ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ତେବେ ଆଜି ହୋଇଥିବା ତୃତୀୟ ଦିନର ଟିକାକରଣରେ 5 ଟି ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଗତକାଲି ଦୁଇଜଣ ଟିକା ନେଇଥିଲେ ।
ମଙ୍ଗଳବାର ରାଜ୍ୟରେ ୧୮୨ଟି ସେସନ୍ ସାଇଟରେ କୋରୋନା ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋଟ ୧୪୨୯୧ ଜଣ ହିତାଧିକାରୀ (ପ୍ରାୟ ୮୮%) ଟିକା ନେଇଛନ୍ତି ।
ଆଜି ରାଜ୍ୟରେ ୩,୩୪,୫୦୦ ଡୋଜ କୋଭିସିଲଡ ଟିକା ପହଞ୍ଚି ଥିବାବେଳେ, ଯାହାକି ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ । ତେବେ ଆଜି ୫ଟି ସାମାନ୍ୟ ପାର୍ଶ୍ଵପ୍ରତିକ୍ରିୟା ମାମଲା ଦେଖାଦେଇଥିଲା । ସେଥି ମଧ୍ୟରୁ ଗତକାଲି ଦୁଇଜଣ ଟିକା ନେଇଥିଲେ । ତେବେ ପରବର୍ତ୍ତୀ ସମୟରେ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