ETV Bharat / city

କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ AAP ଓଡିଶାର ଟାର୍ଗେଟ, ଉଠିଲା କ୍ଷମା ପ୍ରାର୍ଥନା ଦାବି

author img

By

Published : Aug 29, 2022, 8:44 PM IST

ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛି ଓଡିଶା ଆପ୍Odisha AAP demanded Dharmendra Pradhan Apology । ସ୍କୁଲ୍‌ ଫିସ୍‌କୁ ନେଇ ବୟାନବାଜି କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଅଧିକ ପଢ଼ନ୍ତୁ

Odisha AAP demanded Dharmendra Pradhan apology for his controversial statement on Education policy
କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ AAP ଓଡିଶାର ଟାର୍ଗେଟ, ଉଠିଲା କ୍ଷମା ପ୍ରାର୍ଥନା ଦାବି

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୟାନକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛି ଓଡିଶା ଆପ୍‌(Odisha AAP demanded Dharmendra Pradhan apology) । ସ୍କୁଲ୍‌ ଫିସ୍‌କୁ ନେଇ ବୟାନବାଜି କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏଭଳି ବିବାଦୀୟ ବୟାନକୁ ନିନ୍ଦା କରିଛି ଓଡ଼ିଶା ଆପ୍‌(Dharmendra Pradhan Controversial Statement) ।

ଏହାକୁ ନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା ଆପ୍‌ । ଏଥିରେ ଓଡ଼ିଶା ଆପ୍‌ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି, "କିଛି ଦିନ ପୂର୍ବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବୟାନ ଦେଇଥିଲେ ଯେ ରାଷ୍ଟ୍ରପତିଙ୍କ ପିଲା ଯେଉଁ ସ୍କୁଲ୍‌ରେ ପଢ଼ୁଛନ୍ତି ତାଙ୍କ ଘରେ କାମ କରୁଥିବା ବ୍ୟକ୍ତି କଣ ସେହି ସ୍କୁଲ୍‌ରେ ପାଠ ପଢ଼ିବେ ? ଏହାଦ୍ବାରା ଯେଉଁ ସବୁ ଘରୋଇ ସ୍କୁଲ୍‌ ଅଛନ୍ତି ସେମାନଙ୍କ ବ୍ୟବସାୟରେ ବାଧା ଉପୁଜିବ । ଏହାକୁ ନେଇ ସେ ଆପ୍‌ ସରକାରଙ୍କୁ ଟାର୍ଗେଟ କରିଥିଲେ ।"

ଯିଏ ଧନୀ ସିଏ ଭଲ ଶିକ୍ଷା ପାଇବ ଓ ଯିଏ ଗରିବ ସି କମ୍‌ ଶିକ୍ଷା ପାଇବ, ଏ ପ୍ରକାରର ଶିକ୍ଷା ମାନଦଣ୍ଡକୁ ଆମେ ବିରୋଧ କରିଛି ଆପ୍‌ । ଶିକ୍ଷାମନ୍ତ୍ରୀଙ୍କ ବୟାନ ସୂଚାଇ ଦେଉଛି ଭାରତୀୟ ଜନତା ପାର୍ଟି କେଉଁ ପ୍ରକାର ଶିକ୍ଷାନୀତି ଆଣିବାକୁ ଚାହୁଁଛନ୍ତି । ଏହାକୁ ବିରୋଧ କରିଛି ଆପ୍‌ । ରାଷ୍ଟ୍ରପତି ନିର୍ବାଚନ ସମୟରେ ରାଷ୍ଟ୍ରପତି ମହିଳା ଆଦିବାସୀ ବୋଲି ପ୍ରଚାର କରିଥିଲା । ତେବେ ରାଷ୍ଟ୍ରପତି ପଦ ପାଇବା ପରେ ତାଙ୍କୁ ବିଜେପି ସମ୍ଭ୍ରାନ୍ତ ଦର୍ଶାଉଛି ବୋଲି କହିଛନ୍ତି ନିଶିକାନ୍ତ ମହାପାତ୍ର । ଶିକ୍ଷାମନ୍ତ୍ରୀ ବୟାନ ଦରିଦ୍ର ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କୁ ଉପହାସ କରୁଥିବା ଅଭିଯୋଗ କରିଛି ଆପ୍‌ ।

ଆମ ଆଦମୀ ପାର୍ଟି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା କରିଛି । ତା ସହିତ ଧନୀ ଦରିଦ୍ର ସମସ୍ତଙ୍କୁ ଉତ୍କୃଷ୍ଟ ଶିକ୍ଷା ଦେଇ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ପାଇଁ ଦାବି କରିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦେଶ ଆଗରେ କ୍ଷମା ମାଗି ନିଜର ମନ୍ତବ୍ୟ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି ଆପ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.