ETV Bharat / city

ବାହାରିନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

author img

By

Published : Nov 2, 2021, 11:00 PM IST

ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୬ ତମ ଜୟନ୍ତୀ ଅବସରରେ ଭାରତ ଦୂତାବାସ ଓ ବାହାରିନ ସଂସ୍କୃତି ଓ କଳା ସମାଜ 'ବିକାଶ' ପକ୍ଷରୁ ଦୁଇ ଦିନ ଧରି ଏକତା ଦିବସ ପାଳିତ ହୋଇଛି । ଅଧିକ ପଢନ୍ତୁ...

odia samaj celebrated  National Unity Day in baharin
ବାହାରିନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଭୁବନେଶ୍ବର: ବାହାରିନରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି । ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୬ ତମ ଜୟନ୍ତୀ ଅବସରରେ ଭାରତ ଦୂତାବାସ ଓ ବାହାରିନ ସଂସ୍କୃତି ଓ କଳା ସମାଜ 'ବିକାଶ' ପକ୍ଷରୁ ଦୁଇ ଦିନ ଧରି ଏକତା ଦିବସ ପାଳିତ ହୋଇଛି । ଏହି ଅବସରରେ ଭାରତର ବିଭିନ୍ନ ରାଜ୍ୟ ଓ ଭାଷାଭାଷୀ ସମାଜ ଜରିଆରେ ଭାରତର କଳା, ସଂସ୍କୃତିର ପ୍ରଦର୍ଶନ ହୋଇଛି ।

ବାହାରିନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ବାହାରିନ ଓଡ଼ିଆ ସମାଜ ପ୍ରମୁଖ ଆୟୋଜକ ଭାବରେ ଓଡ଼ିଶୀ, ସମ୍ବଲପୁରୀ ସମେତ ଅନ୍ୟାନ୍ୟ ଲୋକକଳା, ଲୋକସଂସ୍କୃତି ପ୍ରଦର୍ଶନ କରାଯାଇଛି । ବିଭିନ୍ନତାରେ ଏକତା ବାର୍ତ୍ତା ବହନ କରୁଥିବା ଜାତୀୟ ସଂହତି ପ୍ରଦର୍ଶିତ ହେଉଥିବା ସାଂସ୍କୃତିକ ବିଚିତ୍ରା ପରିବେଷଣ ବେଶ ପ୍ରଶଂସିତ ହୋଇଛି । ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ତଥା 'ବିକାସ'ର ଉପାଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ସ୍ବାଗତ ଭାଷଣ ଦେଇଛନ୍ତି । ଭାରତୀୟ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ ଏବଂ 'ବିକାସ'ର ଅଧ୍ୟକ୍ଷ ଭଗବାନ ଅସରପୋତା ଐକ୍ୟ ପୁରୁଷ ସର୍ଦ୍ଦାର ପଟେଲଙ୍କ ତୁଙ୍ଗ ବ୍ୟକ୍ତିତ୍ବ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ରଖିଥିଲେ ।

'ବିକାଶ'ର ଏହି ଏକକ ମଞ୍ଚରେ ସମସ୍ତ ଭାରତୀୟ ସାମାଜ ଦ୍ୱାରା ମିଳିତ କାର୍ଯ୍ୟକ୍ରମ ଐକ୍ୟପୁରୁଷ ସର୍ଦ୍ଦାର ପଟେଲଙ୍କ ପାଇଁ ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି ଉପାଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ କହିଛନ୍ତି । ଏହା ମାଧ୍ୟମରେ ତାଙ୍କର ପଦାଙ୍କ ଅନୁସରଣ କରି ଭାରତୀୟ ମାନେ ତାଙ୍କୁ ସ୍ମରଣ କରିବା ସହିତ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଆହ୍ୱାନରେ ଆଜାଦୀ କା ଅମୃତ ମହୋତ୍ସବର ଅଂଶ ସ୍ବରୂପ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟସୂଚୀ ଥିଲେ ହେଁ କାର୍ଯ୍ୟବ୍ୟସ୍ତତା ହେତୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.