ETV Bharat / city

Odisha Assembly: ଟାର୍ଗେଟ ଫିକ୍ସ କଲେ ସରକାର, 2025 ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ ହେବ ଓଡିଶା

ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ଲାଗି ଟାର୍ଗେଟ ଫିକ୍ସି କରିଛନ୍ତି ରାଜ୍ୟ ସରକାର । 2025 ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ହେବ ଓଡିଶା । ଏହାସହ ଗତ 5 ବର୍ଷ ମଧ୍ୟରେ 420 ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

OdishaAssembly
OdishaAssembly
author img

By

Published : Jul 13, 2022, 8:28 PM IST

ଭୁବନେଶ୍ବର: ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ଲାଗି ଟାର୍ଗେଟ ଫିକ୍ସି କରିଛନ୍ତି ରାଜ୍ୟ ସରକାର । 2025 ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ହେବ ଓଡିଶା । ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଏହା ସହ ଗତ 5 ବର୍ଷ ମଧ୍ୟରେ 420 ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି ଯେ, ରାଜ୍ୟରେ ଶିଶୁ ଶ୍ରମ ମୁକ୍ତ ପାଇଁ ବିଭିନ୍ନ ବିଭାଗ ମାନଙ୍କର ସହଯୋଗ ଓ ସମନ୍ବୟରେ ଏକ State Action Plan for Elimination of Child Labour କାର୍ଯ୍ୟକାରୀ ହେଉଛି । ଏହା ଅନ୍ତର୍ଗତ ଜିଲ୍ଲାସ୍ତରରେ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ 1986 ସମ୍ପର୍କୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଶିଶୁ ଅଧିକାର ଏବଂ ଶିଶୁ ଶ୍ରମ ନିରାକରଣ ସମ୍ପର୍କୀତ ସଚେତନତା ଓ ଶିଶୁ ଶ୍ରମ ନିରିକ୍ଷଣ ଓ ଉଦ୍ଧାର ବ୍ୟବସ୍ଥା କାର୍ଯ୍ୟକ୍ରମ କରାଯାଉଛି ।

ରାଜ୍ୟରେ ବିଗତ 5 ବର୍ଷ ମଧ୍ୟରେ ନିରିକ୍ଷଣ ଦ୍ବାରା 420 ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେମାନେ ମୁଖ୍ୟତଃ ହୋଟେଲ, ଢାବା, ଗ୍ୟାରେଜ ଓ ଅନ୍ୟାନ୍ୟ ବ୍ୟବସାୟିକ କ୍ଷେତ୍ରରୁ ଉଦ୍ଧାର ହୋଇଛନ୍ତି । ରାଜ୍ୟରେ Sustainable Development Goal ଅନୁଯାୟୀ ରାଜ୍ୟକୁ 2025 ମସିହା ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ରାଜ୍ୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.