୋଟିର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ - ବିଧାନସଭା

ବିଧାନସଭା ଶିତ ଅଧିବେଶନ ଶେଷ,  11700 କୋଟିର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ

author img

By

Published : Nov 29, 2020, 4:26 PM IST

Updated : Nov 29, 2020, 4:50 PM IST

16:22 November 29

ବିଧାନସଭା ଶୀତ ଅଧିବେଶନ ଶେଷ, 11700 କୋଟିର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ

ଭୁବନେଶ୍ବର: ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ । ପ୍ରବଳ ହୋ ହାଲ୍ଲା ମଧ୍ୟରେ 11 ହଜାର 700 କୋଟି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ତେବେ ଆଲୋଚନାରେ ଭାଗ ନେଇନାହିଁ ବିଜେପି ।

ଅନ୍ୟପକ୍ଷେ ୩୦ ଦିନ ଆଗରୁ ସରିଛି ବିଧାନସଭାର ଶୀତକାଳୀନ ଅଧିବେଶନ । କୋଭିଡ କଟକଣା ଭିତରେ ଚାଲିଥିବା ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ସମର୍ଥନ କରିଥିବା ବେଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ସରକାର ଦଳ ଆଣିଥିବା ପ୍ରସ୍ତାବକୁ ବିରୋଧ କରିଥିଲେ ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି ଯେ, ଅନେକ ପ୍ରସଙ୍ଗ ଥିଲା । ବିରୋଧୀ ଦଳକୁ ବିଶ୍ବାସରେ ନେଇନାହିଁ ସରକାର । କିଛି ଦିନ ବିଧାନସଭା ଚାଲିବାର ଆବଶ୍ୟକତା ରହିଛି । ଅନେକ ସମସ୍ୟାର ଆଲୋଚନା ବାକି ଅଛି । ଅନେକ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ । ବିଧାନସଭାକୁ ଚଲେଇବା ଦରକାର ବୋଲି ତାରା କହିଛନ୍ତି ।

ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ କୋଭିଡ କଟକଣା ଭିତରେ ଗୃହ କାର୍ଯ୍ୟ ହୋଇଥିଲା । ଟେଷ୍ଟ ମଧ୍ୟ କରାଯାଇଥିଲା । ଏହାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରାଯାଇଛି ।

ସେପଟେ ପରୀ ଝଡ ଥମୁନଥିବାରୁ ସୁରୁଖୁରୁରେ ଚାଲିପାରିନଥିଲା ବିଧାନସଭାର ଗୃହକାର୍ଯ୍ୟ । ଦୀର୍ଘ 6 ଦିନ ଧରି ପରୀ ହତ୍ୟା ପ୍ରସଙ୍ଗକୁ ନେଇ ବିରୋଧି ଗୃହ କାର୍ଯ୍ୟ ଚଲାଇ ଦେଇନଥିଲେ ।  ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରି ବିରୋଧୀ ଆଜି ବି ହଟ୍ଟଗୋଳ ଜାରି ରଖିଛନ୍ତି । 

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Nov 29, 2020, 4:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.