ETV Bharat / city

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ, ଯୋଜନା ସଫଳତା ଓ ବିକାଶର ଗୋଲାପୀ ଚିତ୍ର ବୟାନ - ବଜେଟ ଅଧିବେଶନ ଅପଡେଟ୍

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଗୃହରେ ଦିବଙ୍ଗତ ନେତା ଓ କୋଭିଡ଼ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ରାଜ୍ୟ ସରକାରଙ୍କ ଶାସନର ଗୋଲାପି ଚିତ୍ର ଉପସ୍ଥାପନ କଲେ ରାଜ୍ୟପାଳ । ଅଧିକ ପଢନ୍ତୁ

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ, ଯୋଜନା ସଫଳତା ଓ ବିକାଶର ଗୋଲାପୀ ଚିତ୍ର ବୟାନ

author img

By

Published : Mar 25, 2022, 2:01 PM IST

Updated : Mar 25, 2022, 2:12 PM IST

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଷୋଡ଼ଶ ଓଡ଼ିଶା ବିଧାନସଭାର ନବମ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଅଭିଭାଷଣ ରଖିଛନ୍ତି । ନବବର୍ଷର ଅଭିବାଦନ ସହ ଦିବଙ୍ଗତ ରାଜନେତା, ସ୍ବର୍ଗତ ଜେନେରାଲ ବିପିନ ସିଂହ ରାୱତ ଓ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ରାଜ୍ୟପାଳ ରାଜ୍ୟ ସରକାରଙ୍କ ଶାସନର ଗୋଲାପି ଚିତ୍ର ଉପସ୍ଥାପିତ କରିଛନ୍ତି । ପ୍ରଥମେ ରାଜ୍ୟପାଳ ରାଜ୍ୟର ଜନସାଧାରଣ, ସ୍ଵାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷକ, ଛାତ୍ରଛାତ୍ରୀ ଆଦି ବିଭିନ୍ନ ବର୍ଗଙ୍କ କୋରୋନା ମହାମାରୀ ବିରୁଦ୍ଧରେ ଗତ ୨ ବର୍ଷ ଧରି ଚାଲିଥିବା ଲଢେଇକୁ ଭୂରି ଭୂରି ପ୍ରଶଂସା କରିବା ସହ କୋରୋନା ବିରୋଧି ଲଢେଇ ରାଜ୍ୟବାସୀଙ୍କ ବୀରତ୍ଵ ଏକ ନିଦର୍ଶନ ବୋଲି ଅଭିହିତ କରିଥିଲେ ।

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ, ଯୋଜନା ସଫଳତା ଓ ବିକାଶର ଗୋଲାପୀ ଚିତ୍ର ବୟାନ

ସ୍ବାସ୍ଥ୍ୟସେବା: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟରେ ୧୫ରୁ ଅଧିକ ଯୋଜନାର ସଫଳ ରୂପାୟନ ହୋଇଛି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୬ ଲକ୍ଷ ହିତାଧିକାରୀଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ମାଗଣା ସ୍ଵାସ୍ଥ୍ୟସେବା ଯୋଗଇ ଦିଆଯିବା ଓ 'ସ୍ଵାସ୍ଥ୍ୟକାର୍ଡ' ବୈଷୟିକ ସ୍ଵାସ୍ଥ୍ୟ ଯୋଜନା, ଦେଶର ପ୍ରଥମ ଓ ସର୍ବୋକୃଷ୍ଟ ବୋଲି ରାଜ୍ୟପାଳ କହିଛନ୍ତି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୪୨ ସ୍ୱାସ୍ଥ୍ୟସେବା ଶିକ୍ଷାନୁଷ୍ଠାନ ଓ ଡାକ୍ତରମାନଙ୍କୁ ପାଇଁ ନିଯୁକ୍ତି ପ୍ରୋତ୍ସାହନ ଓ ଅଗମ୍ୟ ଅଞ୍ଚଳ ପାଇଁ ସରକାରଙ୍କ ପ୍ରଦତ୍ତ କର୍ପସ ଫଣ୍ଡ, ସାଧାରଣ ଲୋକଙ୍କ ପାଖରେ ଉତ୍କୃଷ୍ଟ ସେବା ପହଞ୍ଚାଇବା ଦିଗରେ ବଡ଼ ପଦକ୍ଷେପ ।

