ETV Bharat / city

ବିଧାନସଭା ବଜେଟ ଅଧିବେଶନ: ଉଠିଲା ଏମଏସପି ପ୍ରସଙ୍ଗ - ବଜେଟ ଅଧିବେଶନ

ବିଧାନସଭା ବଜେଟ ଅଧିବେଶନ
ବିଧାନସଭା ବଜେଟ ଅଧିବେଶନ
author img

By

Published : Feb 24, 2021, 10:42 AM IST

Updated : Feb 24, 2021, 1:00 PM IST

13:00 February 24

କୋମାରେ ରାଜ୍ୟର ଶୀତଳ ଭଣ୍ଡାର

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 80ଟି ଶୀତଳ ଭଣ୍ଡାର ଅକାମୀ ଅବସ୍ଥାରେ ଅଛି । 49ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ କରୁଛି । ସେହିପରି ରାଜ୍ୟରେ ମୋଟ 129ଟି ଶୀତଳ ଭଣ୍ଡାର ଅଛି ବୋଲି ବିଧାୟକ ମକରନ୍ଦ ମୁଦୁଲିଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ରଖିଛନ୍ତି । 

12:57 February 24

ସୀମା ବିବାଦ ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ । ରାଜ୍ୟ ସରକାରଙ୍କୁ ନିଶାନା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କୋଟିଆ ସମେତ ସୀମାବର୍ତ୍ତି ଅଞ୍ଚଳରେ ମୌଳିକ ସୁବିଧା ସରକାର ପହଞ୍ଚାଇବାରେ ବିଫଳ । ପିଇବା ପାଣି, ଘର, ସ୍କୁଲ, ଡାକ୍ତର ଏସବୁର ଘୋର ଅଭାବ ରହିଛି ବୋଲି କହିଲେ ପ୍ରଦୀପ୍ତ । ସେହିପରି ବିଦ୍ୟୁତ ସେବା ନାହିଁ । ଷ୍ଟାଟସ କୁ ମେଣ୍ଟେନ କରିପାରୁନାହାନ୍ତି ରାଜ୍ୟ ସରକାର । ସେପଟେ ଆନ୍ଧ୍ର ସରକାର ବିଭିନ୍ନ ସ୍କିମ୍ କରି ଲୋକଙ୍କୁ ସୁବିଧା ଯୋଗାଉଛନ୍ତି । ସେଥିପାଇଁ ଲୋକ ଆନ୍ଧ୍ରକୁ ଢଳୁଛନ୍ତି ବୋଲି ସେ କହିଛନ୍ତି ।

12:25 February 24

ଗୃହରେ ସୀମା ବିବାଦ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ

ଗୃହରେ ସୀମା ବିବାଦ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ରଖିଲେ ବିବୃତ୍ତି ।

12:17 February 24

ଗୃହରେ ଏଏନଏମ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ନେତା ତାରାପ୍ରସାଦ ବାହୀନପତି । କୋଭିଡ ସମୟରେ ଏଏନଏମ ମାନଙ୍କୁ ସରକାର କାର୍ଯ୍ୟରେ ଲଗାଇଲେ । ଏବେ ସେମାନଙ୍କୁ ଚାକିରିରୁ ଛଟେଇ କରିଛନ୍ତି ବୋଲି କହିଲେ ତାରା । ସେହିପରି ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛନ୍ତି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ଦିଅନ୍ତୁ ବୋଲି ସେ କହିଛନ୍ତି । ସେପଟେ ଏନେଇ 2 ଦିନ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିବେ ବୋଲି ଜଣାପଡିଛି । 

11:55 February 24

କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ମନ୍ତବ୍ୟକୁ ନିନ୍ଦା କଲେ ବିରୋଧୀ ଦଳ ନେତା

ସିବିଆଇ ପାରିଲା ନାହିଁ । ଆମେ ପାରିଲୁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମିତି ତାରତମ୍ୟ ରଖିବା ଠିକ ନୁହେଁ । ଏହାକୁ ଆମେ ନିନ୍ଦା କରୁଛୁ ବୋଲି ଗୃହରେ କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କୌଣସି ସରକାରୀ ଅଫିସର ନିଜ ବାହାଦୁରୀ ମାରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତାରତମ୍ୟ କରିବା ଅନୁଚିତ । ଯଦି ବାହାଦୁରୀ ନେବାର ଥିଲା ରାଜ୍ୟ ସରକାରଙ୍କ ପ୍ରତିନିଧି କହିଥିଲେ ଭଲ ହୋଇଥାନ୍ତା । ସେ କ୍ଷମା ମାଗିବା ଉଚିତ । ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଗୃହରେ ଦାବି କରିଛନ୍ତି ସେ । 1999ର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ କମିଶନର ସୁଧାଂଶୁ ଷଡଙ୍ଗୀ ଦେଇଥିବା ମନ୍ତବ୍ୟ ଉପରେ ସେ ଏପରି କହିଛନ୍ତି । 

