ETV Bharat / city

୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ମାଣ ହେବ ବିଧାୟକ ଭବନ - ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ

ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ମାଣ ହେବ ବିଧାୟକ ଭବନ । ଏ ନେଇ ସଦାଚାର କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ମାଣ ହେବ ବିଧାୟକ ଭବନ
୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ମାଣ ହେବ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ମାଣ ହେବ ବିଧାୟକ ଭବନବିଧାୟକ ଭବନ
author img

By

Published : Sep 9, 2022, 7:09 PM IST

ଭୁବନେଶ୍ବର: ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ମାଣ ହେବ ବିଧାୟକ ଭବନ । ବିଧାୟକ ମାନଙ୍କ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ସମସ୍ୟା, ସମ୍ପର୍କ ତ୍ବରାନ୍ବିତ କରିବା ପାଇଁ ନିର୍ମାଣ ହେବ ବିଧାୟକ ଭବନ । ଖୁବଶୀଘ୍ର ଓଡିଶା ଗସ୍ତ କରିବ ବିଧାନସଭା ସଦାଚାର କମିଟି । ଏ ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ସଦାଚାର କମିଟି ମୁଖ୍ୟ ବିଜେଡି ବିଧାୟକ ଅମର ଶତପଥୀ ।

୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ମାଣ ହେବ ବିଧାୟକ ଭବନ

ସଂସଦୀୟ ବିଭାଗ ଆନୁଷ୍ଠାନିକ ଭାବେ ଏ ନେଇ ପ୍ରସ୍ତାବ ପଠାଇ କାର୍ଯ୍ୟକାରୀ କରିବେ । ୧୨ ଜିଲ୍ଲାରୁ ୧୫ ଜଣ ମଧ୍ୟରେ ସୀମିତ ରଖାଯାଇଛି । ପ୍ରଥମ ପର୍ଯ୍ୟାୟ ଗଜପତି, ରାୟଗଡା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ଗସ୍ତ କରିବ କମିଟି ପରେ ଅନ୍ୟ ଜିଲ୍ଲା ମାନଙ୍କ ଗସ୍ତ ହେବ । ଗସ୍ତ ସମୟରେ ବୁକ ସରକୁଲାର କାର୍ଯ୍ୟକାରୀ ନେଇ ନୂଆ ଅଧିକାରୀମାନଙ୍କୁ ତାଲିମ ଦିଆଯିବ ସେ ନେଇ ରିପୋର୍ଟ ଦେବେ ।

ଏହା ବି ପଢନ୍ତୁ- OUATର ନୂଆ କୁଳପତି ହେଲେ ପ୍ରଭାତ କୁମାର ରାଉଳ

ଏ ନେଇ ସଦାଚାର କମିଟି ମୁଖ୍ୟ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭବନ ନିର୍ମାଣ ହେବା ପାଇଁ ସୁପାରିଶ ଥିଲା । ବିଧାୟକଙ୍କ ଫଳପ୍ରଦ କାର୍ଯ୍ୟ କରିବା ଆବଶ୍ୟକ ପଡୁଛି । ଯେଉଁ ବିଧାନସଭା ମଣ୍ଡଳୀରେ ୨ରୁ ୩ଟି ବ୍ଲକ ଅଛି ସେମାନେ ଗୋଟିଏ ସ୍ଥାନରେ ବିଧାୟକଙ୍କୁ ପାଇପାରିବେ । ଅନେକ କଥାକୁ ବିଚାର କରି ଏପରି ନିଷ୍ପତ୍ତି ନିଆଯାଇଛି । ସଂସଦୀୟ ବିଭାଗ ଆନୁଷ୍ଠାନିକ ଭାବେ ଏ ନେଇ ପ୍ରସ୍ତାବ ପଠାଇବେ ।

ଏଭଳି ପ୍ରସ୍ତାବ ଆସିଲେ ଆମେ ତାକୁ ନିଶ୍ଚିତ ବିଚାର କରିବୁ । ଏହି କାର୍ଯ୍ୟକୁ ଆଗକୁ କିପରି ତ୍ବରାନ୍ବିତ କରିବ ସେ ନେଇ ନିଷ୍ପତ୍ତି ନେଇଛି । ବୈଠକରେ ୧୨ରୁ ୧୫ ସୀମିତ ରହିଛି । ତେବେ ଫିଲ୍ଡରେ ଯେଉଁ ସମସ୍ୟା ହେଉଛି ଅଫିସର ତା ଉପରେ ଗୁରୁତ୍ବ ଦେବେ । ନୂଆ ନିଯୁକ୍ତି ପାଇଥିବା ଅଫିସରଙ୍କୁ ମୂଳରୁ ଟ୍ରେନିଂ ଦିଆଯିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.