ପୁଞ୍ଜି ଲଗାଣ ଓ ଭିତ୍ତିଭୂମି ନିର୍ମାଣ: ରାଜ୍ୟପାଳ ଅଭିଭାଷଣରେ ରାଜ୍ୟ ଅର୍ଥନୀତିରେ ଅଗ୍ରଗତିର ରୂପରେଖ ଉପସ୍ଥାପନ କରିଥିଲେ । ୨୦୨୧-୨୨ରେ ରାଜ୍ୟରେ ୨୫,୭୮୮ କୋଟି ଟଙ୍କାର ପୁଞ୍ଜି ଲଗାଣ ବ୍ୟବସ୍ଥା ପାଇଁ ବ୍ୟୟ ବରାଦ ହୋଇଛି । ଏହା ରାଜ୍ୟର ଜିଡିପିର ୪ ପ୍ରତିଶତ । ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ୨,୮୦୭ କୋଟି ବ୍ୟୟରେ ୧୭୧ଟି ସେତୁ, ୮୧୫ କିମି ରାସ୍ତା ଉନ୍ନତିକରଣ ଓ ୮୬୮ ଗ୍ରାମୀଣ ରାସ୍ତାର ନିର୍ମାଣ ହୋଇଛି । ଆସନ୍ତା ବର୍ଷରେ ୩୦ ଜିଲ୍ଲାକୁ ରେଳ ସଂଯୋଗୀକରଣ ଲକ୍ଷ୍ୟ ରଖିଛନ୍ତି ସରକାର । ରାଜ୍ୟରେ ଅଣପ୍ରମୁଖ ବନ୍ଦର ବିକାଶ ପାଇଁ ୧୪ଟି ସ୍ଥାନ ନିରୂପଣ ହୋଇଛି । ବିମାନ ସେବାରେ ଅଗ୍ରଗତି ଲକ୍ଷ୍ୟ ରଖିଛନ୍ତି ସରକାର । ମୋ ସରକାର ଯୋଜନାରେ ପୁରୀରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ଏହାସହ ରାଜ୍ୟରେ ଗୁଣାତ୍ମକ ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ ଦ୍ଵାରା ଓଡ଼ିଶା ବଳକା ବିଦ୍ୟୁତ ରାଜ୍ୟରେ ପରିଣତ ହୋଇଛି ।

ନିଯୁକ୍ତି: ୨୦୨୦-୨୧ରେ ୫,୮୪୦ କୋଟି ଟଙ୍କା ବ୍ୟୟରେ ୨୧ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି । ୩୭ ଲକ୍ଷ ପରିବାରର ୬୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ଯୋଗାଇ ଦିଆଯାଇଛି । ୨୦୨୧-୨୨ରେ ଡିସେମ୍ବର ମାସ ସୁଦ୍ଧା ୩୨ ଲକ୍ଷ ପରିବାରର ୫୧ ହଜାର ଲୋକଙ୍କ ପାଇଁ ୧୭ ଲକ୍ଷ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇ ପାରିଛି । ମୁଖ୍ୟମନ୍ତ୍ରୀ କର୍ମତପ୍ତର ଅଭିଯାନରେ ୨୬ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି । ଏହାସହ ବିଭିନ୍ନ ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ରାଜ୍ୟପାଳ ସୂଚନା ଦେଇଥିଲେ । ବରିଷ୍ଠ ବୁଣାକାର ଯୋଜନା ଓ ମୁଖ୍ୟମନ୍ତ୍ରୀ ବୟାନ ଜ୍ୟୋତି ଯୋଜନା, ପିପିଲି ଚାନ୍ଦୁଆ, ପଟ୍ଟଚିତ୍ର, କୋଣାର୍କ ପ୍ରସ୍ତର ଖୋଦେଇ GI ମାନ୍ୟତା ନେଇ ରାଜ୍ୟସରକାର ଆବେଦନ କରିଥିବା ନେଇ ଗୃହରେ ସୂଚନା ରଖିଥିଲେ । ରାଜ୍ୟରେ MSME କ୍ଷେତ୍ରରେ ୨୪,୩୪୧ କୋଟି ପୁଞ୍ଜି ବିନିଯୋଗରେ ୫ ଲକ୍ଷ ଲଘୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ପ୍ରତିଷ୍ଠା ହୋଇଥିବା ସୂଚନା ଦେବା ସହ Startup Odishaର ସର୍ବଭାରତୀୟ ସ୍ତରରେ ରାଙ୍କିଙ୍ଗରେ ଉତ୍କର୍ଷ ପ୍ରତିପାଦନ ରାଜ୍ୟର startup eco systemର ବଡ ସଫଳତା ବୋଲି କହିଥିଲେ।

