ETV Bharat / city

ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ଓଡିଆ ସାଂସଦ ସସ୍ମିତ ପାତ୍ର

ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ । ପୂର୍ବରୁ ମଧ୍ୟ ମୌସୁମୀ ଅଧିବେଶନ ସମୟରେ ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଗୃହ ପରିଚାଳନା ଦାୟିତ୍ବ ତୁଲାଇଥିଲେ ସସ୍ମିତ । ଅଧିକ ପଢନ୍ତୁ...

author img

By

Published : Feb 4, 2021, 4:34 PM IST

ରାଜ୍ୟସଭାର ଅଧ୍ୟକ୍ଷତା କଲେ ଓଡିଆ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହ ପରିଚାଳନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏହା ପୂର୍ବରୁ ମଧ୍ୟ ମୌସୁମୀ ଅଧିବେଶନ ସମୟରେ ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଗୃହ ପରିଚାଳନା ଦାୟିତ୍ବ ତୁଲାଇଥିଲେ ସସ୍ମିତ । ଦୀର୍ଘ ୨୦ ବର୍ଷ ପରେ ରାଜ୍ୟସଭାର ଉପାଧ୍ୟକ୍ଷ ଆସନରେ କୌଣସି ଓଡିଆ ସାଂସଦଙ୍କୁ ଦେଖିବାକୁ ମିଳିଥିଲା । ତେବେ ଗୁରୁବାର ଗୃହରେ ବଜେଟ ଅଧିବେଶନ ଆଲୋଚନା ଚାଲିଥିବା ସମୟରେ ଗୃହ କାର୍ଯ୍ୟ ପରିଚାଳନା କରିଛନ୍ତି ସସ୍ମିତ ।

ଏହାପୂର୍ବରୁ ବୁଧବାର ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ୩୩% ମହିଳା ସଂରକ୍ଷଣ ଦାବି ଉଠାଇଥିଲେ । ଏହାସହ ମହିଳାଙ୍କୁ ସଶକ୍ତ କରିବାକୁ ଓଡିଶାରେ ଚାଲିଥିବା ମହିଳା ସଶକ୍ତୀକରଣ ଯୋଜନା ପରି କେନ୍ଦ୍ର ସରକାର କିଛି ପଦକ୍ଷେପ ନେବାକୁ ସେ କହିଥିଲେ । ଏହି ଯୋଜନାରେ ରାଜ୍ୟରେ 80 ଲକ୍ଷ ମହିଳା ସଶକ୍ତୀକରଣ ହୋଇଛନ୍ତି ବୋଲି ଦର୍ଶାଇଥିଲେ ସସ୍ମିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.