11:48 February 24

ଧାନ ବିକି ନ ପାରି ଚାଷୀ ଆତ୍ମହତ୍ୟା କଲେଣି । ପାଇକମାଲର କବିର ଭୋଇ ନାମକ ଚାଷୀ ଧନ ନ ବିକି ପାରି ଆତ୍ମହତ୍ୟା କରିଥିବା ଆଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏ ନେଇ ମନ୍ତ୍ରୀ ଉତ୍ତରରେ କହିଛନ୍ତି, ‘ପାଇକମାଲର କବିର ଭୋଇ ବ୍ୟକ୍ତିଗତ କାରଣରୁ ହାର୍ଟ ଆଟାକରେ ମୃତ୍ୟୁବରଣ କରିଥାଇ ପାରନ୍ତି ।’ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି  ତଦନ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

11:08 February 24

ସ୍ବାମୀନାଥନ କମିଟି ରିପୋର୍ଟ କେନ୍ଦ୍ର ସରକାର ଲାଗୁ କରିବାକୁ ଗୃହରେ ଦାବି ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ ।

11:05 February 24

ଏମଏସପି ୨୯୩୦ ଟଙ୍କାରେ ଧାନ କିଣିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ସରକାର ଚାପ ପକାଇବେ କି ବୋଲି ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ସେପଟେ ଏମଏସପି ନିର୍ଦ୍ଧାରଣ ବେଳେ ସିଏସିପି ରାଜ୍ୟ ମାନଙ୍କର ମତାମତ ନେଇଥାଏ । କିନ୍ତୁ ଜାତୀୟ ହାରକୁ ନେଇ ଏମଏସପି ନିର୍ଦ୍ଧାରଣ କରାଯାଉଛି । ଯେଉଥିପାଇଁ ଓଡିଶା କ୍ଷତିଗ୍ରସ୍ତ ହେଉଛି ବୋଲି ଗୃହରେ କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

11:03 February 24

ପ୍ରଶ୍ନକାଳରେ ପୁଣି ଉଠିଲା ଏମଏସପି ପ୍ରସଙ୍ଗ

ପ୍ରଶ୍ନକାଳରେ ପୁଣି ଉଠିଲା ଏମଏସପି ପ୍ରସଙ୍ଗ । ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତର ରଖିଲେ କୃଷି ମନ୍ତ୍ରୀ । 2017 ମାର୍ଚ୍ଚ 25 ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି 2930 ଟଙ୍କା କରିବା ପାଇଁ ଦାବି କରାଯାଇଥିଲା । 13 ଜୁଲାଇ 2018 ରେ ମଧ୍ୟ ଏ କଥା ଉଠାଯାଇଥିଲା । ଧାନର ଉତ୍ପାଦନ ଖର୍ଚ୍ଚ 2344 ଟଙ୍କା ଵୋଲି ହିସାବ କରିଥିଲେ ରାଜ୍ୟ ସରକାର । ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଏବେବି ମଧ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ର ପାଖକୁ ପଠାଯାଇଛି ବୋଲି ଗୃହରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ ।

10:33 February 24

ବିଧାନସଭା ବଜେଟ ଅଧିବେଶନ: ଚାଲିଛି ପ୍ରଶ୍ନକାଳ

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଆଜି ଷଷ୍ଠ ଦିବସ । ସକାଳ 10ଟା 30ରୁ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ଆରମ୍ଭରୁ ପୂର୍ବତନ ବିଧାୟକ ସ୍ବର୍ଗତ ବିମଳ ଲୋଚନ ଦାସ, ସ୍ବର୍ଗତ ଶଶାଙ୍କ ଶେଖର ସାମଲ, ୬୦୩ ଇ.ଏମ.ଇ ବାଟାଲିୟନଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଗୄହିତ । ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ । ପରେ ପ୍ରଶ୍ନକାଳ ଆରମ୍ଭ ହୋଇଛି

Last Updated : Feb 24, 2021, 1:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.