କୃଷି: କୃଷିକ୍ଷେତ୍ର ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ଵ ସବୁବେଳେ ରହିଥିବା ରାଜ୍ୟପାଳ ଅଭିଭାଷଣରେ ଉଲ୍ଲେଖ କରିଥିଲେ । ପୃଥକ୍ କୃଷି ବଜେଟ ଓ କୃଷି କ୍ୟାବିନେଟ୍ ଏହାର ଉଲ୍ଲେଖନୀୟ ଉଦାହରଣ ବୋଲି କହିଥିଲେ । କାଳିଆ ଯୋଜନାରେ ନାମମାତ୍ର ଚାଷୀ ଓ ଭୂମିହୀନ କୃଷାକଙ୍କ ଆୟ ବୃଦ୍ଧି ପାଇଁ ସହାୟତା ଦିଆଯାଇଛି । ଭାଗଚାଷୀଙ୍କ ପାଇଁ ବଳରାମ ଯୋଜନା, ମିଲେଟ ମିଶନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମତ୍ସ୍ୟ ଚାଷୀଙ୍କ ପାଇଁ ମତ୍ସ୍ୟ ପୋଖରୀ ଯୋଜନା । କାଳିଆ ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଶୂନ ପ୍ରତିଶତରେ ଋଣ, ୨ ପ୍ରତିଶତ ହାରରେ ୩ ଲକ୍ଷ ପର୍ଯ୍ୟନ୍ତ ଫସଲ ଋଣ, କୃଷି ଓ କୃଷକଙ୍କ ପାଇଁ ବଡ଼ ସୁଯୋଗ ତିଆରି କରିବ ବୋଲି ଅଭିଭାଷଣରେ କହିଥିଲେ।

ପର୍ଯ୍ୟଟନ: ରାଜ୍ୟର କଳାସ୍ଥାପତ୍ୟ, ବେଳାଭୂମି ଓ ପର୍ଯ୍ୟଟନ ଉନ୍ନତି ପାଇଁ ସରକାରଙ୍କ ଯୋଜନା ରୂପରେଖ ନେଇ ରାଜ୍ୟପାଳଙ୍କ ଅଭିଭାଷଣରେ ସୂଚନା ଦିଆଯାଇଛି । ୮୩୦ କୋଟି ବ୍ୟୟରେ ଐତିହ୍ୟ ଓ ପର୍ଯ୍ୟଟନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ସରକାର । ଓଟିଡିସିର ରେସ୍ତୋରାଁ ଚେନ ନିମନ୍ତ୍ରଣ ଓ ରାଜ୍ୟରେ ନୂଆ ହୋଟେଲ ଶିଳ୍ପର କାର୍ଯ୍ୟକରିତା, ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଆଣିବ ବୋଲି ରାଜ୍ୟପାଳ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।

ରାଜ୍ୟପାଳଙ୍କ ଅଭିଭାଷଣରେ ଶିକ୍ଷା, ଖାଦ୍ୟ ସୁରକ୍ଷା, ବିପର୍ଯ୍ୟୟ ପ୍ରଶମନ, ସାମାଜିକ ସୁରକ୍ଷା, ନାଗରିକ ସେବାର ଡିଜିଟାଇଜେସନ ଓ ରାଜ୍ୟ ସରକାରଙ୍କ ବିତ୍ତୀୟ ପରିଚାଳନାର ସଫଳତା ନେଇ ସଫଳତାର ତଥ୍ୟ ବୟାନ କରିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ରୁଦ୍ରନାରାୟଣ ଦାସ, ଇଟିଭି ଭାରତ

Last Updated : Mar 25, 2022, 2:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.