ETV Bharat / city

ଓଡିଶା ଅଭିଭାବକ ମହାସଂଘର ଦାବି, ଓବିସି ପିଲାଙ୍କ 27% ସିଟ ସଂରକ୍ଷଣ କରାଯାଉ

ଶିକ୍ଷାନୁଷ୍ଠାନରେ ଓବିସି ପିଲାଙ୍କ ନାମଲେଖାରେ 27% ସିଟ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲା ଓଡିଶା ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ

author img

By

Published : Jul 4, 2022, 10:44 PM IST

ଓଡିଶା ଅଭିଭାବକ ମହାସଂଘର ଦାବୀ, ଓବିସି ପିଲାଙ୍କ 27% ସିଟ ସଂରକ୍ଷଣ କରାଯାଉ

ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ଓବିସି ପିଲାଙ୍କ ନାମଲେଖାରେ 27% ସିଟ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲା ଓଡିଶା ଅଭିଭାବକ ମହାସଂଘ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତୁରନ୍ତ ସରକାରଙ୍କୁ ରିପୋର୍ଟ ପ୍ରଦାନ ସହ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କର ଦପ୍ତରର ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

ଜାତୀୟସ୍ତରରେ ସବୁ ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ଓବିସି ପିଲାଙ୍କ ପାଇଁ 27% ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି। ଆଇଆଇଟି, ଆଇଆଇଏମ, ଏମ୍ସ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଏପରିକି ସୈନିକ ସ୍କୁଲରେ ମଧ୍ୟ ଓବିସି ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି । ହେଲେ ଓଡିଶାରେ ଶିକ୍ଷାନୁଷ୍ଠାନରେ ଓବିସି ପିଲାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ନାହିଁ l

ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ,ବିହାର, ତେଲେଙ୍ଗାନା, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁରେ ମଧ୍ୟ ଓବିସି ପାଇଁ ସଂରକ୍ଷଣ ରହିଛି l କର୍ଣ୍ଣାଟକ ରେ 32%, କେରଳ ରେ 40%, ମହାରାଷ୍ଟ୍ର ଓ ତେଲେଙ୍ଗାନାରେ 29%, ତାମିଲନାଡୁରେ ପାଖାପାଖି 50% ଓ ବିହାରରେ 34% ସିଟ ଓବିସି ପିଲାଙ୍କ ପାଇଁ ସଂରକ୍ଷଣ ରହିଛି l ଶିକ୍ଷା ଅଧିକାର ଆଇନରେ ମଧ୍ୟ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ 15%ସିଟ ହରିଜନ ଓ ଆଦିବାସୀ ପିଲାଙ୍କ ପାଇଁ 7.5 % ସିଟ, ତଥା 27% ସିଟ ଓବିସି ପିଲାଙ୍କ ପାଇଁ ସଂରକ୍ଷିତ କରାଯାଉଛି l

ଓଡିଶାରେ ପ୍ରାୟ 70% ଲୋକ ଚାଷ, କ୍ଷୁଦ୍ର ବ୍ୟବସାୟ ଓ ଅନ୍ୟାନ୍ୟ ରୋଜଗାର କରି ଚଳୁଛନ୍ତି l ସେମାନେ ମଧ୍ୟ ସାମାଜିକ ଓ ଅର୍ଥନୈତିକ ସ୍ତରରେ ବହୁତ ପଛରେ ଅଛନ୍ତି l ଯେପରି ଆଦିବାସୀ ଓ ହରିଜନ ପିଲାଙ୍କୁ ସଂରକ୍ଷଣ ଦେଇ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ସହ ବିକାଶର ଭାଗିଦାରୀ କରିପାରିଛନ୍ତି ଠିକ ସେହିପରି ଅନ୍ୟାନ୍ୟ ପଛୁଆ ବର୍ଗ ପିଲାଙ୍କୁ ମଧ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ ନାମଲେଖାରେ ସଂରକ୍ଷଣ ଦେଲେ ସେମାନେ ମଧ୍ୟ ଉଚ୍ଚ ଶିକ୍ଷିତ ହୋଇ ସାମାଜିକ ବିକାଶ ପଥରେ ଅଗ୍ରସର ହେବେ l ତେଣୁ ଓଡିଶାରେ ମଧ୍ୟ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଭଳି ଓବିସି ପିଲାଙ୍କ ନାମଲେଖା ପାଇଁ 27% ସିଟ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି l

ତେଣୁ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ସବୁ ଶିକ୍ଷାନୁଷ୍ଠାନରେ ଓବିସି ପିଲାଙ୍କୁ 27% ସିଟରେ ନାମଲେଖା ପାଇଁ ସଂରକ୍ଷଣର ବ୍ୟବସ୍ଥା କରିବାକୁ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ୍ୟ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଛି ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦାବି ଉପସ୍ଥାପନା ପାଇଁ ଆଜି ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ, ରଶ୍ମିରଂଜନ କାନୁନଗୋ, ସତ୍ୟଜିତ ଦାସ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଆଲୋଚନା କରିବା ସହିତ ସ୍ମାରକ ପ୍ରଦାନ କରି ସଂରକ୍ଷଣ ତୁରନ୍ତ ଲାଗୁ କରିବାକୁ ଦାବି ଜଣାଇଥିଲେ l କାରଣ ଆଗକୁ ମ୍ୟାଟ୍ରିକ ପରୀକ୍ଷା ଫଳ ଏବଂ +2 ପରୀକ୍ଷା ଫଳ ପ୍ରକାଶ ପାଇବ । ପରେ ଶିକ୍ଷାନୁଷ୍ଠାନ ମାନଙ୍କରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯିବ l

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.