ଭୁବନେଶ୍ବର: ସାର ଆମକୁ ସୁରକ୍ଷା ଦିଅନ୍ତୁ । ବିରୋଧୀ ଦଳର ୨୭ ବିଧାୟକ ମାଫିଆଙ୍କ ଟାର୍ଗେଟରେ । ଆମ ଜୀବନ ପ୍ରତି ବିପଦ ଅଛି । ବାଚସ୍ପତି ସାର ଆମଙ୍କୁ ସୁରକ୍ଷା ଦିଅନ୍ତୁ । ଆଜି ବିଧାନସଭାରେ ଶୂନ୍ୟକାଳରେ ବାଚସ୍ପତିଙ୍କୁ ଏଭଳି ଆକୁଳ ନିବେଦନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ଖଣି ମାଫିଆ, ବାଲି ମାଫିଆ, ପଥର ମାଫିଆ ଖୁଲମ୍ ଖୋଲା ଧମକ ଦେଉଛନ୍ତି । ଗାଡ଼ି ମଡ଼ାଇ ମାରି ଦେବାକୁ ଧମକ ଦେଉଛନ୍ତି। ସରକାରୀ ଅଧିକାରୀ ଓ ବିରୋଧୀ ବିଧାୟକ କେହି ସୁରକ୍ଷିତ ନୁହଁନ୍ତି । ତେଣୁ ବିରୋଧୀ ବିଧାୟକଙ୍କୁ ସୁରକ୍ଷା ଦେବାକୁ ବିରୋଧୀଙ୍କ ତରଫରୁ ବାଚସ୍ପତିଙ୍କୁ ଆଜି ନିବେଦନ କରିଛନ୍ତି ମୋହନ ମାଝୀ ।
ମୋହନ ମାଝୀଙ୍କ ଅନୁରୋଧ ପରେ ବାଚସ୍ପତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ସଂସଦୀୟ ବ୍ୟାପାରମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ତାଙ୍କ ପ୍ରକୋଷ୍ଠକୁ ଆସି ଏ ସମ୍ପର୍କରେ ଆଲୋଚନା ପାଇଁ ଡାକିଛନ୍ତି ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