ETV Bharat / city

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମାଟ୍ରିକ ରେଜଲ୍ଟ ପ୍ରକାଶିତ, ପାସ୍ ହାର 98.12% - ଆଦର୍ଶ ବିଦ୍ୟାଳୟ ଦଶମ ରେଜଲ୍ଟ

ପ୍ରକାଶ ପାଇଛି ଓଡିଶା ଆଦର୍ଶ ବିଦ୍ୟାଳୟରେ ଦଶମ ବୋର୍ଡ ରେଜଲ୍ଟ । କେନ୍ଦୁଝରର ଅମ୍ରିତରାଜ ବିଶ୍ବାଳ 99.40 ପ୍ରତିଶତ ମାର୍କ ରଖି ଓଡ଼ିଶାରେ ପ୍ରଥମ । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମାଟ୍ରିକ ରେଜଲ୍ଟ , ପାସ୍ ହାର 98.12%

author img

By

Published : Aug 3, 2021, 9:46 PM IST

ଭୁବନେଶ୍ବର: ପ୍ରକାଶ ପାଇଛି ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ବୋର୍ଡ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର 98.12 ପ୍ରତିଶତ ରହିଛି । ଛାତ୍ର ପାସ୍ ହାର 97.93 ହୋଇଥିବାବେଳେ ଛାତ୍ରୀ ପାସ୍‌ ହାର ଶତକଡ଼ା 98.26 ପ୍ରତିଶତ ରହିଛି । କେନ୍ଦୁଝରର ଅମ୍ରିତରାଜ ବିଶ୍ବାଳ 99.40 ପ୍ରତିଶତ ମାର୍କ ରଖି ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ପ୍ରକାଶ ପାଇଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମାଟ୍ରିକ ରେଜଲ୍ଟ , ପାସ୍ ହାର 98.12%
ପ୍ରକାଶ ପାଇଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମାଟ୍ରିକ ରେଜଲ୍ଟ , ପାସ୍ ହାର 98.12%

ସେହିପରି 89 ଜଣ ଛାତ୍ରଛାତ୍ରୀ 95 ପ୍ରତିଶତରୁ ଅଧିକ ମାର୍କ ରଖିଥିବାବେଳେ 90 ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା 586 ଜଣ । ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ଶ୍ରେଣୀରେ 13 ଜଣଙ୍କ ମଧ୍ୟରେ ରହିଛନ୍ତି କେଉଁଝର ଜିଲ୍ଲା ଆନନ୍ଦପୁର ବ୍ଲକସ୍ଥିତ ଶାଳପଢ଼ା ଆଦର୍ଶ ବିଦ୍ୟାଳୟର ଛାତ୍ର ଅମ୍ରିତରାଜ ବିଶ୍ବାଳ । ସେ 99.40 ପ୍ରତିଶତ ମାର୍କ ସହ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ସମୁଦାୟ ୯,୫୫୮ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୯,୬୬୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏହି ସଫଳତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କୁ ଧନ୍ୟବାନ ଜଣାଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.